Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ୩ମାସରେ ହେବ ନିଯୁକ୍ତି ବର୍ଷା; ଅର୍ଗସ୍ ଏଜୁକେସନ କନକ୍ଲେଭରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Education & Employment

5000 Nursing Jobs / ଆସନ୍ତା ୩ମାସରେ ହେବ ନିଯୁକ୍ତି ବର୍ଷା; ଅର୍ଗସ୍ ଏଜୁକେସନ କନକ୍ଲେଭରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Debashree Debasmita Sahoo
Browse all articles by Debashree Debasmita Sahoo
·5 hours ago·2 min read
ଆସନ୍ତା ୩ମାସରେ ହେବ ନିଯୁକ୍ତି ବର୍ଷା; ଅର୍ଗସ୍ ଏଜୁକେସନ କନକ୍ଲେଭରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
Argus Education Next

Key Points

ଅର୍ଗସ୍ ଏଜୁକେସନ କନକ୍ଲେଭ ସିଜନ୍ ୫
କନକ୍ଲେଭରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
୩ ମାସ ଭିତରେ ପ୍ରକାଶ ପାଇବ ୫ ହଜାର ନର୍ସିଂ ପଦବୀ
ଶିକ୍ଷା କ୍ଷେତ୍ରରେ ନୂତନ ବିପ୍ଳବର ସୂତ୍ରପାତ ପାଇଁ ଅର୍ଗସ ତରଫରୁ ଆୟୋଜନ ହୋଇଛି ଏଜୁକେସନ କନକ୍ଲେଭ ସିଜନ୍ ୫ । ବିଷୟବସ୍ତୁ ରହିଛି ପୁନଃଚିନ୍ତନ, ପୁନଃକୌଶଳ, ପୁନଃକଳ୍ପନା ସମୟ ଉପଯୋଗୀ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବଡ଼ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟରେ ଖୁବଶୀଘ୍ର ପ୍ରକାଶ ପାଇବ ୫ ହଜାର ନର୍ସିଂ ପଦବୀ । ମେଡିକାଲ କ୍ଷେତ୍ରରେ ଅନ୍ୟ ୫ ହଜାର ପଦବୀର ଭର୍ତ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

ସ୍ଵାସ୍ଥ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, "ମେଡିକାଲ କ୍ଷେତ୍ରକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସରତ । ସେପଟେ ଓଡ଼ିଶାରେ ଆଗାମୀ ୫ ବର୍ଷ ଭିତରେ intel ୨୮,୦୦୦ କୋଟି ଟଙ୍କା ଏଠାରେ ପୁଞ୍ଜି ନିବେଶ କରିବେ ବୋଲି ସ୍ଵାକ୍ଷର ହୋଇଛି। ଯାହା ଫଳରେ ଓଡ଼ିଶା ପିଲା ଏହାର ଲାଭ ପାଇପାରିବେ ।" ଏହାସହିତ ଅର୍ଗସ ଏଜୁକେସନ ନେକ୍ସଟ ସିଜିନ-୫କୁ ଭୁରିଭୁରି ପ୍ରଶଂସା କରିଛନ୍ତି ସ୍ଵାସ୍ଥ୍ଯ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷାର୍ଥୀଙ୍କୁ ନେଇ ଅର୍ଗସର ଏଭଳି ନିଆରା କାର୍ଯ୍ୟକ୍ରମ ଏକ ଭିନ୍ନ ବିଚାରଧାରାର ପ୍ରତିଫଳନ । ଯାହା ଆଜିର ଜେନ୍-ଜି ପିଲାଙ୍କ ପାଇଁ ଆବଶ୍ୟକତା ରହିଛି ।



  • 'ଶିକ୍ଷା ହେଉଛି ସମୃଦ୍ଧ ଓଡ଼ିଶାର ଭିତ୍ତି'
ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶିଳ୍ପମନ୍ତ୍ରୀ କହିଛନ୍ତି, "ଆଜିର ଡିଜିଟାଲ ଯୁଗରେ ଶିକ୍ଷାର ସଂଜ୍ଞା ବଦଳିଛି । କେବଳ ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନରହି ଏହା କ୍ରିଟିକାଲ୍ ଥିଙ୍କିଙ୍ଗ୍ ସୃଜନଶୀଳତା ଏବଂ ନୂତନ ଉଦ୍ଭାବନ ଉପରେ ଗୁରୁତ୍ୱ ଦେଉଛି । ଉପଯୁକ୍ତ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ କେବଳ ଚାକିରି ଆଶାୟୀ ନୁହେଁ, ବରଂ ଚାକିରି ସୃଷ୍ଟିକର୍ତ୍ତା ହେବାକୁ ପ୍ରେରଣା ଦେଉଛି । ମାତୃଭାଷା, ସ୍କିଲ୍, ରିସର୍ଚ୍ଚ ଓ ଇନୋଭେସନ୍ ଉପରେ ଗୁରୁତ୍ଵ ଦିଆଯାଉଛି । ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ପାଇଁ ଶିକ୍ଷା ଓ ଦକ୍ଷତା ହେଉଛି ମୁଖ୍ୟ ଶକ୍ତି ।"



ପଢନ୍ତୁ ଏହି ଖବର: Argus Education Next କନକ୍ଲେଭ୍‌; ଆଜି ହିଁ କରନ୍ତୁ ଆବେଦନ

ଅର୍ଗସର ଏଜୁକେସନ କନକ୍ଲେଭରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଦେଶର ପ୍ରତିଷ୍ଠିତ ଶିକ୍ଷାବିତ୍, ବିଶେଷଜ୍ଞ ଏବଂ ମନ୍ତ୍ରୀଙ୍କୁ ନେଇ ଏହି ଜ୍ଞାନର ମହାକୁମ୍ଭ ଆୟୋଜନ କରାଯାଇଛି । ଏହି ଆଲୋଚନାରେ ଭାଗ ନେଇଥିଲେ ବହୁ ବିଶିଷ୍ଟ ଶିକ୍ଷାବିତ୍ ଶିକ୍ଷା ନିର୍ଦ୍ଦେଶକ ଓ ବେସରକାରୀ ସ୍କୁଲର ନିର୍ଦ୍ଦେଶକ । କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ସଚିବ କାଳିପ୍ରସନ୍ନ ମହାପାତ୍ର ପ୍ରମୁଖ ଯୋଗଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5,000 Nursing Vacancies to Be Announced in Next 3 Months, Says Health Minister Mukesh Mahaling | Argus News