CBSE Result / ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ,ପୁଅଙ୍କୁ ଟପିଲେ ଝିଅ
·2 hours ago·2 min read

Key Points
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ
ପୁଅଙ୍କୁ ଟପିଲେ ଝିଅ
ଟିନା ରଥ ଏବଂ ଆଲିଶା ବିଶ୍ୱାଳ ସିବିଏସଇ ଦଶମ ଟପ୍ପର

ଭୁବନେଶ୍ବର ୧୬/୦୪: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପୁଅଙ୍କୁ ଟପିଲେ ଝିଅ। ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ ୫୦୦ ରୁ ୫୦୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଯେତେବେଳେ ଆମେ 'ନାରୀଶକ୍ତି'କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ, ସେତିକିବେଳେ ଓଡ଼ିଶାର ଝିଅମାନଙ୍କର ଏହି ଅସାଧାରଣ ସଫଳତା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଏହି ସଫଳତା ପ୍ରମାଣ କରୁଛି ଯେ ସୁଯୋଗ ମିଳିଲେ ଆମ ଝିଅମାନେ ଆକାଶ ଛୁଇଁପାରିବେ। ଏହା ହିଁ 'ନାରୀଶକ୍ତି ବନ୍ଦନ'ର ପ୍ରକୃତ ପ୍ରତିଫଳନ। ଉଭୟ କୃତୀ ଛାତ୍ରୀଙ୍କ ସମେତ ସମସ୍ତ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ଘଟିଛି। ସର୍ବଭାତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍ହାର ୯୩.୭୦% ହୋଇଛି, ଯାହାକି ୨୦୨୫ ତୁଳନାରେ ୦.୦୪% ଅଧିକ। ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଦେଶରେ ୨୪ ଲକ୍ଷ ୮୩ ହଜାର ୪୭୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷ ୧୬ ହଜାର ୮ ଜଣ ପାସ୍ କରିଛନ୍ତି ।
ଓଡ଼ିଶାରେ ପରୀକ୍ଷା ଦେବାକୁ ୭୪୧ ବିଦ୍ୟାଳୟର ୬୫ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୪ ହଜାର ୯୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୦ ହଜାର ୭୮୮ ଜଣ ପାସ୍ କରିଛନ୍ତି। ପାସ୍ହାର ୯୩.୬୬% ହୋଇଛି। ପରୀକ୍ଷା ଦେଇଥିବା ୩୪ ହଜାର ୫୧୨ ଜଣ ଛାତ୍ରଙ୍କ ମଧ୍ୟରୁ ୩୧ ହଜାର ୯୭୧ ଜଣ ଓ ୩୦ ହଜାର ୩୮୮ ଛାତ୍ରୀଙ୍କ ମଧ୍ୟରୁ ୨୮ ହଜାର ୮୧୭ ଜଣ ପାସ୍ କରିଛନ୍ତି।
ପଢନ୍ତୁ ଏହି ଖବର: CBSE ଦଶମ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପ୍ପର ଟିନା ରଥ: ''ମୁଁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରେ''
ଛାତ୍ରଙ୍କ ପାସ୍ହାର ୯୨.୬୦% ଓ ଛାତ୍ରୀଙ୍କ ପାସ୍ହାର ୯୪.୮୩% ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୯ ହଜାର ୨୬୦ ଜଣଙ୍କ ମଧ୍ୟରୁ ୧୮ ହଜାର ୧୫୧ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୯୪.୨୪% ହୋଇଛି। ସ୍ବାଧୀନ ଭାବେ ଅର୍ଥାତ୍ ବେସରକାରୀ ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ୩୭ ହଜାର ୮୭୧ ଜଣଙ୍କ ମଧ୍ୟରୁ ୩୪ ହଜାର ୯୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ହାର ୯୨.୩୮% ହୋଇଛି।
ସିବିଏସଇ ଦଶମ ଶ୍ରେଣୀ ଦ୍ବିତୀୟ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ଫିଲ୍ ଅଫ ଆରମ୍ଭ ହୋଇଛି । ଏନେଇ ପରୀକ୍ଷାର୍ଥୀଙ୍କୁ ପୁନଃ ଅବଗତ କରାଇଲା ସିବିଏସଇ। ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିବେ ପରୀକ୍ଷାର୍ଥୀ । ଏହି ତାରିଖରୁ ବିଳମ୍ବ ହେଲେ ଫାଇନ ସହ ୨୧ ଏବଂ ୨୨ ତାରିଖରେ କରି ପାରିବେ ଫର୍ମ ପୂରଣ। ଚଳିତ ଥର ଦୁଇଟି ବୋର୍ଡ଼ କରୁଛି ସିବିଏସଇ। ପ୍ରଥମ ବୋର୍ଡ଼ରେ ପରୀକ୍ଷାର୍ଥୀଙ୍କ ମାର୍କ କମିଥିବା ଅନୁଭବ କଲେ ପୁନଃ ଦ୍ବିତୀୟ ବୋର୍ଡ଼ ଦେଇପାରିବେ । ଏହା ବାଧ୍ୟତାମୂଳକ ନୁହେଁ। ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଏବଂ ମାତୃଭାଷା ଭଳି ୪ଟି ବିଷୟର ଯେ କୌଣସି ୩ଟି ବିଷୟରେ ପରୀକ୍ଷା ଦେଇପାରିବେ। ସୂଚନା ଅନୁଯାୟୀ ମେ ମାସରେ ହେବ ଦ୍ବିତୀୟ ବୋର୍ଡ଼ ପରୀକ୍ଷା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories