Videos
|
Education-employment

କମ୍ପିଟେଟିଭ ପାଇଁ କେମିତି କରିବେ ପ୍ରସ୍ତୁତି, କେମିତି କରିବେ ଟାଇମ ଟେବୁଲ, ଜାଣନ୍ତୁ..

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
କମ୍ପିଟେଟିଭ ପାଇଁ କେମିତି କରିବେ ପ୍ରସ୍ତୁତି, କେମିତି କରିବେ ଟାଇମ ଟେବୁଲ, ଜାଣନ୍ତୁ..

ଅର୍ଗସ ବ୍ୟୁରୋ : କମ୍ପିଟେଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ବ୍ରହ୍ମ ମୂହୁର୍ତ୍ତରେ ଉଠିବା କେତେ ଜରୁରୀ ? କେତେ ସମୟ ନିଜ ଶୋଇବା ପାଇଁ ଧ୍ୟାନ ଦେବେ  ? କେତେ ସମୟରେ ନିଜର ପୁରା ସିଲାବସ ଶେଷ କରିବେ ? ଏସବୁକୁ ନେଇ ସବୁବେଳେ ଚିନ୍ତାରେ ଥାଆନ୍ତି ଛାତ୍ରଛାତ୍ରୀମାନେ । ତେବେ ସୋସିଆଲ ମିଡିଆରେ ନିଜର ପାଠପଢାର ଟାଇମ ଟେବୁଲ ଶେୟାର କରିଛନ୍ତି ଜଣେ ଛାତ୍ର । ଯାହା ବର୍ତ୍ତମାନ ସୋସିଆଲ ମିଡିଆର ଚର୍ଚ୍ଚାର ବିଷୟ ପାଲଟିଛି । 

ଦିନକୁ ଦିନ କମ୍ପିଟେଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତେ ନିଜ ବ୍ୟସ୍ତ ଜୀବନକୁ ଶୃଙ୍ଖଳିତ କରିବା ସହ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ନିଜ ଅନୁସାରେ ଟାଇମ ଟେବୁଲ ପ୍ରସ୍ତୁତ କରୁଛନ୍ତି । ତେବେ ସେଥିରୁ ଦେଶର ସବୁଠାରୁ କଠିନ ଆଇଆଇଟି ଜେଇଇ(IIT-JEE) ପରୀକ୍ଷା ପାଇଁ ପ୍ରସ୍ତୁତି ହେବା କେତେ କଷ୍ଟକର ତାହା ଆପଣ ଏହି ଟ୍ବିଟ ଦେଖିଲେ ହିଁ ଜାଣିପାରିବେ । ସୋସିଆଲ ମିଡିଆରେ ଆରସିଏକ୍ସ (@rcx୮୬) ନାମକ ହ୍ୟାଣ୍ଡେଲ ଦ୍ବାରା ଏକ ଟାଇମ ଟେବୁଲ ଶେୟାର କରାଯାଇଛି । ଯେଉଁଥିରେ ସେ ନିଜର ରାତି ଶୋଇବା ସମୟ  ୧୨ ରୁ ୪.୩୦ ଯାଏଁ ରଖିଛନ୍ତି । ଆଉ ବ୍ରହ୍ମ ମୁହୁର୍ତ୍ତରୁ ଉଠି ନିଜ ପୁରୁଣା ପାଠର ରିଭିଜନ କରିବା ପାଇଁ ମଧ୍ୟ ସମୟ ଦେଇଛନ୍ତି । ସେହିପରି ଦିନରେ ଶୋଇବା ସମୟ ମାତ୍ର ୩୦ ମିନିଟ ରଖିଛନ୍ତି । ସେହିପରି ଏହି ଟାଇମ ଟେବୁଲ ତଳେ ଲେଖିଛନ୍ତି, "ଏହି ଦିନ ପୁଣିଥରେ ଆସିବନି । ତେଣୁ ଏହି ଦିନର ସଦୁପଯୋଗ କରନ୍ତୁ ।" ଯାହାକୁ ନେଇ ଅନେକ ଛାତ୍ର ଉତ୍ସାହିତ ହୋଇଥିବା ବେଳେ ଅନେକ ଜଣ ଏପରି ଟାଇମ ଟେବୁଲକୁ ନିଶ୍ଚିତ ଅନୁସରଣ କରିବା ଦରକାର ବୋଲି କହିଛନ୍ତି ।
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Indian Tech & Infra (@IndianTechGuide) March 21, 2024

ଆପଣ ଯଦି ଆଇଆଇଟି କିମ୍ବା ଅନ୍ୟ କମ୍ପିଟେଟିଭ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରୁଥାନ୍ତି, ତେବେ ଜରୁରୀ ନୁହେଁ କି ଆପଣ ଏହି ଟାଇମ ଟେବୁଲ ହିଁ ଅନୁସରଣ କରନ୍ତୁ । ନିଜ ଶରୀରକୁ ଆରାମ ଦେବାସହ ଯଦି ନିଜ ପାଠପଢା ପାଇଁ ସମ୍ପୁର୍ଣ୍ଣ ଧ୍ୟାନ ଦେଲେ ଆପଣ ନିଶ୍ଚିତ ସଫଳତା ପାଇପାରିବେ । ତେବେ ବ୍ରହ୍ମ ମୁହୁର୍ତ୍ତରେ ପାଠ ପଢିବା ବିଦ୍ୟାର୍ଥୀଙ୍କ ପାଇଁ ଖୁବ ଭଲ ସମୟ ହୋଇଥାଏ ବୋଲି ଅନେକ ପରୀକ୍ଷା ଗବେଷଣାରୁ ଜଣାପଡିଛି ।