Videos
|
Devotion

କିଏ ଆରମ୍ଭ କରିଛି ମହାପ୍ରଭୁଙ୍କ ରଥଯାତ୍ରା?

Arpita Mohanty
Browse all articles by Arpita Mohanty
·2 years ago·2 min read
କିଏ ଆରମ୍ଭ କରିଛି ମହାପ୍ରଭୁଙ୍କ ରଥଯାତ୍ରା?

ଅର୍ଗସ ବ୍ୟୁରୋ: ଆମେ ଓଡ଼ିଆ ଭାରି ବଢିଆ । ବାର ମାସରେ ତେର ପର୍ବରେ ଆମର ଏ ଓଡ଼ିଆ ସଂସ୍କୃତି । ଆଉ ଆମ ଓଡ଼ିଆଙ୍କର ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କ ଲୀଳା ଏବେ ବିଶ୍ବ ଦେଖୁଛି। ସେହି ଲୀଳାଖେଳରୁ ଏକ ହେଉଛି ତାଙ୍କ ଗୁଣ୍ଡିଚା ଯାତ୍ରା। ଯାହା ରଥଯାତ୍ରା ନାମରେ ବିଶ୍ଵ ପ୍ରସିଦ୍ଧ । ଏହି ଦିନକୁ ପ୍ରତ୍ୟେକ ଓଡ଼ିଆ ବହୁ ଉତ୍କଣ୍ଠାର ସହିତ ଚାହିଁବସିଥାଏ। ବର୍ତ୍ତମାନ ସମୟରେ ରଥଯାତ୍ରା ପୃଥିବୀର କୋଣ ଅନୁକୋଣରେ ଅନୁଷ୍ଠିତ ହେଉଛି । କିନ୍ତୁ କେବେ ଭାବିଛନ୍ତି ମହାପ୍ରଭୁଙ୍କର ଏହି ରଥଯାତ୍ରା କେବେଠାରୁ ଆରମ୍ଭ ହୋଇଛି ଏବଂ କିଏ ଆରମ୍ଭ କରିଛନ୍ତି ? ପୌରାଣିକ ତଥ୍ୟ ଅନୁଯାୟୀ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶାନୁଯାୟୀ ରଥଯାତ୍ରା ପର୍ବ ଆରମ୍ଭ ହୋଇଥିଲା। 

 

ପ୍ରତିବର୍ଷ ଆଷାଢ଼ ମାସ ଦ୍ଵିତୀୟା ତିଥିରେ ପୁରୀରେ ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ପୁରୀର ବଡ଼ଦାଣ୍ଡରେ ଗଡ଼େ ତିନି ରଥ। ମହାପ୍ରଭୁଙ୍କ ନନ୍ଦିଘୋଷ ,ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶୁଭଦ୍ରାଙ୍କ ଦେବଦଳନ। ଆଗରେ ଚାଲନ୍ତି ବଡଭାଇ ମଝିରେ ଭଉଣୀ ଏବଂ ପଛରେ ଝୁଲି ଝୁଲି ଆସୁଥାନ୍ତି କାଳିଆ ସାଆନ୍ତ।

ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ମହାପ୍ରଭୁ ପ୍ରଥମେ ଶବରରାଜ ବିଶ୍ୱାବସୁଙ୍କ ଦ୍ୱାରା ନୀଳଗିରିର କନ୍ଦରରେ ରହି ନୀଳମାଧବ ନାମରେ ପୂଜା ପାଉଥିଲେ । ପରବର୍ତ୍ତୀ ସମୟରେ ମହାପ୍ରଭୁଙ୍କୁ ସେଠାରୁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ସାହାଯ୍ୟରେ ଚୋରି କରି ଆଣି ପୁରୀର ଶ୍ରୀମନ୍ଦିରରେ ସ୍ଥାପନ କରାଯାଇଥିଲା । ବିଶ୍ୱାବସୁ ନିଜ ଆରାଧ୍ୟ ନୀଳମାଧବଙ୍କ ବିନା ଜୀବନଯାପନ କରିପାରିବେନି ବୋଲି ଇନ୍ଦ୍ରଦ୍ୟୁମ୍ନଙ୍କୁ ଗୁହାରି ଜଣାଇଲେ କିନ୍ତୁ ଇନ୍ଦ୍ରଦ୍ୟୁମ୍ନ କହିଲେ ତୁମର ନୀଳମାଧବ ଏବେ ଅଦୃଶ୍ୟ ହୋଇଯାଇଛନ୍ତି। ଆଉ ସେ ନିମ୍ନ ଜାତିର ହୋଇଥିବାରୁ  ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ଅସମ୍ଭବ ଥିଲା। ବାସ୍ ବିଶ୍ୱାବସୁଙ୍କ ଦୁଃଖ ନଦେଖିପାରି ମହାପ୍ରଭୁ ରାଣୀ ଗୁଣ୍ଡିଚାଙ୍କୁ ସ୍ୱପ୍ନାଦେଶ ହେଲେ ଏବଂ ତାଙ୍କୁ ରଥଯାତ୍ରା ବିଷୟରେ ଜଣାଇଲେ । ସେବେଠାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଆସୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେବେଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ପବିତ୍ର ଆଷାଢ଼ ମାସର ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ସମ୍ପର୍ଣ୍ଣ ହୋଇଆସୁଛି । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ନିଜ ଭକ୍ତର ଦୁଃଖରେ ଦୁଃଖୀ ଆଉ ସୁଖରେ ସୁଖୀ ହୁଅନ୍ତି ସେ। ଭକ୍ତ ଥରେ ନିଷ୍ଠାରେ ଡାକିଦେଲେ ସେ ଓ ବୋଲି କହିଦିଏ। ନିଜର ଚକାଡୋଳା ଆଖିରେ ସମଗ୍ର ବିଶ୍ବକୁ ଚାହିଁ ରହିଥାଏ। ଆଉ ଭକ୍ତ ମାନଙ୍କୁ ଆଲିଙ୍ଗନ କରିବା ପାଇଁ ସବୁବେଳେ ଦୁଇ ହାତ ଆଗକୁ ରଖିଥାଏ । ସେଥିପାଇଁ ତ ତାଙ୍କୁ ଜଗତର ନାଥ ଜଗନ୍ନାଥ କୁହାଯାଏ।  

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର