Odisha Vision 2036 / ବିଶ୍ଵସ୍ତରୀୟ ଅନୁଷ୍ଠାନ ଗଠନ ପାଇଁ ଓଡ଼ିଶାର ଭିଜନ-୨୦୩୬ ଯୋଜନାରେ ସାମିଲ୍ ହେଉ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
·1 hour ago·3 min read

Key Points
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଶାର ପ୍ରାଚୀନତମ ଓ ଗରିମାମୟ ବିଶ୍ଵବିଦ୍ୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ । ସମ୍ୱଲପୁର ବିଶ୍ଵବିଦ୍ୟାଳୟ ଭଳି ଏହା ୧୯୬୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଐତିହାସିକ ସମତୁଲ୍ୟତା ଆଧାରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଯଥୋଚିତ ସ୍ଥାନକୁ ଅଣଦେଖା କରାଯିବା ଆଦୌ ଗ୍ରହଣୀୟ ନୁହେଁ ।
ବ୍ରହ୍ମପୁର: ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନ ଗଠନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 'ଭିଜନ ଡକ୍ୟୁମେଣ୍ଟ -୨୦୩୬' ପ୍ରସ୍ତାବିତ କରାଯାଇଛି । ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ (ବୁଟା) ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛି । ଏହି ଯୋଜନାରେ ଉତ୍କଳ ବିଶ୍ଵବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ କିନ୍ତୁ ଏଥିରୁ ବାଦ୍ ଦିଆଯାଇଛି ।
ଯାହାକୁ ନେଇ ବୁଟା ଗଭୀର ଚିନ୍ତା ପ୍ରକାଶ କରିବା ସହ ଆଞ୍ଚଳିକ ସମାନତା ଓ ବିଶ୍ୱବିଦ୍ୟାଳୟର ଉତ୍କର୍ଷତାକୁ ସମ୍ମାନ ଜଣାଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଏଥିରେ ସାମିଲ କରିବାକୁ ନିବେଦନ କରିଛି । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେବା ସହ ସମସ୍ତ ଲୋକ ପ୍ରତିନିଧଙ୍କୁ ଅବଗତ କରିବା ପାଇଁ ଏପ୍ରିଲ ୭ ତାରିଖ ଦିନ ଅନୁଷ୍ଠିତ ବୁଟାର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ,ପୁଅଙ୍କୁ ଟପିଲେ ଝିଅ
ସ୍ମାରକ ପତ୍ରରେ ବୁଟା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଦୀର୍ଘ ମିଆଦି ଯୋଜନାକୁ ସ୍ଵାଗତ କରିଛି । ତେବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଏହି ଗୁରୁତ୍ଵପୂର୍ଣ୍ଣ ଯୋଜନାରୁ ବାହାରେ ରଖାଯାଇଥିବା ନେଇ ଦୁଃଖ ପ୍ରକାଶ କରିଛି । ବୁଟା ଉଲ୍ଲେଖ କରିଛି ଯେ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଶାର ପ୍ରାଚୀନତମ ଓ ଗରିମାମୟ ବିଶ୍ଵବିଦ୍ୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ । ସମ୍ୱଲପୁର ବିଶ୍ଵବିଦ୍ୟାଳୟ ଭଳି ଏହା ମଧ୍ୟ ୧୯୬୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ତେଣୁ ଐତିହାସିକ ସମତୁଲ୍ୟତାର ଆଧାରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଯଥୋଚିତ ସ୍ଥାନକୁ ଅଣଦେଖା କରାଯିବା ଆଦୌ ଗ୍ରହଣୀୟ ନୁହେଁ ।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଗତ କିଛି ବର୍ଷ ଧରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷା, ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଛି । ବିଶ୍ଵବିଦ୍ୟାଳୟ ସମ୍ପ୍ରତି ନାକ୍ (NAAC) ମୂଲ୍ୟାଙ୍କନରେ 'ଏ' ଗ୍ରେଡ୍ ହାସଲ କରିଥିବା ବେଳେ ଏନ.ଆଇ.ଆର.ଏଫ (NIRF) ତାଲିକାରେ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟମାନଙ୍କ ମଧ୍ୟରେ ୫୧–୧୦୦ ସ୍ଥାନରେ ରହିଛି । ଗତ ପାଞ୍ଚ ବର୍ଷରେ ବିଶ୍ଵବିଦ୍ୟାଳୟର ଶିକ୍ଷକମାନେ ବିଭିନ୍ନ ସରକାରୀ, ବେସରକାରୀ ତଥା ଆନ୍ତର୍ଜାତୀୟ ସୂତ୍ରରୁ ୨୩.୩୧ କୋଟି ଟଙ୍କାର ଗବେଷଣା ଅନୁଦାନ ଆଣିଛନ୍ତି ।
ଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୪୦୦ଟି ଗବେଷଣା ପ୍ରବନ୍ଧ, ପୁସ୍ତକ ଅଧ୍ୟାୟ ଓ ପେଟେଣ୍ଟ ଏବଂ ୨୩ ହଜାରରୁ ଅଧିକ ସାଇଟେସନ୍ ବିଶ୍ଵବିଦ୍ୟାଳୟର ଗବେଷଣା ଦକ୍ଷତାକୁ ପ୍ରତିପାଦିତ କରୁଛି । ନିକଟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ PM-USHA ଅଧୀନରେ ଉନ୍ନୟନ ଓ ଗବେଷଣା ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ଲାଭ କରିଥିଲା । ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ (JNU) ସହ ଅନୁବନ୍ଧିତ କରି ୧୧୨ କୋଟି ମୂଲ୍ୟର ANRF ପ୍ରକଳ୍ପ ପାଇବା ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ବିଷୟ । ଏହି ସମସ୍ତ ଉପଲବ୍ଧି ପ୍ରମାଣ କରୁଛି ଯେ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଖରେ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବେ ଉନ୍ନତ ହେବା ପାଇଁ ଆବଶ୍ୟକ ଶିକ୍ଷାଗତ ଭିତ୍ତିଭୂମି, ପ୍ରତିଷ୍ଠାନଗତ ଦକ୍ଷତା ଓ ଯୋଗ୍ୟତା ରହିଛି ।
ବୁଟା ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଭୂମିକାକୁ ମଧ୍ୟ ସ୍ମାରକପତ୍ରରେ ଗୁରୁତ୍ଵ ସହ ଉପସ୍ଥାପନ କରିଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦୀର୍ଘ ଦିନ ଧରି ଦକ୍ଷିଣ ଓଡ଼ିଶାର ବ୍ୟାପକ ଛାତ୍ର ସମୁଦାୟକୁ ବିଶେଷକରି ଆଦିବାସୀ, ଗ୍ରାମୀଣ ଏବଂ ଆର୍ଥିକ ଭାବେ ପଛୁଆ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସୁଯୋଗ ଯୋଗାଇ ଆସୁଛି । ପିଢ଼ି ପରେ ପିଢ଼ି ଏହି ଅଞ୍ଚଳର ଉଚ୍ଚଶିକ୍ଷାର ପ୍ରାଣ କେନ୍ଦ୍ର ଭାବେ ପରିଚିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଯଦି ଏପରି ଏକ ପ୍ରମୁଖ ନୀତିଗତ ପରିକଳ୍ପନାରୁ ବାଦ ଦିଆଯାଏ, ତେବେ ତାହା ଦକ୍ଷିଣ ଓଡ଼ିଶାର ସମଗ୍ର ଶିକ୍ଷାଗତ ଆକାଂକ୍ଷାକୁ ଅଣଦେଖା କରିବା ଭଳି ।
ଯାହାକି ଶିକ୍ଷକ ସମାଜ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି କରିଛି ବୋଲି ବୁଟା କହିଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ସ୍ପଷ୍ଟ କରିଛି ଯେ, ବିଶ୍ଵବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଯୋଜନାରେ ସାମିଲ କରିବା କେବଳ ଶିକ୍ଷକ ସମାଜର ଦାବି ନୁହେଁ; ଏହା ଦକ୍ଷିଣ ଓଡ଼ିଶାର ଲୋକମାନଙ୍କର ନ୍ୟାୟସଙ୍ଗତ ଓ ସ୍ଵାଭାବିକ ଦାବି ।
ବୁଟା ଦ୍ଵାରା ପ୍ରସ୍ତୁତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ସୁଦୃଢ଼ କରିବାର ଅର୍ଥ କେବଳ ଏକ ଶିକ୍ଷାନୁଷ୍ଠାନକୁ ସ୍ଵୀକୃତି ଦେବା ନୁହେଁ । ଏହା ଆଞ୍ଚଳିକ ସମତା ଓ ସମାବେଶୀ ଉଚ୍ଚଶିକ୍ଷା ବିକାଶକୁ ମଧ୍ୟ ସୁନିଶ୍ଚିତ କରିବା ଗବେଷଣା, ଶିକ୍ଷକ ପ୍ରଶିକ୍ଷଣ, ସାମୁଦ୍ରିକ ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଅନୁସନ୍ଧାନ ଓ ବ୍ଲୁ ଇକୋନୋମି ପରି ପ୍ରମୁଖ କ୍ଷେତ୍ରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କ୍ଷମତା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଭିଜନ୍ ଡକ୍ୟୁମେଣ୍ଟ-୨୦୩୬ରେ ସାମିଲ କରିବାକୁ ସଂଘ ଦାବି ଜଣାଇଛି ।
ଏଥିସହ ପଢ଼ନ୍ତୁ: LICରେ ସୁବର୍ଣ୍ଣ ସୁଯୋଗ: ମାସକୁ ମିଳିବ ୩୫,୦୦୦ ଦରମା!
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଦୃଢ଼ ଶିକ୍ଷାଗତ ପରମ୍ପରା ରହିଛି ଏବଂ ଏହା ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ଉଚ୍ଚଶିକ୍ଷା ମାନଚିତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହାକୁ ଭିଜନ-୨୦୩୬ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲେ ରାଜ୍ୟର ଉଚ୍ଚଶିକ୍ଷା ଉନ୍ନୟନ ଯୋଜନା ଅଧିକ ସନ୍ତୁଳିତ, ପ୍ରତିନିଧିମୂଳକ ଓ ଭବିଷ୍ୟତମୁଖୀ ହେବ ବୋଲି ବୁଟା ପକ୍ଷରୁ କୁହାଯାଇଛି ।
ରାଜ୍ୟ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ରାଜ୍ୟର ଉଚ୍ଚଶିକ୍ଷା ଭିଜନ-୨୦୩୬ ଯୋଜନାରେ ସାମିଲ କରି ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ି ଉଠିବାର ସୁଯୋଗ ଦେବାକୁ ବୁଟା, ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକ ପତ୍ରରେ ନିବେଦନ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories