Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଏଡ୍‌, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୨୭ରୁ ୱେବସାଇଟ୍‌ରେ ଆଡମିଟ୍ କାର୍ଡ

Education & Employment

BEd Entrance Exam / ବିଏଡ୍‌, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୨୭ରୁ ୱେବସାଇଟ୍‌ରେ ଆଡମିଟ୍ କାର୍ଡ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଏଡ୍‌, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୨୭ରୁ ୱେବସାଇଟ୍‌ରେ ଆଡମିଟ୍ କାର୍ଡ
B.Ed Entrance Exam

Key Points

ଆସନ୍ତା ମେ' ୩୧ ତାରିଖରେ ଦୁଇ ବର୍ଷିଆ ବି.ଏଡ଼ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟେଟ ସିଲେକ୍ସନ ବୋର୍ଡ ।
ଭୁବନେଶ୍ୱର: ଆସିଲା ପରୀକ୍ଷା ସୂଚୀ । ମେ ୨୭ ତାରିଖରୁ ୱେବସାଇଟ୍‌ରେ ମିଳିବ ଆଡମିଟ୍ କାର୍ଡ । ଏନେଇ ଷ୍ଟେଟ ସିଲେକ୍ସନ୍ ବୋର୍ଡ (SSB) ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ମେ' ୩୧ ତାରିଖରେ ଦୁଇ ବର୍ଷିଆ ବି.ଏଡ଼ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା । ଜୁନ୍‌ ୩ ତାରିଖରେ ବି.ଏଚ.ଏଡ଼ (ହିନ୍ଦୀ) ଓ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟେଟ ସିଲେକ୍ସନ ବୋର୍ଡ ।

ଏଥିସହ ପଢ଼ନ୍ତୁ+୨ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ 

ମେ' ୩୧ ତାରିଖରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଡ଼ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଭାବେ ଜୁନ୍‌ ୩ ତାରିଖରେ ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଚ.ଏଡ଼ (ହିନ୍ଦୀ) ଏବଂ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ମେ' ୨୭ ତାରିଖ ଦିନ ୧୧ ଘଟିକା ଠାରୁ ବିଏଡ଼, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ କାର୍ଡ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି)ର ୱେବସାଇଟ୍‌କୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ ।

ଜୁନ୍‌ ୪ ତାରିଖରେ ଏସଏସବି ୱେବସାଇଟରେ ପ୍ରବେଶିକା ପରୀକ୍ଷାର ପ୍ରୋଭିଜିନାଲ ଆନସର କି' ପ୍ରକାଶିତ ହେବ । ପ୍ରୋଭିଜିନାଲ ଆନ୍ସର କି' କୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ କୌଣସି ଆଶଙ୍କା ଥିଲେ ପରୀକ୍ଷାର୍ଥୀମାନେ ଜୁନ୍‌ ୫ ରୁ ୭ ତାରିଖ ମଧ୍ୟରେ ଆନ୍ସର କି' ଚାଲେଞ୍ଜ ପାଇଁ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ମେଧା ତାଲିକା ପ୍ରକାଶ ପାଇବ ।

ଏଥିସହ ପଢ଼ନ୍ତୁ: ଜୁନ ୨୧ରେ ନୁହେଁ ଏହି ଦିନ ହେବ OTET ପରୀକ୍ଷା, ବଦଳିଲା ତାରିଖ 

ସେପଟେ ରାଜ୍ୟରେ ସରକାରୀ ଶିକ୍ଷକ ହେବା ପାଇଁ ଦିଆଯାଉଥିବା ଅତ୍ୟାବଶ୍ୟକ ଯୋଗ୍ୟତା ପରୀକ୍ଷା ଓଟିଇଟି (OTET)ର ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି । ଏବେ ଆଉ ଜୁନ ୨୧ ତାରିଖରେ ପରୀକ୍ଷା ହେବ ନାହିଁ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ଏବେ ନୂଆ ତାରିଖ ଘୋଷଣା କରିଛି । ପରୀକ୍ଷାକୁ ଆଉ ୭ଦିନ ଘୁଞ୍ଚାଯାଇଛି । ଓଟିଇଟି ପରୀକ୍ଷା ଜୁନ ୨୧ ପରିବର୍ତ୍ତେ ଏବେ ଜୁନ୍ ୨୮ ତାରିଖର ଅନୁଷ୍ଠିତ ହେବ ।

୨୮ ତାରିଖ ସକାଳ ୯ ଟାରୁ ୧୧.୩୦ଟା ପର୍ଯ୍ୟନ୍ତ ପେପର୍ -୧ ଓ ଦିନ ୨ ଟାରୁ ଅପରାହ୍ନ ୪.୩୦ଟା ପର୍ଯ୍ୟନ୍ତ ପେପର୍ - ୨ ପରୀକ୍ଷା ଅନୁଷ୍ଠିତ ହେବ । ଜୁନ ୧୭ ତାରିଖରେ ବୋର୍ଡ www.bseodisha.nic.in. ୱେବସାଇଟରୁ ଆଡମିଟ କାର୍ଡ ପାଇପାରିବେ ପରୀକ୍ଷାର୍ଥୀ । ପରୀକ୍ଷା ପାଇଁ ଆବେଦନ କରିଥିବା ଚାକିରି ଆଶାୟୀମାନେ ସେଠାରୁ ଡାଉନ୍‌ଲୋଡ କରିବା ନେଇ ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତ ପରୀକ୍ଷାରେ ୮୪ ହଜାର ୬୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha B.Ed Entrance Exam 2026 Schedule Released, Admit Card From May 27 | Argus News | Argus News