ୟୁପିଏସି ପରୀକ୍ଷା ନେଦେଇ ବନନ୍ତୁ ଆଇଏଏସ୍

ଅର୍ଗସ ବ୍ୟୁରୋ : ଭାରତର ସବୁଠାରୁ ନାମିଦାମି ଚାକରିରେ ଗଣାଯାଏ ଆଇପିଏସ ଏବଂ ଆଇଏଏସ୍। ଯୁବପୀଢିମାନଙ୍କର ପ୍ରଥମ ପସନ୍ଦ ଏହି ଚାକିରି। ସେଥିପାଇଁ ରାତିଦିନ ଏକ କରି ଏକାଗ୍ରତାର ସହ ପାଠପଢନ୍ତି। କିଏ ଗୋଟିଏ ଆଟେମ୍ଟରେ ପାଇଯାଇଥାଏ ତ ଆଉ କିଏ ବହୁବାର ଆଟେମ୍ଟ କଲା ପରେ ମଧ୍ୟ ପାଇନଥାଏ। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥାଏ। କିନ୍ତୁ ୟୁପିଏସି ପରୀକ୍ଷା ନଦେଇ ବି ଆପଣ ଆଇଏଏସ୍ - ଆଇପିଏସ ହୋଇପାରିବେ ।
ୟୁପିଏସସି ଅଧିନରେ ଆଇଏଏସ, ଆଇପିଏସ, ଆଇଏଫଏସ ଭଳି ୨୪ଟି ପୋଷ୍ଟ ଥାଏ। ଏହି ପରୀକ୍ଷା ପାଇଁ ପ୍ରତି ବର୍ଷ ପ୍ରାୟ ୧୦ ଲକ୍ଷ ପିଲା ଆବେଦନ କରିଥାନ୍ତି, ଏହି ୧୦ ଲକ୍ଷ ପିଲାଙ୍କ ମଧ୍ୟରୁ ଚୟନ କେବଳ ଏକ ହଜାରରୁ ଅଧିକ ପିଲାଙ୍କର ହୋଇଥାଏ ।
ସିଭିଲ ସର୍ଭିସେସ୍ ପରୀକ୍ଷାରେ ପାସ୍ ନକରି ଆଇଏଏସ ହେବାର ଦୁଇଟି ଉପାୟ
ପ୍ରଥମ ଉପାୟ ହେଉଛି ଆପଣ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ତ୍ତ ହେବାକୁପଡିବ । ପ୍ରଥମେ ଆପଣଙ୍କୁ ଏସଡିଏମ ହେବାକୁ ପଡିବ । ଏସଡିଏମ ଭାବରେ ଆପଣଙ୍କୁ ୧୨ରୁ ୧୫ ବର୍ଷ ଚାକିରିରେ ରହିବାକୁ ପଡିବ। ଏହାପରେ ଆପଣଙ୍କୁ ଆଇଏଏସ୍ କ୍ୟାଡରକୁ ପଦୋନ୍ନତି ମିଳିଯିବ।
📱 Get Argus News App
✨ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ଆଇଏଏସ କିପରି ହେବ?
ସିଭିଲ ସର୍ଭିସେସକୁ ଆସିବାର ଦ୍ୱିତୀୟ ଉପାୟ ମଧ୍ୟ ଆପଣ ଅବଲମ୍ବନ କରିପାରିବେ। ଏଥିରେ ଆପଣ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଦେବାକୁ ପଡିବ ନାହିଁ। ଆପଣ ଯଦି ଜଏଣ୍ଟ ଡାଇରେକ୍ଟର ଅଥବା ସେକ୍ରେଟାରି ଲେବଲର ପଦବୀରେ ଅଛନ୍ତି ଆଉ ଏହି ଫିଲ୍ଡରେ ୧୫ ବର୍ଷ କାମ କରିଛନ୍ତି ତେବେ ଆପଣ ଆଇଏଏସ୍ ପାଇଁ ଆବେଦନ କରିପାରିବେ। ଆବେଦନ ପରେ ଭାରତ ସରକାରଙ୍କ କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ଏକ କମିଟି ସମ୍ମୁଖରେ ସାକ୍ଷାତକାର ଦେବାକୁ ପଡ଼ିବ। ଏଥିରେ ଆପଣ ସଫଳ ହେଲେ ଆପଣ ଆଏଏସ୍ ଅଧିକାରୀ ହୋଇପାରିବେ।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର
