Videos
|
Odisha

Cyclone Akvan / ଗୋପାଳପୁରରୁ ୪୧୦ କିଲୋମିଟର ଦୂରରେ ବାତ୍ୟା 'ଅକଭାନ'

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଗୋପାଳପୁରରୁ ୪୧୦ କିଲୋମିଟର ଦୂରରେ ବାତ୍ୟା 'ଅକଭାନ'
Cyclone Akvan Landfall Near Gopalpur on November 20

Key Points

ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରହିଛି ।
ଭୁବନେଶ୍ଵର: ପଶ୍ଚିମ କେନ୍ଦ୍ରୀୟ ସାଙ୍ଗରରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଭୀଷଣ ବାତ୍ୟା 'ଅକଭାନ' ଆଗକୁ ବଢ଼ୁଛି । ଏବେ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ଆନ୍ଧ୍ରର ନର୍ସାପୁର ଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ 'ଅକଭାନ' ୩୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।

ସେହିଭଳି କଳିଙ୍ଗପାଟ୍ଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ବାତ୍ୟା ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ ଗୋପାଳପୁର ଠାରୁ ଦକ୍ଷିଣରେ ୪୧୦ କିଲୋମିଟର ଏବଂ ପୁରୀ ଠାରୁ ଦିକ୍ଷଣରେ ୪୭୦ କିଲୋମିଟର ଦୂରରେ 'ଅକଭାନ' ରହିଛି ।

ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ଆଁରେ ଦକ୍ଷିଣ ଓଡ଼ିଶା; ବାତ୍ୟା 'ଅର୍ଣ୍ଣବ'ରେ ୪୨ ଲକ୍ଷ ୬୧ ହଜାର ଲୋକ କ୍ଷତିଗ୍ରସ୍ତ 

ଭୀଷଣ ବାତ୍ୟା 'ଅକଭାନ' ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶର ୟାନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ଶୁକ୍ରବାର ମଧ୍ୟାହ୍ନରେ 'ଅକଭାନ' ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିବା ଆକଳନ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
'ଅକଭାନ' ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହ ପବନ ନେଇ ଆସିବ । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୧୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଓଡ଼ିଶାକୁ ରେଡ୍ ଆଲର୍ଟ

ପ୍ରଭାବରେ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରହିଛି । ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଆଲର୍ଟ ।

ଶୁକ୍ରବାର ମୟୂରଭଞ୍ଜ ଓ ବାଲେଶ୍ଵରକୁ ରେଡ୍ ଆଲର୍ଟ ରହିଛି । କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଉପକୂଳରେ ପବନ

ଦକ୍ଷିଣ ଓଡ଼଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ୧୯ ତାରିଖ ମଧ୍ୟରାତ୍ରିରୁ ପବନର ବେଗ ଆହୁରି ବଢ଼ିବା ସହ ୨୦ ତାରିଖ ମଧ୍ୟାହ୍ନ ପରେ ହ୍ରାସ ପାଇବା ଆକଳନ କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା, ପାରାଦୀପ ପାଇଁ ୯ ନମ୍ବର ବିପଦ ସଙ୍କେତ 

ଫ୍ଳାଶ୍ ଫ୍ଳଡ୍ ଆଶଙ୍କା

ବାତ୍ୟା 'ଅକଭାନ' ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ୧୯ ଓ ୨୦ ତାରିଖରେ କେତେକ ସ୍ଥାନରେ ୨୧ ସେଣ୍ଟିମିଟର ବର୍ଷା ହେବା ଆଶଙ୍କା ରହିଛି । ତେଣୁ ପାଣିପାଗ ବିଭାଗ ପକ୍ଷରୁ ଓଡ଼଼ିଶାର ୭ ଜିଲ୍ଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାରେ ଫ୍ଳାଶ୍ ଫ୍ଳଡ୍ ଆଶଙ୍କା କରାଯାଇଛି ।