CUO New VC / କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ମିଳିଲେ ନୂତନ କୂଳପତି, ଦାୟିତ୍ଵ ଗ୍ରହଣ ପୂର୍ବରୁ ଶ୍ରୀଜୀଉଙ୍କ ଦର୍ଶନ କଲେ
·2 hours ago·2 min read

Key Points
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ମିଳିଲା ନୂଆ ମୁଖିଆ
ପ୍ରଫେସର ଅଜିତ କୁମାର ଶାସନୀ ହେଲେ ନୂତନ କୂଳପତି

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (CUO)ର ନୂତନ କୂଳପତି ଭାବେ ପ୍ରଫେସର ଅଜିତ କୁମାର ଶାସନୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ସେ ବିଶ୍ୱବିଦ୍ୟାଳୟର ଶିକ୍ଷା, ଗବେଷଣା, ନବସୃଜନ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ସେ ଆଶା ପ୍ରକାଶ କରିଛନ୍ତି । ତେବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ପ୍ରଫେସର ଶାସନୀ ସାବର ଶ୍ରୀକ୍ଷେତ୍ର ମନ୍ଦିର ପହଞ୍ଚି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ।
ଏହି ଅବସରରେ ପୂର୍ବତନ କୂଳପତି ପ୍ରଫେସର୍ ନରସିଂହ ପଣ୍ଡା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧିକାରୀ ଓ କର୍ମଚାରୀମାନେ ନୂତନ କୂଳପତିଙ୍କୁ ସ୍ୱାଗତ ଜଣାଇଥିଲେ । ଲକ୍ଷ୍ନୌସ୍ଥିତ ସିଏସଆଇଆର ନ୍ୟାସନାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ଶାସନୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୂଳପତି ଭାବେ ନିଯୁକ୍ତ କରାଯାଇଛି ।

ପଢନ୍ତୁ ଏହି ଖବର: ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟ ଉଦଘାଟିତ; ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ଵାନ
ଡକ୍ଟର ଶାସନୀଙ୍କ ନିଯୁକ୍ତି ଦ୍ୱାରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷା, ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚିତ ହେବ ବୋଲି ଶିକ୍ଷାବିତ୍ ମହଲରେ ଆଶା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, "କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୯" ଅଧୀନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁଯୋଗ ଓ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ୟୁଜିସିର ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ଆରମ୍ଭ ହୋଇଥିବା ୧୫ଟି ନୂତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏହା ଅନ୍ୟତମ । ଡଃ ଅଜିତ କୁମାର ଶାସନୀ ଏହି ଅନୁଷ୍ଠାନର ଦାୟିତ୍ୱ ଗ୍ରହଣ କରିବା ପରେ ଏକାଡେମିକ୍ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

- କେବେ ଯାଏଁ ତୁଲାଇବେ ଦାୟିତ୍ଵ ?
- ଶ୍ରୀଜୀଉଙ୍କ ଦର୍ଶନ କଲେ
- କିଏ ଡକ୍ଟର ଶାସନୀ ?

ପଢନ୍ତୁ ଏହି ଖବର: ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟ ଉଦଘାଟିତ; ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ଵାନ
ଡକ୍ଟର ଶାସନୀଙ୍କ ନିଯୁକ୍ତି ଦ୍ୱାରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷା, ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚିତ ହେବ ବୋଲି ଶିକ୍ଷାବିତ୍ ମହଲରେ ଆଶା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, "କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୯" ଅଧୀନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁଯୋଗ ଓ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ୟୁଜିସିର ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ଆରମ୍ଭ ହୋଇଥିବା ୧୫ଟି ନୂତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏହା ଅନ୍ୟତମ । ଡଃ ଅଜିତ କୁମାର ଶାସନୀ ଏହି ଅନୁଷ୍ଠାନର ଦାୟିତ୍ୱ ଗ୍ରହଣ କରିବା ପରେ ଏକାଡେମିକ୍ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories