Videos
|
Devotion

କିଏ କରିବେ ନାଗପଚଂମୀ?

Arpita Mohanty
Browse all articles by Arpita Mohanty
·2 years ago·1 min read
କିଏ କରିବେ ନାଗପଚଂମୀ?

ଅର୍ଗସ ବ୍ୟୁରୋ: ଆସୁଛି ନାଗ ପଞ୍ଚମୀ । ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କର ପୂଜା କରାଯାଏ । ଶ୍ରାବଣ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ନାଗ ପଞ୍ଚମୀ ଘରେ ଘରେ ପାଳନ କରାଯାଏ । ଚଳିତ ବର୍ଷ ଏହା ୯ ଅଗଷ୍ଟ ଅର୍ଥାତ୍‌ ଏଇ ଶୁକ୍ରବାର ପଡୁଛି । ତେବେ ଏହିଦିନ ନାଗ ଦେବତାଙ୍କୁ କରିବା ଦ୍ଵାରା ଆର୍ଶୀବାଦ ମିଳିହା ସହିତ ଘରେ ସୁଖ ସମୃଦ୍ଧି ଏବଂ ଧନ ପ୍ରାପ୍ତି ହେଉଥିବା ବିଶ୍ଵାସ ରହିଛି । ଖାସ୍‌ କରି ଯେଉଁମାନଙ୍କର କୁଣ୍ଡଳୀରେ ରାହୁ ଦୋଷ ଥାଏ ସେମାନେ ନାଗ ପଞ୍ଚମୀରେ ପୂଜା କରିବା ଆବଶ୍ୟକ। ଏହା ବିଶ୍ବାସ କରାଯାଏ ଯଦି ଆପଣ ନାଗ ପଞ୍ଚମୀ ଦିନ ନାଗଙ୍କୁ ସ୍ବପ୍ନରେ ଦେଖୁଛନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। 

ନାଗ ପଞ୍ଚମୀର ଶୁଭ ମୁହୁର୍ତ୍ତ ୯ ଅଗଷ୍ଟ ରାତି ୧୨.୩୬ ମିନିଟରୁ ଆରମ୍ଭ ହୋଇ ୧୦ ଅଗଷ୍ଟ ମଧ୍ୟ ରାତି ୩.୧୪ ମିନିଟରେ ଶେଷ ହେବ । କିନ୍ତୁ ପୂଜା କରିବାର ଶୁଭ ସମୟ ସକାଳ ୫.୪୭ ମିନିଟରୁ ୮.୨୭ ପର୍ଯ୍ୟନ୍ତ ରହିବ। ଏହି ଦିନ ପ୍ରାତଃ ସ୍ନାନ କରି ପ୍ରଭୁ ଶିବଙ୍କର ସ୍ମରଣ କରନ୍ତୁ , ଶିବଙ୍କ ପାଖରେ ଜଳାଭିଷେକ କରି ବେଲପତ୍ର ଚଢାନ୍ତୁ । ଏହାସହିତ ଶିବଙ୍କ ଗଳାରେ ବିରାଜମାନ ଥିବା ନାଗଦେବତାଙ୍କର ପୂଜା କରନ୍ତୁ। ତାଙ୍କୁ ହଳଦୀ ,ଚାଉଳ ଏବଂ ଫୁଲ ଅର୍ପଣ କରନ୍ତୁ। ଘରର ମୁଖ୍ୟ ଦ୍ଵାରରେ ଗୋବର ରଖନ୍ତୁ , ମାଟିରେ ସାପର ଏକ ଆକୃତି ବନାଇ ଏହାର ପୂଜା କରନ୍ତୁ।

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: