Board Exams / ଦଶମ ଓ ଦ୍ୱାଦଶ CBSE ପରୀକ୍ଷା ୨୦୨୭: ଡେଟ୍ସିଟ୍କୁ ନେଇ ବଡ଼ ଅପଡେଟ୍, ଜାଣନ୍ତୁ ସମ୍ଭାବ୍ୟ ପରୀକ୍ଷା ତାରିଖ

Key Points
ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୭: ବଡ଼ ଅପଡେଟ୍
CBSE Exam 2027: ଫେବୃଆରୀ ୧୫ରୁ ପରୀକ୍ଷା!
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ୨୦୨୭ର ଡେଟ୍ସିଟ୍କୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ତେବେ ଏପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ ଅଫିସିଆଲ୍ ଟାଇମ୍ଟେବୁଲ୍ ଜାରି କରାଯାଇନାହିଁ । ଅନ୍ୟପଟେ ପରୀକ୍ଷା ପ୍ୟାଟର୍ନକୁ ନେଇ ସ୍ଥିତି ସ୍ପଷ୍ଟ କରିଛି ବୋର୍ଡ ।
CBSE ପକ୍ଷରୁ ନିକଟରେ ସାମ୍ପଲ୍ କ୍ୱେଶ୍ଚନ୍ ପେପର୍ (SQP) ଜାରି କରାଯାଇଛି । ଏହା ସହିତ ମାର୍କିଂ ସ୍କିମ୍ରେ ଜାରି ନୋଟିସ୍ରେ କୁହାଯାଇଛି ଯେ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରଶ୍ନପତ୍ରର ଡିଜାଇନ୍ ଏବଂ ମୂଲ୍ୟାୟନ ପଦ୍ଧତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିପରି ପାସ୍ କରିବାର ମାନଦଣ୍ଡ ମଧ୍ୟ ୨୦୨୫-୨୬ ଶିକ୍ଷାବର୍ଷ ଭଳି ରହିବ ।
CBSE Date Sheet 2027 କେବେ ଜାରି ହେବ ?
ପୂର୍ବ ବର୍ଷଗୁଡ଼ିକର ଧାରାକୁ ଦେଖିଲେ, CBSE ୨୦୨୬ ବୋର୍ଡ ପରୀକ୍ଷାର ଡେଟ୍ସିଟ୍ ୩୦ ଅକ୍ଟୋବର ୨୦୨୫ରେ ଏବଂ ୨୦୨୫ ବୋର୍ଡ ପରୀକ୍ଷାର ଡେଟ୍ସିଟ୍ ୨୦ ନଭେମ୍ବର ୨୦୨୪ରେ ପ୍ରକାଶ କରିଥିଲା । ଏହି ଧାରା ଅନୁସାରେ CBSE Date Sheet 2027 ଅକ୍ଟୋବର ଶେଷ ସପ୍ତାହରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଜାରି ହୋଇପାରେ । ଅର୍ଥାତ୍ ୨ ନଭେମ୍ବର ୨୦୨୬ ସୁଦ୍ଧା ଡେଟ୍ସିଟ୍ ପ୍ରକାଶ ପାଇବା ନେଇ ଛାତ୍ରଛାତ୍ରୀଙ୍କ ଅପେକ୍ଷା ରହିଛି । ତେବେ ଏହା ଏକ ଅନୁମାନିତ ସମୟସୀମା, ବୋର୍ଡ ପକ୍ଷରୁ ଅଫିସିଆଲ୍ ଘୋଷଣାକୁ ଅପେକ୍ଷା କରାଯାଇଛି ।
କେବେଠାରୁ ଆରମ୍ଭ ହେବ ପରୀକ୍ଷା ?
ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁସାରେ, ଦଶମ ଓ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ବୋର୍ଡ ପରୀକ୍ଷା ୧୫ ଫେବୃଆରୀ ୨୦୨୭ରୁ ଆରମ୍ଭ ହୋଇପାରେ । ପରୀକ୍ଷା ସମୟ ସକାଳ ୧୦ଟା ୩୦ରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨୦୨୭ରୁ ଆରମ୍ଭ ହୋଇପାରେ । ତେବେ ଶୀତୁଆ ଅଞ୍ଚଳରେ ଥିବା ସ୍କୁଲ୍ଗୁଡ଼ିକରେ ପ୍ରାକ୍ଟିକାଲ୍ ପରୀକ୍ଷା ନଭେମ୍ବର-ଡିସେମ୍ବର ୨୦୨୬ରେ ହୋଇପାରେ ।
କିପରି ଡାଉନଲୋଡ୍ କରିବେ ଅଫିସିଆଲ୍ ଡେଟ୍ସିଟ୍ ?
ଡେଟ୍ସିଟ୍ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ନିମ୍ନଲିଖିତ ପଦ୍ଧତିରେ ଏହାକୁ ଡାଉନଲୋଡ୍ କରିପାରିବେ ।
୧. ପ୍ରଥମେ CBSEର ଅଫିସିଆଲ୍ ୱେବସାଇଟ୍ cbse.gov.in ଖୋଲନ୍ତୁ ।
୨. ହୋମ୍ପେଜ୍ରେ ଥିବା 'Latest @CBSE' ସେକ୍ସନ୍କୁ ଯାଆନ୍ତୁ ।
୩. 'Class X / Class XII Date Sheet 2027' ଲିଙ୍କ୍ରେ କ୍ଲିକ୍ କରନ୍ତୁ ।
୪. ଡେଟ୍ସିଟ୍ର PDF ଫାଇଲ୍ ଖୋଲିବା ପରେ ଏହାକୁ ଡାଉନଲୋଡ୍ କରି ସେଭ୍ କରି ରଖନ୍ତୁ ।
ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ପରାମର୍ଶ
ବୋର୍ଡ ପରୀକ୍ଷାକୁ ନେଇ ସୋସିଆଲ୍ ମିଡିଆ, ହ୍ୱାଟ୍ସଆପ୍ ଏବଂ ବିଭିନ୍ନ କୋଚିଂ ସଂସ୍ଥା ପକ୍ଷରୁ ପ୍ରସାରିତ ହେଉଥିବା ଅନଧିକୃତ ଡେଟ୍ସିଟ୍କୁ ବିଶ୍ୱାସ କରନ୍ତୁ ନାହିଁ । କେବଳ CBSEର ଅଫିସିଆଲ୍ ୱେବସାଇଟ୍ରୁ ପ୍ରକାଶିତ ଡେଟ୍ସିଟ୍କୁ ହିଁ ଅନୁସରଣ କରନ୍ତୁ । ଏହା ସହିତ ପରୀକ୍ଷା ପାଇଁ ଏବେଠାରୁ ପ୍ରସ୍ତୁତି ଜାରି ରଖନ୍ତୁ ।
📱 Get Argus News App
✨Related Topics
Explore more stories