Videos
|
Education-employment

Board System / ଜାନୁଆରୀରୁ ନୂଆ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ: ଗୋଟିଏ ବୋର୍ଡରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 weeks ago·3 min read
ଜାନୁଆରୀରୁ ନୂଆ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ: ଗୋଟିଏ ବୋର୍ଡରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
Board System

Key Points

ଦଶମ-ଦ୍ଵାଦଶ ହେବ ଗୋଟିଏ ବୋର୍ଡ
ଗୋଟିଏ ବୋର୍ଡରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଚଳିତ ବର୍ଷ ଜାନୁଆରୀରୁ ନୂଆ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀକ କରାଯାଉଛି
ସିଏଚଏସଇର ୪୪ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ। ରାଜଧାନୀ ଭୁବନେଶ୍ୱରର CHSE କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କୋରାପୁଟ ବିଧାୟକ ରୁପୁ ଭଦ୍ରା ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ CHSE ଅଧ୍ୟକ୍ଷ ମୃଣାଳକାନ୍ତି ଦାସ୍, ଗଣଶିକ୍ଷା ସଚିବ ଥିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥିଗଣ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗତିବିଧି ଓ ଆଗକୁ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଳବିକ ପରିବର୍ତ୍ତନ ସମ୍ବଦ୍ଧରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ଥିବା କଲେଜ ଗୁଡିକରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଗଣଶିକ୍ଷା ସଚିବ ଏନ ଥିରୁମାଲା ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ଦଶମ-ଦ୍ଵାଦଶ ହେବ ଗୋଟିଏ ବୋର୍ଡ । ଗୋଟିଏ ବୋର୍ଡରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଚଳିତ ବର୍ଷ ଜାନୁଆରୀରୁ ନୂଆ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି। ଦେଶରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟକ୍ରମ ପ୍ରଚଳନ ହୋଇଥିବାବେଳେ, ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରିବ NCERT।ଏହି ନୂଆ ବ୍ୟବସ୍ଥାରେ ପିଲାମାନେ କେବଳ ବହିରୁ ଜ୍ଞାନ ନେବେ ନାହିଁ, ବରଂ ବାସ୍ତବ ଅନୁଭବ ଓ ପ୍ରାକ୍ଟିକାଲ ଶିକ୍ଷା ମାଧ୍ୟମରେ ବିଷୟକୁ ବୁଝିବେ। ସେହିପରି ମାତୃଭାଷାରେ ଶିକ୍ଷାଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ଜାନୁଆରୀରୁ ଯୁକ୍ତ ଦୁଇ ବିଜ୍ଞାନ ବିଷୟ ପାଇଁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ବାଣିଜ୍ୟ ଓ ଅନ୍ୟ ବିଷୟର ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନିଆଯିବ।

ବର୍ତ୍ତମାନ ପାଠପଢ଼ାର ଖର୍ଚ୍ଚ ବଢ଼ି ଚାଲିଥିବାବେଳେ, ଟ୍ୟୁସନ ଓ କୋଚିଂ ଉପରେ ଅନେକ ପରିବାର ନିର୍ଭର କରୁଛନ୍ତି । ଏହି ସ୍ଥିତିରେ ଡିଜିଟାଲ ମାଧ୍ୟମରେ ମାଗଣା ଶିକ୍ଷାଦାନର ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। CHSE ପକ୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିଲାବସ ପ୍ରସ୍ତୁତ କରାଯାଉଛି। ଡିଜିଟାଲ ମାଧ୍ୟମରେ ମାଗଣା ପାଠପଢ଼ା ଦ୍ୱାରା ଛାତ୍ରଛାତ୍ରୀମାନେ IIT ଓ NEET ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତିର ସୁବିଧା ପାଇବେ। ଏଥିପାଇଁ CHSE ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ। ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା।ତାପରେ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ସାଢ଼େ ୩ହଜାର ଟଙ୍କା। ଅନ୍ୟପଟେ ଧନ୍ଦାମୂଳକ ଓ ରୋଜଗାରକ୍ଷମ ଶିକ୍ଷାକୁ ମଧ୍ୟ ସୁଦୃଢ କରାଯିବ।

ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ଦେଶ ଏବେ ବି ଅନେକ ପଛରେ ରହିଛି। ତେଣୁ NEP-2020 ଆଧାରରେ ପିଲାମାନଙ୍କୁ ରୋଜଗାରକ୍ଷମ ଶିକ୍ଷା ସହ ଯୋଡ଼ିବାକୁ ଗୁରୁତ୍ୱ ଦିଆଯାଉଛି। ଲକ୍ଷ୍ୟ ରହିଛି, ପ୍ଲସ ଟୁ ପାସ କରିବା ବେଳକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତିକମରେ ଗୋଟିଏ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବେ। ଅର୍ଥାତ କେବଳ ସାର୍ଟିଫିକେଟ ନୁହେଁ, ପାଠପଢ଼ା ସହିତ ରୋଜଗାର ପାଇଁ ଆବଶ୍ୟକ ଦକ୍ଷତା ମଧ୍ୟ ପାଇବେ ଛାତ୍ରଛାତ୍ରୀ। ଏଥିପାଇଁ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ। ସେହିପରି ଓପନ ଲର୍ନିଙ୍ଗ ବ୍ୟବସ୍ଥାରେ ମଧ୍ୟ ଯୁକ୍ତ ଦୁଇକୁ ସାମିଲ କରାଯିବାର ଯୋଜନା ରହିଛି। ଫଳରେ ବିଭିନ୍ନ କାରଣରୁ ନିୟମିତ ଶିକ୍ଷା ସହ ଯୋଡ଼ି ହୋଇପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ାର ନୂଆ ସୁଯୋଗ ସୃଷ୍ଟି ହେବ। ତେବେ NEP-2020 ଆଧାରରେ ଶିକ୍ଷା ବ୍ୟବସ୍ଥାକୁ କେବଳ ପରୀକ୍ଷା ଓ ମାର୍କ ଭିତରେ ସୀମିତ ନ ରଖି, ଅନୁଭବ, ପ୍ରାକ୍ଟିକାଲ ଜ୍ଞାନ, ଡିଜିଟାଲ ଶିକ୍ଷା ଓ ରୋଜଗାରକ୍ଷମ ଦକ୍ଷତା ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି। ଅର୍ଥାତ ଆଗାମୀ ଦିନର ଶିକ୍ଷା କେବଳ ବହିର ପୃଷ୍ଠାରେ ସୀମିତ ରହିବ ନାହିଁ... ବରଂ ଜୀବନ ଓ ଜୀବିକା ସହ ଯୋଡ଼ି ହେବ।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଖୁବଶୀଘ୍ର ହେବ SI ପରୀକ୍ଷା; ଆବେଦନକାରୀ ଏବଂ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ OUSSSCର ସୂଚନା

ଏହି କାର୍ଯ୍ୟକ୍ରମ ଅବସରରେ CHSE ଅଧ୍ୟକ୍ଷ ମୃଣାଳକାନ୍ତି ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି,ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରି ସାରିଛନ୍ତି,ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଗୋଟିଏ ବୋର୍ଡ ରହିବ।ସେଇ ଅନୁଯାୟୀ ସମସ୍ତ ପ୍ରସ୍ତୁତି ପର୍ବ ଜାରି ରହିଛି, ଯଥା ସମୟରେ ଏନେଇ ଜଣାଇ ଦିଆଯିବ। ସରକାରୀ ସ୍ତରରେ କାର୍ଯ୍ୟକ୍ରମ ଜାରି ରହିଛି। ସରକାର ଚେଷ୍ଟା କରୁଛନ୍ତି ଯେତେ ଶୀଘ୍ର ହୋଇପାରିବ,ନିର୍ଦ୍ଦିଷ୍ଟ ସମୟ ସୀମା ଏବେ କହିପାରିବୁ ନାହିଁ।ଯେତେବେଳ ପର୍ଯ୍ୟନ୍ତ ଆଇନ୍ ପବ୍ଲିକକୁ ଆସିନାହିଁ, ସେତେବେଳ ପର୍ଯ୍ୟନ୍ତ ଯାହା ବିଧି ବ୍ୟବସ୍ଥା ରହିଛି ତାହା କାର୍ଯ୍ୟକାରୀ ରହିବ।''

.ଡିଜିଟାଲ ପାଠ୍ୟକ୍ରମକୁ ନେଇ ପ୍ରତିକ୍ରିୟା
.ବୃତ୍ତିଗତ ସ୍ତରରେ ଡିଜିଟାଲ କଣ୍ଟେଣ୍ଟ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି, ତାହା ପିଲାମାନଙ୍କ କାମରେ ଆସିବ
.ଦଶମ ଶ୍ରେଣୀ ପୁସ୍ତକ ବଦଳିବା ନେଇ ବଡ଼ ବୟାନ
.ପାଠ୍ୟପୁସ୍ତକ NCERT ସ୍ତରରେ ପ୍ରସ୍ତୁତି ଜାରି ରହିଛି। ପ୍ରସ୍ତୁତି ସରିବା ପରେ ତା ସହିତ ଆଲାଇନମେଣ୍ଟ କରି କାର୍ଯ୍ୟକାରୀ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି CHSE ଅଧ୍ୟକ୍ଷ ମୃଣାଳକାନ୍ତି ଦାସ ।

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

Related Topics

Explore more stories

Class 10 and 12 Students to Appear for Exams Under a Single Board | Argus News | Argus News