Videos
|
Education-employment

CBSE Exams / ଦଶମ-ଦ୍ୱାଦଶ ଛାତ୍ରଙ୍କ ପାଇଁ ଖବର: ଶୀଘ୍ର ଆସିବ ଟେଣ୍ଟେଟିଭ୍ ଡେଟ୍‌ସିଟ୍, ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ନିୟମ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଦଶମ-ଦ୍ୱାଦଶ ଛାତ୍ରଙ୍କ ପାଇଁ ଖବର: ଶୀଘ୍ର ଆସିବ ଟେଣ୍ଟେଟିଭ୍ ଡେଟ୍‌ସିଟ୍, ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ନିୟମ
Board Exam

Key Points

CBSE ବୋର୍ଡ ପରୀକ୍ଷା 2027 ଆସିଲା ବଡ଼ ଅପଡେଟ୍ ।
ଦଶମ-ଦ୍ୱାଦଶ ଛାତ୍ରଙ୍କ ପାଇଁ ଖବର ଜାଣନ୍ତୁ ପରୀକ୍ଷା ନିୟମ ।
CBSE Exam 2027 ଡେଟ୍‌ସିଟ୍‌ କେବେ ?
ବୋର୍ଡ ପରୀକ୍ଷା ପ୍ରସ୍ତୁତି ଏବେଠୁ ଆରମ୍ଭ କରନ୍ତୁ 

ଯଦି ଆପଣଙ୍କ ଘରେ ୧୦ମ କିମ୍ବା ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀ ଅଛନ୍ତି, ତେବେ ବୋର୍ଡ ପରୀକ୍ଷା ପ୍ରସ୍ତୁତିକୁ ଆହୁରି ଜୋରଦାର କରିବାର ସମୟ ଆସିଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ Class 10 ଓ Class 12 Board Exam 2027ର ଟେଣ୍ଟେଟିଭ୍ ଡେଟ୍‌ସିଟ୍ ଖୁବଶୀଘ୍ର ଅଧିକାରିକ ୱେବସାଇଟ୍‌ରେ ଜାରି କରାଯିବାକୁ ଥିବା ସୂଚନା ରହିଛି ।

ସାଧାରଣତଃ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୁଏ । ଏଥର ପାସିଂ କ୍ରାଇଟେରିଆ କିମ୍ବା ପରୀକ୍ଷା ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ ନଥିବା କୁହାଯାଇଛି ।

କିପରି ଡାଉନଲୋଡ୍ କରିବେ CBSE ଡେଟ୍‌ସିଟ୍ ?
CBSE ଡେଟ୍‌ସିଟ୍ ଜାରି ହେବା ପରେ ଛାତ୍ରଛାତ୍ରୀ ଏହାକୁ ଅଧିକାରିକ ୱେବସାଇଟ୍ cbse.gov.inରୁ ଡାଉନଲୋଡ୍ କରିପାରିବେ ।
- ପ୍ରଥମେ CBSEର ଅଧିକାରିକ ୱେବସାଇଟ୍‌କୁ ଯାଆନ୍ତୁ ।
- ହୋମପେଜ୍‌ରେ “CBSE Class X and XII Tentative Date Sheet 2027” ଲିଙ୍କ ଖୋଜନ୍ତୁ ।
- ଲିଙ୍କରେ କ୍ଲିକ୍ କରିବା ପରେ ଡେଟ୍‌ସିଟ୍‌ର PDF ଖୋଲିବ ।
- PDFକୁ ଡାଉନଲୋଡ୍ କରି ସୁରକ୍ଷିତ ରଖନ୍ତୁ ଏବଂ ଆବଶ୍ୟକ ହେଲେ ପ୍ରିଣ୍ଟ କରନ୍ତୁ ।

୧୨ଶ ଶ୍ରେଣୀରେ ଥିଓରୀ ଓ ପ୍ରାକ୍ଟିକାଲ୍ ମାର୍କ୍ସ
ପରୀକ୍ଷା ପ୍ରସ୍ତୁତି ସମୟରେ ମାର୍କ୍ସ ବିଭାଜନ ବୁଝିବା ମଧ୍ୟ ଜରୁରୀ ।
-କମର୍ସ: Accountancy, Business Studies ଓ Economicsରେ ୮୦ ମାର୍କ୍ସ ଥିଓରୀ ଏବଂ ୨୦ ମାର୍କ୍ସ ପ୍ରୋଜେକ୍ଟ ୱର୍କ ।
-ସାଇନ୍ସ: Physics, Chemistry ଓ Biologyରେ ୭୦ ମାର୍କ୍ସ ଥିଓରୀ ଏବଂ ୩୦ ମାର୍କ୍ସ ପ୍ରାକ୍ଟିକାଲ୍/ଇଣ୍ଟରନାଲ୍ ।
- ମ୍ୟାଥମେଟିକ୍ସ: ୮୦ ମାର୍କ୍ସ ଲିଖିତ ପରୀକ୍ଷା ଏବଂ ୨୦ ମାର୍କ୍ସ ଇଣ୍ଟରନାଲ୍ ଆସେସମେଣ୍ଟ ।

ଏଥି ସହ ପଢନ୍ତୁ:  CBSE ପୋର୍ଟାଲ ଉପରେ ଭୟଙ୍କର DDoS ଆଟାକ୍; କଣ, କାହିଁକି ଓ କିପରି କରାଯାଏ ?


ପରୀକ୍ଷା ଦିନ ଏହି ନିୟମଗୁଡ଼ିକ ମନେ ରଖନ୍ତୁ

ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ କିଛି ନିୟମ ମାନିବାକୁ ପଡ଼ିବ । ପରୀକ୍ଷା ଆରମ୍ଭ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଉଚିତ । ସକାଳ ୧୦ଟା ପରେ ପରୀକ୍ଷା ହଲ୍‌ରେ ପ୍ରବେଶ ଅନୁମତି ନଥିବା କୁହାଯାଇଛି । ଛାତ୍ରଛାତ୍ରୀଙ୍କୁ ନିଜ ସ୍କୁଲ୍‌ର ନିର୍ଦ୍ଧାରିତ ୟୁନିଫର୍ମରେ ପରୀକ୍ଷା ଦେବାକୁ ଯିବାକୁ ପଡ଼ିବ ।
ଏହା ସହିତ ମୋବାଇଲ୍ ଫୋନ୍, ସ୍ମାର୍ଟୱାଚ୍ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ପରୀକ୍ଷା କେନ୍ଦ୍ରକୁ ନେବା ଉପରେ କଟକଣା ରହିଛି । WhatsApp, YouTube, X ଭଳି ସୋସିଆଲ୍ ମିଡିଆରେ ପରୀକ୍ଷା ସମ୍ପର୍କିତ ଗୁଜବ କିମ୍ବା ମିଥ୍ୟା ଖବର ପ୍ରଚାର ନକରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯାଇଛି ।

ଜାନୁଆରୀ ୨୦୨୭ରେ ଆସିବ ଆଡମିଟ୍ କାର୍ଡ
CBSE Class 10 ଓ 12ର ଆଡମିଟ୍ କାର୍ଡ ଜାନୁଆରୀ ୨୦୨୭ରେ ଜାରି ହେବାର ସୂଚନା ରହିଛି । ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରୁ ଆଡମିଟ୍ କାର୍ଡ ସଂଗ୍ରହ କରିବେ । ଆଡମିଟ୍ କାର୍ଡ ପାଇବା ପରେ ନିଜର ନାମ, ରୋଲ୍ ନମ୍ବର, ଆଡମିଟ୍ କାର୍ଡ ID, ଅଭିଭାବକଙ୍କ ନାମ, ପରୀକ୍ଷା କେନ୍ଦ୍ରର ନାମ ଓ କୋଡ୍ ସହିତ ବିଷୟ ଏବଂ ପରୀକ୍ଷା ତାରିଖ ଭଲ ଭାବେ ଯାଞ୍ଚ କରନ୍ତୁ ।

ଏବେଠାରୁ ଆରମ୍ଭ କରନ୍ତୁ ପ୍ରସ୍ତୁତି
CBSE ପକ୍ଷରୁ ସାମ୍ପଲ୍ ପେପର୍ ଏବଂ ମାର୍କିଂ ସ୍କିମ୍ ଜାରି ହୋଇସାରିଛି । ତେଣୁ କେବଳ ଡେଟ୍‌ସିଟ୍‌କୁ ଅପେକ୍ଷା ନକରି ଏବେଠାରୁ ସାମ୍ପଲ୍ ପେପର୍ ସମାଧାନ କରିବା ଆରମ୍ଭ କରନ୍ତୁ । ଏହା ଦ୍ୱାରା ପ୍ରଶ୍ନପତ୍ର ସମାଧାନ କରିବାର ଗତି ଓ ସମୟ ପରିଚାଳନାରେ ଉନ୍ନତି ହୋଇପାରିବ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: