Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Matric Exam / ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ

Key Points

ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ବୋର୍ଡ ୱେବସାଇଟ୍ www.bseodisha.ac.inକୁ ଯାଇ ଅନଲାଇନ୍‌ରେ କରି ହେବ ଫର୍ମ ପୂରଣ ।
କଟକ: ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ବୋର୍ଡ ୱେବସାଇଟ୍ www.bseodisha.ac.inକୁ ଯାଇ ଅନଲାଇନ୍‌ରେ କରି ହେବ ଫର୍ମ ପୂରଣ ।

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (BSE) ଦ୍ଵାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଜିଠୁ ମାଟ୍ରିକ୍ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ଫର୍ମ ପୂରଣ କରାଯାଇ ପାରିବ ।

ଏଥିସହ ପଢ଼ନ୍ତୁ: RBIର ବଡ଼ ଘୋଷଣା! ସୁନା ପରି ଏବେ ରୂପାରେ ବି ମିଳିବ ଲୋନ୍, ଜାଣନ୍ତୁ କେତେ ପର୍ଯ୍ୟନ୍ତ ନେଇପାରିବେ ଋଣ?

୨୦୨୬ ମସିହା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ (ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ଫର୍ମ ପୂରଣ ଅନଲାଇନ୍ ମାଧ୍ୟମରେ ହେବ । ମାଟ୍ରିକ୍ ରେଗୁଲାର (category A) ଓ ଏକ୍ସରେଗୁଲାର(category B) ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନ୍ ଜରିଆରେ ହେବ ।

ଏହା ସହିତ କରେସ୍ପଣ୍ତେନ୍ସ କୋର୍ସ ରେଗୁଲାର (category C) ପରୀକ୍ଷାର୍ଥୀ ଏବଂ ଏକ୍ସ-ରେଗୁଲାର (Category D) ପରୀକ୍ଷାର୍ଥୀ ଅଫଲାଇନ୍‌ରେ ଫର୍ମ ପୂରଣ କରିବେ । ସମସ୍ତ ବର୍ଗ ଲାଗି ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୨ ରହିଛି ।

ଛାତ୍ରଛାତ୍ରୀମାନେ ଫର୍ମରେ ନିଜର ନାମ, ଜନ୍ମ ତାରିଖ, ପିତାମାତାଙ୍କ ନାମ, ଠିକଣା ଏବଂ ବିଷୟଗୁଡ଼ିକୁ ଅତ୍ୟନ୍ତ ସାବଧାନତାର ସହ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଥରେ ଫର୍ମ ପୂରଣ ହୋଇ ଦାଖଲ ହେବା ପରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ ।

ଏଥିସହ ପଢ଼ନ୍ତୁ: ଇଣ୍ଡୋନେସିଆକୁ ପ୍ରାଚୀନ କଳିଙ୍ଗ ସହ କେମିତି ଯୋଡ଼ିଥିଲା ଜଗନ୍ନାଥ ସଂସ୍କୃତି ? କିଭଳି ଥିଲା ନୌବାଣିଜ୍ୟର ଭୂମିକା ?

ଅନଲାଇନ୍ ଆବେଦନ ସମୟରେ ପରୀକ୍ଷାର୍ଥୀଙ୍କର ସ୍କାନ୍ ହୋଇଥିବା ରଙ୍ଗୀନ ଫଟୋଗ୍ରାଫ୍ ଏବଂ ଦସ୍ତଖତ ଅପଲୋଡ୍ କରିବାକୁ ପଡ଼ିବ । ସ୍କୁଲ୍ କର୍ତ୍ତୃପକ୍ଷ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂରଣ କରାଯାଇଥିବା ତଥ୍ୟକୁ ଭଲ ଭାବରେ ଯାଞ୍ଚ କରିବା ପରେ ହିଁ ବୋର୍ଡକୁ ପ୍ରଦାନ କରିବେ ।

ସୂଚନା ଅନୁସାରେ, ୨୦୨୬ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । www.bseodisha.ac.inରେ ଲଗଇନ୍ କରି ଫର୍ମପୂରଣ କରି ହେବ । ଫର୍ମ ପୂରଣ ଲାଗି ବୋର୍ଡ ୱେବସାଇଟରେ ଗୋଟିଏ ପରେ ଗୋଟିଏ ଷ୍ଟେପ୍ ନେଇ ନିର୍ଦ୍ଦେଶାବଳୀ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Matric Exam Form Fill-Up 2026 Begins in Odisha | Argus News | Argus News