Videos
|
Odisha

Odisha SI Exam / ଖୁବଶୀଘ୍ର ହେବ SI ପରୀକ୍ଷା; ଆବେଦନକାରୀ ଏବଂ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ OUSSSCର ସୂଚନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଖୁବଶୀଘ୍ର ହେବ SI ପରୀକ୍ଷା; ଆବେଦନକାରୀ ଏବଂ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ OUSSSCର ସୂଚନା
OUSSSC Issues Important Update for Candidates

Key Points

OUSSSC ପକ୍ଷରୁ ଓଡ଼ିଶା ପୋଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନରେ କନଷ୍ଟେବଳ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିସହ ଓଡ଼ିଶା ପୋଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନରେ କନଷ୍ଟେବଳ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଭୁବନେଶ୍ଵର: ବାତିଲ୍ ହୋଇଥିବା ୨୦୨୪ SI ପରୀକ୍ଷା ଖୁବଶୀଘ୍ ହେବ । ଏନେଇ ଆବେଦନକାରୀ ଏବଂ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ ଓଡିଶା ୟୁନିଫର୍ମଡ଼ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ OUSSSC ପକ୍ଷରୁ ଓଡ଼ିଶା ପୋଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନରେ କନଷ୍ଟେବଳ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏ ସମ୍ପର୍କିତ ବିସ୍ତୃତ ବିଜ୍ଞାପନ, ଯେଉଁଥିରେ ପଦବୀ ସଂଖ୍ୟା, ଯୋଗ୍ୟତା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କିତ ଆବଶ୍ୟକ ସୂଚନା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ସମ୍ବଲପୁର ହେବ ‘ସ୍କିଲ୍ ଲ୍ୟାବ୍’, ଗାଁ ଗାଁରେ ତିଆରି ହେବେ କଣ୍ଟେଣ୍ଟ କ୍ରିଏଟର- ଧର୍ମେନ୍ଦ୍ର ପ୍ରଧାନ 

ମିଳିତ ପୋଲିସ ସେବା ପରୀକ୍ଷା (CPSE)-୨୦୨୪ ନିମନ୍ତେ ପ୍ରାପ୍ତ ଆବେଦନପତ୍ରକୁ ବିଚାରକୁ ନେଇ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରାଯାଉଥିବା ବିଷୟ ଆୟୋଗଙ୍କ ପକ୍ଷରୁ ଅବଗତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଯୁକ୍ତି ଓ ପରୀକ୍ଷା ପ୍ରକ୍ରିୟାକୁ ନେଇ ପ୍ରାର୍ଥିନୀ/ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଥିବା ବ୍ୟାପକ ଆଗ୍ରହ ଓ ଆଶଙ୍କା ପ୍ରତି ଆୟୋଗ ସଚେତନ ଅଛନ୍ତି । ତେଣୁ, ନିର୍ଦ୍ଧାରିତ ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ପରୀକ୍ଷା ପ୍ରକ୍ରିୟାକୁ ସୁଚାରୁଭାବେ, ନିରପେକ୍ଷ, ସ୍ୱଚ୍ଛ ଓ ସୁରକ୍ଷିତ ରୂପେ ପରିଚାଳନା କରିବା ନିମନ୍ତେ ଆୟୋଗଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

CPSE-୨୦୨୪ ପାଇଁ ଆବେଦନ କରିଥିବା ପ୍ରାର୍ଥିନୀ/ପ୍ରାର୍ଥୀମାନଙ୍କୁ ଉପରୋକ୍ତ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ରହିବା ସହିତ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ ଆବଶ୍ୟକ ନିର୍ଦ୍ଦେଶନାମା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଚୂଡ଼ାନ୍ତ ହେବା ପରେ ଆୟୋଗଙ୍କ ପକ୍ଷରୁ ଅଧିକୃତ ଓ ସରକାରୀ ଯୋଗାଯୋଗ ମାଧ୍ୟମ ତଥା ଆୟୋଗଙ୍କର ୱେବସାଇଟ୍‌ରେ ପ୍ରକାଶ ପାଇବ ।

ଏଥିସହ ପଢ଼ନ୍ତୁ: ଟ୍ରାଫିକ୍ ଜାମ୍‌ରେ ଲାଗିବ ବ୍ରେକ୍‌ ! ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗରୋଡ୍‌ 

ଏଥିପାଇଁ ଆଶାୟୀ ସଚେତନ ରହିବା ସହ ନିଜର ପ୍ରସ୍ତୁତି ଜାରି ରଖିବା ଏବଂ ଆୟୋଗଙ୍କର ଅଧିକୃତ ସୂଚନାକୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଛି । ଆଶାୟୀଙ୍କ ସ୍ୱାର୍ଥ ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା, ନିରପେକ୍ଷତା ଓ ପବିତ୍ରତା ସୁନିଶ୍ଚିତ କରିବା ସହିତ ନିଯୁକ୍ତି ଓ ପରୀକ୍ଷା ପ୍ରକ୍ରିୟାକୁ ଯଥାଶୀଘ୍ର ଆଗେଇ ନେବା ପାଇଁ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାରର ସମନ୍ୱିତ ଓ ନିଷ୍ଠାପୂର୍ଣ୍ଣ ପ୍ରୟାସ କରାଯାଉଛି ।