|
logo
Live

Argus News - ଆଜି ମାଣବସା ଶେଷ ଗୁରୁବାର , ଦେବୀ ମା’ ଲକ୍ଷ୍ମୀଙ୍କ ଚାଲିଛି ପୂଜାର୍ଚ୍ଚନା

Devotion

ଆଜି ମାଣବସା ଶେଷ ଗୁରୁବାର , ଦେବୀ ମା’ ଲକ୍ଷ୍ମୀଙ୍କ ଚାଲିଛି ପୂଜାର୍ଚ୍ଚନା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ମାଣବସା ଶେଷ ଗୁରୁବାର , ଦେବୀ ମା’ ଲକ୍ଷ୍ମୀଙ୍କ ଚାଲିଛି ପୂଜାର୍ଚ୍ଚନା

ଅର୍ଗସ ବ୍ୟୁରୋ : ଆଜି ମାଣବସା ଶେଷ ଗୁରୁବାର। ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଆଜିର ଦିନରେ ଘରେ ଘରେ ଧାନ ମେଣ୍ଟାକୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି। ସୁନ୍ଦର ସୁନ୍ଦର ଚିତାରେ ଭାରି ଯାଇଛି ଗାଁ ଦାଣ୍ଡ। ଜମୁଛି ପିଠାପଣାର ଆସର। ମାର୍ଗଶିର ମାସରେ ମା’ ଲକ୍ଷ୍ମୀଙ୍କ ପୂଜା ଓଡ଼ିଆମାନଙ୍କ ଏକ ସ୍ଵତନ୍ତ୍ର ପର୍ବ। ଖାସ କରି ଓଡ଼ିଆ ଗୃହିଣୀମାନେ ଏହି ମାଣବସା ବ୍ରତ ପାଳନ କରିଥାନ୍ତି।

ଅଧିକ ପଢନ୍ତୁ: ଆଜି ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି

ଏହିଦିନ ଝୋଟି, ଚିତା, ଧାନଶିଶା, ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜା ଯାଇଥାଏ। ଓଡ଼ିଆଙ୍କ ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରେ ଝଲସିଥାଏ। ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ବାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧାନ ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ମାଣବସା ଶେଷ ଗୁରୁବାର , ଦେବୀ ମା’ ଲକ୍ଷ୍ମୀଙ୍କ ଚାଲିଛି ପୂଜାର୍ଚ୍ଚନା | Argus News