15 August Independence Day / ବିଶ୍ୱର ସେହି ଦେଶ ଯେଉଁଠି ୧୫ ଅଗଷ୍ଟରେ ପାଳିତ ହୋଇଥାଏ ସ୍ୱାଧିନତା ଦିବସ
·44 mins ago·2 min read

Key Points
ଅଗଷ୍ଟ ୧୫ କେବଳ ଭାରତର ସ୍ୱାଧୀନତା ଦିବସ ନୁହେଁ। ବରଂ ଦକ୍ଷିଣ କୋରିଆ, ଉତ୍ତର କୋରିଆ, କଙ୍ଗୋ ଗଣରାଜ୍ୟ, ବାହାରିନ ଏବଂ ଲିଚେନଷ୍ଟାଇନ ମଧ୍ୟ ଏହି ତାରିଖକୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ପାଇଁ ପାଳନ କରନ୍ତି।
list of countries who celebrate independence day on 15 august: ଚଳିତ ବର୍ଷ ୮୦ ତମ ସ୍ୱାଧିନତା ଦିବସ ପାଳନ କରିବାକୁ ଯାଉଛି ଭାରତ। ଭାରତୀୟ ଇତିହାସରେ, ୧୫ ଅଗଷ୍ଟ କେବଳ ଏକ ତାରିଖ ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ଲାଗି ୩୦୦ ବର୍ଷର ଦାସତ୍ୱରୁ ସ୍ୱାଧିନତା ହାସଲ କରିଥିବାର ଦିନ। ଯାହା ବର୍ଷ ବର୍ଷର ସଂଘର୍ଷ ଏବଂ ଦେଶର ସାହସୀ ବୀରଙ୍କ ବଳିଦାନ ମାଧ୍ୟମରେ ହାସଲ ହୋଇଥିଲା। ଏହି କାରଣରୁ ଏହି ଦିନ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଜାତୀୟ ସଙ୍ଗୀତର ଧ୍ୱନି ଏବଂ ତ୍ରିରଙ୍ଗା ପତାକାର ମହିମା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବରେ ଭରିଦିଏ।
ହେଲେ କ'ଣ ଆପଣ ଜାଣିଛନ୍ତି, ୧୫ ଅଗଷ୍ଟ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱର ଅନେକ ଦେଶ ପାଇଁ ମଧ୍ୟ ଐତିହାସିକ ଗୁରୁତ୍ୱ ବହନ କରିଥାଏ। ଭାରତ ଏକମାତ୍ର ଦେଶ ନୁହେଁ ଯିଏ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ଦିବସ ପାଳନ କରିଥାଏ। ବିଶ୍ୱରେ ଆହୁରି ଏପରି ଅନେକ ଦେଶ ଅଛନ୍ତି ଯେଉଁଠି ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ଦିବସ ପାଳିତ ହୋଇଥାଏ।
ବିଶ୍ୱରେ ସେହି ଦେଶ ଯେଉଁ ଅଗଷ୍ଟ ୧୫ ତାରିଖରେ ପାଳିତ ହୋଇଥାଏ ସ୍ୱାଧିନତା ଦିବସ...
ଉତ୍ତର କୋରିଆ-ଦକ୍ଷିଣ କୋରିଆ (North-South Korea)
୧୯୪୫ ମସିହା ୧୫ ଅଗଷ୍ଟ ତାରିଖ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ ଜାପାନ ପରାସ୍ତ ହୋଇଥିଲା। ଯାହା ପରେ କୋରିଆ ଉପଦ୍ୱୀପ ପ୍ରାୟ ୩୫ ବର୍ଷ ଧରି ଜାପାନ ଦ୍ୱାରା ଶାସିତ ହେବା ପରେ ସ୍ୱାଧିନ ହୋଇଥିଲା। ସମୟ ଅତିକ୍ରମ କରିବା ସହିତ, କୋରିଆ ଉପଦ୍ୱୀପ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଅଗଷ୍ଟ ୧୫ ତାରିଖକୁ ଏପର୍ଯ୍ୟନ୍ତ ଉଭୟ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ବିବେଚନା କରାଯାଏ।
କଙ୍ଗୋ ଗଣରାଜ୍ୟ (Republic of the Congo)
ଆଫ୍ରିକୀୟ ଦେଶ କଙ୍ଗୋ ଗଣରାଜ୍ୟ, ଫ୍ରାନ୍ସ ଉପନିବେଶ କବଳରୁ ୧୯୬୦ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ହାସଲ କରିଥିଲା। ଏହି ଦିନକୁ ସେଠାରେ ଜାତୀୟ ଗର୍ବ ଏବଂ ଆତ୍ମସମ୍ମାନର ପ୍ରତୀକ ଭାବରେ ଦେଖାଯାଏ।
ବାହାରିନ୍ (Bahrain)
ବାହରିନ୍ ୧୫ ଅଗଷ୍ଟ ୧୯୭୧ ମସିହାରେ ବ୍ରିଟେନ ଠାରୁ ସ୍ୱାଧିନତା ଲାଭ କରିଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ବାହାରିନ୍ ଡିସେମ୍ବର ୧୬ ତାରିଖରେ ଏହାର ସରକାରୀ ଜାତୀୟ ଦିବସ ପାଳନ କରେ।
ଲିଚେନନଷ୍ଟାଇନ୍ (Liechtenstein)
୧୮୬୬ ମସିହାର ୧୫ ଅଗଷ୍ଟ ତାରିଖରେ ୟୁରୋପୀୟ ଦେଶ ଲିଚନଷ୍ଟାଇନ୍ ଜର୍ମାନ ସଂଘରୁ ଅଲଗା ହୋଇଯାଇଥିଲା। ଏହା ପରେ ୧୯୪୦ ମସିହାରୁ ଅଗଷ୍ଟ ୧୫ ତାରିଖକୁ ଏହାର ଜାତୀୟ ଦିବସ ଭାବରେ ଗ୍ରହଣ କରାଯାଇଥିଲା।
ଏହାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ଯେ ତତ୍କାଳୀନ ରାଜକୁମାର ଫ୍ରାନ୍ସିସ୍ ଜୋସେଫ୍ ଦ୍ୱିତୀୟଙ୍କ ଜନ୍ମଦିନ ମଧ୍ୟ ଅଗଷ୍ଟ ୧୫ ତାରିଖରେ ପଡୁଥିଲା। ଏହି ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ଆତସବାଜି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜକୀୟ ସମାରୋହ ଅନୁଷ୍ଠିତ ହୋଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
15 August Independence DayCountries celebrating Independence Day on August 15August 15 Independence Day other countriesWhich countries share August 15 Independence DayGlobal Independence Day August 15South Korea Independence DayNorth Korea Liberation DayLiechtenstein National Day August 15Republic of Congo Independence Day