Videos
|
Education & Employment

Textbook Errors / ବିଦ୍ୟାଳୟ ପାଠ୍ୟପୁସ୍ତକରୁ ହଟିବ ସବୁ ଭୁଲ୍; ଟେଣ୍ଡର ଡାକିଲା ଏସସିଇଆରଟି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଦ୍ୟାଳୟ ପାଠ୍ୟପୁସ୍ତକରୁ ହଟିବ ସବୁ ଭୁଲ୍; ଟେଣ୍ଡର ଡାକିଲା ଏସସିଇଆରଟି
Textbook Errors

Key Points

ପ୍ରଥମରୁ ଅଷ୍ଟମ ପୁସ୍ତକରେ ତ୍ରୁଟି ଥିବା ପ୍ରସଙ୍ଗ
ବିଦ୍ୟାଳୟ ପାଠ୍ୟପୁସ୍ତକରୁ ହଟିବ ସବୁ ଭୁଲ୍
ଟେଣ୍ଡର ଡାକିଲା ଏସସିଇଆରଟି
ଖୁବଶୀଘ୍ର ଆସିବ ନୂଆ ବହି
ଭୁବନେଶ୍ଵର: ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ତ୍ରୁଟି ପ୍ରସଙ୍ଗ । ଦଶହରା ପୂଜା ପରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ଗୁଣାତ୍ମକ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଏସସିଇଆରଟି ଡାକିଲା ଟେଣ୍ଡର । ଟେଣ୍ଡର ଆବେଦନର ଶେଷ ତାରିଖ ଜୁଲାଇ ୨୬ ତାରିଖ ରହିଥିବାବେଳେ ଜୁଲାଇ ୨୭ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ସମସ୍ତ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଏହି ଟେକନିକାଲ ବିଡ୍ ଖୋଲାଯିବ । ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ-୨୦୨୩ ଅନୁଯାୟୀ ସର୍ବନିମ୍ନ ମୂଲ୍ୟ ପ୍ରସ୍ତାବ ଦେଇଥିବା ସଂସ୍ଥାକୁ ଏହି କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

  • ତ୍ରୁଟି ସଂଶୋଧନ ପାଇଁ ଟେଣ୍ଡର
ଟେଣ୍ଡର ନିୟମ ଅନୁସାରେ, ଯେଉଁ ସଂସ୍ଥା ଯୋଗ୍ୟ ବିବେଚିତ ହେବ ତାକୁ ଏସସିଇଆରଟିର ‘କରିକୁଲମ ଡେଭେଲପମେଣ୍ଟ ସେଲ୍‌'ରୁ ପାଠ୍ୟପୁସ୍ତକ ଓ ଡିଜିଟାଲ୍ କପି ସଂଗ୍ରହ କରିବାକୁ ପଡ଼ିବ ଓ କାର୍ଯ୍ୟାଦେଶ ପାଇବାର ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ହେବ । ଚୁକ୍ତି ସ୍ୱାକ୍ଷର ହେବାର ୭ ଦିନ ମଧ୍ୟରେ ପ୍ରଥମ ସଂଶୋଧିତ ଡ୍ରାଫ୍ଟ ବିଶେଷଜ୍ଞଙ୍କ ସମୀକ୍ଷା ପାଇଁ ଦାଖଲ କରିବାକୁ ହେବ । ସମୀକ୍ଷା ପରେ ଦ୍ୱିତୀୟ ଡ୍ରାଫ୍ଟ ଯାଞ୍ଚ କରାଯାଇ ଚୂଡ଼ାନ୍ତ ମାନ୍ୟତା ଦିଆଯିବ । ପ୍ରକାଶନ କ୍ଷେତ୍ରରେ ପୁସ୍ତକର ଭିତର ପୃଷ୍ଠା ପାଇଁ ୮୦ ଜିଏସଏମ ମ୍ୟାପଲିଥୋ କାଗଜ ଓ କଭର ପୃଷ୍ଠା ପାଇଁ ୨୨୦ ଜିଏସଏମ କାଗଜ ବ୍ୟବହାର କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ପଞ୍ଚମ ଶ୍ରେଣୀ ଇଂରାଜୀ ବହି PALLAVIରେ ଓଡିଆ ରଜଦୋଳି ଗୀତ ଲେଖାଥିବା ଦେଖିବାକୁ ମିଳିଥିଲା । ବହିର ୧୩୩ ନମ୍ବର ପୃଷ୍ଠାରେ ଏହି ତ୍ରୁଟି ହୋଇଥିବା ନଜରକୁ ଆସିଥିବା ବେଳେ ନୂଆ ବହିରେ ଏପରି ତ୍ରୁଟିକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ପଢନ୍ତୁ ଏହି ଖବର: ବହି ତ୍ରୁଟିକୁ ନେଇ ବଡ଼ ଆକ୍ସନ, ନିଲମ୍ବିତ ହେଲେ ୪ ଅଧିକାରୀ

  • ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । ଏସ୍‌ସିଇଆର୍‌ଟି (SCERT) ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ତଦନ୍ତ କରୁଛି । ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ଏହି ମାମଲା ଦାଏର କରାଯାଇଛି । କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored