PG Stipend / ସରକାରଙ୍କ ବଡ଼ ଘୋଷଣା; ଏହି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଭତ୍ତା
·1 month ago·2 min read

Key Points
ପିଜି ଛାତ୍ରଛାତ୍ରୀ ପାଇବେ ମାସିକ ₹୧୦,୦୦୦
ପିଏଚ୍.ଡି ଗବେଷକ ପାଇବେ ମାସିକ ₹୧୫,୦୦୦
ଏହା ପଛର ଉଦ୍ଦେଶ୍ୟ କହିଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ
ପିଏଚ୍.ଡି ଗବେଷକ ପାଇବେ ମାସିକ ₹୧୫,୦୦୦
ଏହା ପଛର ଉଦ୍ଦେଶ୍ୟ କହିଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ
ଭୁବନେଶ୍ୱର: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (Stipend) ଘୋଷଣା କରାଯାଇଛି । ଏହି ଘୋଷଣା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଉତ୍ସାହିତ କରିବା ସହ ଆମ ରାଜ୍ୟର ଚାଷୀମାନଙ୍କ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ ରଖିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ସେପଟେ ଏହି ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହଭାବ ଦେଖିବାକୁ ମିଳିଛି ।
ପଢନ୍ତୁ ଏହି ଖବର: ଆସିଲା ୧୧୪୦୦+ କ୍ଲର୍କ ନିଯୁକ୍ତି; ମାସକୁ ମିଳିବ ₹64000 ପର୍ଯ୍ୟନ୍ତ ଦରମା
- ଛାତ୍ରଛାତ୍ରୀଙ୍କୁ ମିଳିବ ଏତିକି
- ଚାଷୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲକ୍ଷ୍ୟ
ପଢନ୍ତୁ ଏହି ଖବର: ଆସିଲା ୧୧୪୦୦+ କ୍ଲର୍କ ନିଯୁକ୍ତି; ମାସକୁ ମିଳିବ ₹64000 ପର୍ଯ୍ୟନ୍ତ ଦରମା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ପଢ଼ୁଥିବା ନିୟମିତ ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ । ଓଡ଼ିଶା ସରକାରଙ୍କ ଏହି ଘୋଷଣା ରାଜ୍ୟରେ କୃଷି ଗବେଷଣାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି, ଯାହା ଦ୍ୱାରା ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଏବଂ କୃଷି ଉତ୍ପାଦନ, ସ୍ଥାୟୀତ୍ୱ ଏବଂ କୃଷକଙ୍କ ଜୀବିକା ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗବେଷଣା କରିବାକୁ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି ।
Related Topics
Explore more stories