Board Exams / CBSE ୨୦୨୭ ବୋର୍ଡ ପରୀକ୍ଷାର ବଡ଼ ଘୋଷଣା, ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟ୍ସିଟ୍

Key Points
ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୭: ୪୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
CBSEର ବଡ଼ ଘୋଷଣା, ପରୀକ୍ଷାର ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟ୍ସିଟ୍
ଫେବୃଆରୀ ୧୬ରୁ ମାର୍ଚ୍ଚ ୯ ଯାଏଁ CBSE ବୋର୍ଡ ପରୀକ୍ଷା, ଏବେଠୁ ପ୍ରସ୍ତୁତି ଆରମ୍ଭ କରନ୍ତୁ ଛାତ୍ରଛାତ୍ରୀ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଅଧୀନରେ ପଢ଼ୁଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ୨୦୨୭ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷା ପାଇଁ ଡେଟ୍ସିଟ୍ ଜାରି କରିଛି ବୋର୍ଡ । ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୧୬, ୨୦୨୭ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୯ରେ ଶେଷ ହେବ । ଆଗୁଆ ସମୟସୂଚୀ ପ୍ରକାଶ ପାଇଥିବାରୁ ଛାତ୍ରଛାତ୍ରୀ ନିଜ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ପାଇବେ ।
ପରୀକ୍ଷାର ୧୦୧ ଦିନ ପୂର୍ବରୁ ଡେଟ୍ସିଟ୍
CBSE ପ୍ରଥମ ଥର ପାଇଁ ପରୀକ୍ଷା ଆରମ୍ଭ ହେବାର ୧୦୧ ଦିନ ପୂର୍ବରୁ ଡେଟ୍ସିଟ୍ ଜାରି କରିଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ରିଭିଜନ୍ ଓ ପାଠପଢ଼ାର ଯୋଜନା ପ୍ରସ୍ତୁତ କରିବାକୁ ଅଧିକ ସମୟ ମିଳିବ । ବୋର୍ଡର ସୂଚନା ଅନୁସାରେ, ସମସ୍ତ ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ।
୪୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା ।
ଏଥର CBSE ବୋର୍ଡ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ସାମିଲ ହେବେ ।
- ଦଶମ ଶ୍ରେଣୀ: ୨୬.୫ ଲକ୍ଷରୁ ଅଧିକ ।
- ଦ୍ୱାଦଶ ଶ୍ରେଣୀ: ୧୯.୧୮ ଲକ୍ଷରୁ ଅଧିକ ।
- ମୋଟ: ୪୫.୬୮ ଲକ୍ଷରୁ ଅଧିକ ।
ଦଶମ ଶ୍ରେଣୀର ୮୩ଟି ଏବଂ ଦ୍ୱାଦଶ ଶ୍ରେଣୀର ୧୨୧ଟି ବିଷୟକୁ ମିଶାଇ ମୋଟ ୨୦୪ଟି ବିଷୟରେ ପରୀକ୍ଷା ହେବ ।
JEE, NEET ଓ CUET ପରୀକ୍ଷାକୁ ଧ୍ୟାନରେ ରଖି ଡେଟ୍ସିଟ୍
ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିବା ପାଇଁ CBSE ଡେଟ୍ସିଟ୍ ପ୍ରସ୍ତୁତ କରିବା ସମୟରେ JEE, NEET ଓ CUET ଭଳି ପ୍ରବେଶିକା ପରୀକ୍ଷାର ସମ୍ଭାବ୍ୟ ସମୟସୂଚୀକୁ ମଧ୍ୟ ଧ୍ୟାନରେ ରଖିଛି । ଯାହାଦ୍ୱାରା ବୋର୍ଡ ପରୀକ୍ଷା ପରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଓ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ । ତେଣୁ ଏବେଠାରୁ ଛାତ୍ରଛାତ୍ରୀ ନିଜର ବିଷୟ ଅନୁଯାୟୀ ପାଠପଢ଼ା ଓ ରିଭିଜନ୍ ଯୋଜନା ପ୍ରସ୍ତୁତ କରନ୍ତୁ । ଅଧିକ ସୂଚନା ଓ ସମ୍ପୂର୍ଣ୍ଣ ଡେଟ୍ସିଟ୍ ପାଇଁ CBSEର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ ।
📱 Get Argus News App
✨Related Topics
Explore more stories