Videos
|
Education-employment

Youth Leadership / ନିଶା ନିବାରଣ, ଯୁବ ନେତୃତ୍ୱ ଏବଂ 'ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ଉପରେ ଆଲୋଚନା

Sushanta Sahoo
Browse all articles by Sushanta Sahoo
·26 mins ago·2 min read
ନିଶା ନିବାରଣ, ଯୁବ ନେତୃତ୍ୱ ଏବଂ 'ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ଉପରେ ଆଲୋଚନା
Drug Free India Awareness

Key Points

ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ଛାତ୍ରଛାତ୍ରୀମାନଙ୍କୁ ସଚେତନ, ଦାୟିତ୍ୱବାନ ଏବଂ ସକ୍ରିୟ ନାଗରିକ ହେବାକୁ ତଥା ଦେଶର ବିକାଶରେ ସାର୍ଥକ ଯୋଗଦାନ ଦେବାକୁ ଆହ୍ୱାନ । 
କୋରାପୁଟ: ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର ଅପବ୍ୟବହାର ନିବାରଣ ପ୍ରତି ସଚେତନ କରାଇବା । ସୁସ୍ଥ ଜୀବନଶୈଳୀ ଓ ଦାୟିତ୍ୱବାନ ନାଗରିକତାକୁ ପ୍ରୋତ୍ସାହିତ କରିବା । 'ବିକଶିତ ଭାରତ@୨୦୪୭'ର ଜାତୀୟ ପରିକଳ୍ପନାକୁ ସାକାର କରିବାରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା । ଏହି ଉଦ୍ଦେଶ୍ୟ ନେଇ 'ବିକଶିତ ଭାରତ ଯୁବ ସଂସଦ (ଭିବିୱାଇପି) ୨୦୨୬–୨୭ ବିକଶିତ ଭାରତ ଯୁବ ସମ୍ବାଦ' ଆୟୋଜିତ ହୋଇଯାଇଛି ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ପକ୍ଷରୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ଜିଲ୍ଲା ଯୁବ କାର୍ଯ୍ୟାଳୟ, 'ମାଇଁ ଭାରତ' (MY Bharat), କୋରାପୁଟର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟଜିତ ହୋଇଛି କାର୍ଯ୍ୟକ୍ରମ ।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ସମ୍ବୋଧିତ କରି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଅଜିତ କୁମାର ଶାସନୀ ଜାତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ସମାଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ସଚେତନ, ଦାୟିତ୍ୱବାନ ଏବଂ ସକ୍ରିୟ ନାଗରିକ ହେବାକୁ ତଥା ଦେଶର ବିକାଶରେ ସାର୍ଥକ ଯୋଗଦାନ ଦେବାକୁ ଆହ୍ୱାନ ଦେଇଥିଲେ ।

କୋରାପୁଟ ଜିଲ୍ଲା ଯୁବ ଅଧିକାରୀ ଟି. ମନେଶ୍ୱିନୀ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିବା ସହ ଏହାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନରେ ଯୁବଶକ୍ତିର ପ୍ରମୁଖ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଗୋପାଳପୁରରୁ ୪୧୦ କିଲୋମିଟର ଦୂରରେ ବାତ୍ୟା 'ଅକଭାନ'

ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ଅଧ୍ୟକ୍ଷ (ଡିନ୍) ଡ. ରମେନ୍ଦ୍ର କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ଯୁବ ଅଂଶଗ୍ରହଣ, ନେତୃତ୍ୱ ଏବଂ ସାମୂହିକ ଦାୟିତ୍ୱର ଗୁରୁତ୍ୱ ବିଷୟରେ କହିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ସକାରାତ୍ମକ ସାମାଜିକ ପରିବର୍ତ୍ତନର ଦୂତ ସାଜିବାକୁ ଏବଂ ନିଶାମୁକ୍ତ ସମାଜ ଗଠନ ଅଭିଯାନରେ ସକ୍ରିୟ ଯୋଗଦାନ କରିବାକୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ତିନୋଟି ବର୍ଗରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅର୍ଥନୀତି ବିଭାଗର ସୁଶ୍ରୀ ରେଣୁସ୍ମିତା ମେହେର ପ୍ରଥମ ସ୍ଥାନ ଅଧିକାର କରି 'ନଶା ମୁକ୍ତ ଯୁବ ଆମ୍ବାସାଡର ପୁରସ୍କାର' ଲାଭ କରିଥିଲେ । ସମାଜବିଜ୍ଞାନ ବିଭାଗର ସୁଶ୍ରୀ ଅନ୍ୱେଷା ଅନମୋଲ ଦ୍ୱିତୀୟ ସ୍ଥାନ ଅଧିକାର କରି 'ଶ୍ରେଷ୍ଠ ଯୁବ ନେତୃତ୍ୱ ବିଚାର ପୁରସ୍କାର' ପାଇଥିବା ବେଳେ ବନବିଜ୍ଞାନ ବିଭାଗର ଶ୍ରୀ ଆଶ୍ରିତ ଆୟୁଷ୍ମାନ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି 'ଶ୍ରେଷ୍ଠ ସଚେତନତା ପ୍ରଚାରକ ପୁରସ୍କାର' ଲାଭ କରିଥିଲେ ।

ପ୍ରତିଯୋଗୀମାନଙ୍କର ମୂଲ୍ୟାୟନ, ଉଲ୍ଲେଖନୀୟ ଅବଦାନ ଚିହ୍ନଟ ଏବଂ ପ୍ରଭାବଶାଳୀ ବିଚାରଗୁଡ଼ିକୁ ଲିପିବଦ୍ଧ କରିବା ପାଇଁ ଏକ ଅଧ୍ୟାପକ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା । ପରିଶେଷରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) କାର୍ଯ୍ୟକ୍ରମ ଅଧିକାରୀ ଡ. ଅଞ୍ଜନେୟୁଲୁ ଥୋଟାପାଲ୍ଲୀ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ମୂଲ୍ୟବାନ ସହଯୋଗ ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ, ଜିଲ୍ଲା ଯୁବ କାର୍ଯ୍ୟାଳୟ, ଅଧ୍ୟାପକବୃନ୍ଦ, ବିଚାରକ ମଣ୍ଡଳୀ ଏବଂ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।