Videos
|
Education-employment

Schools Closed Tomorrow / ପ୍ରବଳ ବର୍ଷା ନେଇ ସରକାରଙ୍କ ବଡ଼ ଘୋଷଣା; କାଲି ସବୁ ସ୍କୁଲ କଲେଜ ବନ୍ଦ

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
ପ୍ରବଳ ବର୍ଷା ନେଇ ସରକାରଙ୍କ ବଡ଼ ଘୋଷଣା; କାଲି ସବୁ ସ୍କୁଲ କଲେଜ ବନ୍ଦ
Schools Closed Tomorrow

Key Points

ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା
ଆସନ୍ତାକାଲି ୩ ଜିଲ୍ଲାରେ ସବୁ ସ୍କୁଲ କଲେଜ ବନ୍ଦ
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି । ୩୦ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୩୦ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ମଙ୍ଗଳବାର) ରାଜ୍ୟର ୩ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି ସେହି ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ।

  • କେଉଁ ଜିଲ୍ଲାରେ ସ୍କୁଲ ଛୁଟି ?
ଯାଜପୁର, ଭଦ୍ରକ ଓ ନବରଙ୍ଗପୁରରେ ସ୍କୁଲ-ଅଙ୍ଗନବାଡ଼ି ଛୁଟି ଘୋଷଣା ହୋଇଛି । ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଯାଜପୁର, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ୮ଟି ବ୍ଲକ ଦଶରଥପୁର, ବିଂଝାରପୁର, ରସୁଲପୁର, କୋରେଇ, ଧର୍ମଶାଳା, ଯାଜପୁର, ବଡ଼ଚଣା ଓ ବରିର ମୋଟ ୧୬୨ଟି ସ୍କୁଲକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି ।

ସେହିପରି ବର୍ଷା ଓ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଭଦ୍ରକ ଜିଲ୍ଲାର ୩ଟି ବ୍ଲକ ତିହିଡ଼ି, ଭଦ୍ରକ ଓ ଚାନ୍ଦବାଲିର ୮୯ଟି ସ୍କୁଲ ବନ୍ଦ ରହିବ । ଏହାସହ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ଥିବାରୁ ଆଜି ଚାନ୍ଦବାଲି ବ୍ଲକରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ବାତିଲ କରାଯାଇଛି । ସେପଟେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ରଖାଯାଇଛି ।

ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ଲଘୁଚାପ: ୩୦ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା…୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା
ସାରା ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବା ସହ ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅବଶିଷ୍ଟ ୨୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ବର୍ଷା ଏବଂ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନା ରହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ସହ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
Odisha School Holiday: Schools in Jajpur, Bhadrak & Nabarangpur Closed Tomorrow Due to Heavy Rain | Argus News