CBSE Results / ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ଜାଣନ୍ତୁ କେମିତି ଦେଖିପାରିବେ ଫଳାଫଳ
·1 day ago·2 min read

Key Points
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
cbse.nic.inରେ ରେଜଲ୍ଟ ଉପଲବ୍ଧ
ଡିଜିଲକର ଓ ଉମଙ୍ଗ ଆପ୍ରେ ମଧ୍ୟ ରେଜଲ୍ଟ ଦେଖିପାରିବେ

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୬ ରେଜଲ୍ଟ । ଛାତ୍ରଛାତ୍ରୀମାନେ CBSE ର ଅଫିସିଆଲ୍ ଓ୍ବେବସାଇଟ୍ cbse.gov.in ରେ ସେମାନଙ୍କର ଲଗଇନ୍ ପ୍ରମାଣପତ୍ର ବ୍ୟବହାର କରି ରେଜଲ୍ଟ ଦେଖିପାରିବେ । ସୂଚନା ଅନୁସାରେ ଚଳିତ ବର୍ଷ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ଚଳିତ ବର୍ଷ ମୋଟ ପାସ୍ ହାର ୯୩.୭୦ ପ୍ରତିଶତ ରହିଛି । ଯାହା ଗତ ବର୍ଷ (୯୩.୬୬%) ତୁଳନାରେ ୦.୦୪ ପ୍ରତିଶତ ବୃଦ୍ଧି ପାଇଛି । ଏଥର ବୋର୍ଡ ରେକର୍ଡ ସମୟରେ ଉତ୍ତର ଖାତାର ମୂଲ୍ୟାୟନ ସମାପ୍ତ କରିଛି ଏବଂ ସାଧାରଣ ଅପେକ୍ଷା ପ୍ରାୟ ଗୋଟିଏ ମାସ ପୂର୍ବରୁ ଫଳାଫଳ ପ୍ରକାଶ କରିଛି ।
ସବୁଥର ପରି ଏଥର ମଧ୍ୟ ପୁଅମାନଙ୍କ ଅପେକ୍ଷା ଝିଅଙ୍କର ପାସ୍ ହାର ଅଧିକ ରହିଛି । ବୋର୍ଡ ଚଳିତ ବର୍ଷ କୌଣସି ଅଫିସିଆଲ ଟପର୍ ତାଲିକା ଘୋଷଣା କରିନାହିଁ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
ତେବେ ଯେଉଁ ଛାତ୍ରଛାତ୍ରୀମାନେ ଗୋଟିଏ କିମ୍ବା ଦୁଇଟି ବିଷୟରେ ବିଫଳ ହୋଇଛନ୍ତି କିମ୍ବା ସେମାନଙ୍କ ନମ୍ବରରେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ନିରାଶ ହେବା ଆବଶ୍ୟକ ନାହିଁ । CBSE ୧୫ ମେ' ୨୦୨୬ରୁ ଦ୍ବିତୀୟ ବୋର୍ଡ ପରୀକ୍ଷା କରିବ । ଏନେଇ ଆବେଦନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ।
CBSE ର ଅଫିସିଆଲ୍ ଓ୍ବେବସାଇଟ୍ ବ୍ୟତୀତ ଡିଜିଲକର ମାଧ୍ୟମରେ ଛାତ୍ରଛାତ୍ରୀମାନେ ସବୁଠୁ ଶୀଘ୍ର ସେମାନଙ୍କ ଫଳାଫଳ ଦେଖିବା ସହ ଡିଜିଟାଲ୍ ମାର୍କସିଟ୍ ମଧ୍ୟ ତୁରନ୍ତ ଡାଉନଲୋଡ୍ କରିପାରିବେ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରେଜଲ୍ଟ ଜାଣିବା ପରେ ସେମାନଙ୍କର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର, ଆଡମିଟ୍ କାର୍ଡ ଆଇଡି, ଜନ୍ମ ତାରିଖ ଏବଂ ସିକ୍ୟୁରିଟି ପିନ୍ ଆବଶ୍ୟକ ।

The Central Board of Secondary Education (CBSE) declares the Class 10 Board Examination 2026 (Session 1)
— ANI (@ANI) April 15, 2026
CBSE ର ଅଫିସିଆଲ୍ ଓ୍ବେବସାଇଟ୍ ବ୍ୟତୀତ ଡିଜିଲକର ମାଧ୍ୟମରେ ଛାତ୍ରଛାତ୍ରୀମାନେ ସବୁଠୁ ଶୀଘ୍ର ସେମାନଙ୍କ ଫଳାଫଳ ଦେଖିବା ସହ ଡିଜିଟାଲ୍ ମାର୍କସିଟ୍ ମଧ୍ୟ ତୁରନ୍ତ ଡାଉନଲୋଡ୍ କରିପାରିବେ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ରେଜଲ୍ଟ ଜାଣିବା ପରେ ସେମାନଙ୍କର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର, ଆଡମିଟ୍ କାର୍ଡ ଆଇଡି, ଜନ୍ମ ତାରିଖ ଏବଂ ସିକ୍ୟୁରିଟି ପିନ୍ ଆବଶ୍ୟକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories