Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଆସନ୍ତାକଲି ବୈଶାଖ ଅମାବାସ୍ୟ: ଅଜାଣତରେ ବି କରନ୍ତୁନି ଏହି ଭୁଲ, ନଚେତ ହେବ ଆପଣଙ୍କ କ୍ଷତି

Ritu Das
Browse all articles by Ritu Das
·2 years ago·2 min read
ଆସନ୍ତାକଲି ବୈଶାଖ ଅମାବାସ୍ୟ: ଅଜାଣତରେ ବି କରନ୍ତୁନି ଏହି ଭୁଲ, ନଚେତ ହେବ ଆପଣଙ୍କ କ୍ଷତି

ଅର୍ଗସ ବ୍ୟୁରୋ: ବୈଶାଖ ଅମାବାସ୍ୟାକୁ ଦର୍ଶ ଅମାବାସ୍ୟା ବୋଲି କୁହାଯାଏ। ବୈଶାଖ ଅମାବାସ୍ୟାର ବହୁତ ମାହାତ୍ମ୍ୟ ରହିଛି। ଆମେ ଆଧୁନିକତାକୁ ଅନୁସରଣ କରୁଛେ ସତ। କିନ୍ତୁ ଆମ ଜୀବନ ସହିତ ତିଥି ନକ୍ଷତ୍ର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେବେ ଆମେ ଯେତେ ଚେଷ୍ଟା କଲେ ବି ଏଥିରୁ ମୁକୁଳି ପାରିବାନି। 
ଏହି ଦିନ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଏ। ଚଳିତଥର ବୈଶାଖ ଅମାବାସ୍ୟା ମେ' ୮ ତାରିଖରେ ପାଳନ କରାଯିବ। ବୈଶାଖ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିକୁ ବୈଶାଖ ଅମାବାସ୍ୟା ଭାବେ ପାଳନ କରାଯାଏ। ବୈଶାଖ ଅମାବାସ୍ୟା ଦିନ ପ୍ରାତଃ କାଳରୁ ଉଠି ସ୍ନାନ ଦାନ ସହ ପିତୃପୁରୁଷଙ୍କୁ ତିଳ ତର୍ପଣ କରାଯାଏ। ଏହି ଦିନର ଆମ ଜୀବନରେ ବହୁ ମହତ୍ତ୍ବ ରହିଛି। ଆସନ୍ତୁ ଜାଣିବା ଏହି ଦିନ ଭୁଲରେ ବି ଏହି ସବୁ ଭୁଲ କରନ୍ତୁନି। ନଚେତ ଆପଣଙ୍କ ଜୀବନରେ ବଡ଼ ବିପଦ ଆସିପାରେ।

-ବୈଶାଖ ଦିନରେ ପ୍ରାତଃ କାଳରୁ ଉଠିବାକୁ ଚେଷ୍ଟା କରନ୍ତୁ। ବିଳମ୍ବରେ ଉଠନ୍ତୁ ନାହିଁ। ସକାଳୁ ଶୀଘ୍ର ଶେଯ ତ୍ୟାଗ କରି ସ୍ନାନ କରି ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ। 
-ଏହି ଦିନରେ ଆପଣ ଭୂଲରେ ବି ଆମିଷ ଖ୍ୟାଦ୍ୟ ଖାଆନ୍ତ ନାହିଁ କି କୌଣସ ମାଦକଦ୍ରବ୍ୟକୁ ଛୁଅନ୍ତୁ ନାହିଁ।
-ଆପଣ ଏହି ଦିନ ନିଜକୁ ସକରାତ୍ମକ ରଖନ୍ତୁ। ଏହାସହ କାହା ଉପରେ ଭୂଲରେ ବି ବିରକ୍ତ ଅୁଅନ୍ତୁନି ନଚେଚ ଭଗବାନଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିପାରେ। 
-ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବୈଶାଖ ଅମାବାସ୍ୟା ଦିନ ଆପଣ ଭୂଲରେ ବି ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ। କାରଣ ଭଗବାନ ବିଷ୍ଣୁଙ୍କର ତୁଳସୀପତ୍ର ହେଉଛି ଅତିପ୍ରିୟ। ତେଣୁ ଏହି ଦିନ ତୁଳସୀ ପତ୍ର ଛିଡାଇବାରେ ବାରଣ ରହିଛି। 
-ଏହି ଅମାବାସ୍ୟାରେ ଆପଣ କଳାବସ୍ତ୍ର ପିନ୍ଧନ୍ତୁ ନାହିଁ। କଳାବସ୍ତ୍ର ପିନ୍ଧିବା ଦ୍ବାରା ଜୀବନରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tomorrow is Baishakh | Argus News