Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜୁନ ୨୧ରେ ନୁହେଁ ଏହି ଦିନ ହେବ OTET ପରୀକ୍ଷା, ବଦଳିଲା ତାରିଖ

Education & Employment

OTET 2026 New Exam Date / ଜୁନ ୨୧ରେ ନୁହେଁ ଏହି ଦିନ ହେବ OTET ପରୀକ୍ଷା, ବଦଳିଲା ତାରିଖ

Debashree Debasmita Sahoo
Browse all articles by Debashree Debasmita Sahoo
·4 hours ago·2 min read
ଜୁନ ୨୧ରେ ନୁହେଁ ଏହି ଦିନ ହେବ OTET ପରୀକ୍ଷା, ବଦଳିଲା ତାରିଖ
OTET 2026 New Exam Date

Key Points

ଜୁନ ୨୧ ତାରିଖରେ ହୋଇଥାନ୍ତା ଓଟିଇଟି ପରୀକ୍ଷା
ହେଲେ ତାରିଖକୁ କରାଯାଇଛି ପରିବର୍ତ୍ତନ
ପରୀକ୍ଷା ଦେବା ପୂର୍ବରୁ ପଢନ୍ତୁ ନୂଆ ଅପଡେଟ୍
ରାଜ୍ୟରେ ସରକାରୀ ଶିକ୍ଷକ ହେବା ପାଇଁ ଦିଆଯାଉଥିବା ଅତ୍ୟାବଶ୍ୟକ ଯୋଗ୍ୟତା ପରୀକ୍ଷା ଓଟିଇଟି (OTET)ର ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି । ଏବେ ଆଉ ଜୁନ ୨୧ ତାରିଖରେ ପରୀକ୍ଷା ହେବ ନାହିଁ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ଏବେ ନୂଆ ତାରିଖ ଘୋଷଣା କରିଛି । ପରୀକ୍ଷାକୁ ଆଉ ୭ଦିନ ଘୁଞ୍ଚାଯାଇଛି । ଓଟିଇଟି ପରୀକ୍ଷା ଜୁନ ୨୧ ପରିବର୍ତ୍ତେ ଏବେ ଜୁନ୍ ୨୮ ତାରିଖର ଅନୁଷ୍ଠିତ ହେବ ।

୨୮ ତାରିଖ ସକାଳ ୯ ଟାରୁ ୧୧.୩୦ଟା ପର୍ଯ୍ୟନ୍ତ ପେପର୍ -୧ ଓ ଦିନ ୨ ଟାରୁ ଅପରାହ୍ନ ୪.୩୦ଟା ପର୍ଯ୍ୟନ୍ତ ପେପର୍ - ୨ ପରୀକ୍ଷା ଅନୁଷ୍ଠିତ ହେବ । ଜୁନ ୧୭ ତାରିଖରେ ବୋର୍ଡ www.bseodisha.nic.in. ୱେବସାଇଟରୁ ଆଡମିଟ କାର୍ଡ ପାଇପାରିବେ ପରୀକ୍ଷାର୍ଥୀ । ପରୀକ୍ଷା ପାଇଁ ଆବେଦନ କରିଥିବା ଚାକିରି ଆଶାୟୀମାନେ ସେଠାରୁ ଡାଉନ୍‌ଲୋଡ କରିବା ନେଇ ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତ ପରୀକ୍ଷାରେ ୮୪ ହଜାର ୬୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

  • ଜୁନ ୧୭ରେ ଆସିବ ଆଡମିଟ୍ କାର୍ଡ
ଆସନ୍ତା ଜୁନ ୧୭ ତାରିଖରେ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଡାଉନଲୋଡ୍ କରି ପାରିବେ ପରୀକ୍ଷାର୍ଥୀ । ତେବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟ ସୀମା ମେ’ ୯ ତାରିଖ ଯାଏଁ ରହିଥିଲା । ପୂର୍ବରୁ ଏହାର ସମୟ ସୀମା ଏପ୍ରିଲ ୯ ତାରିଖ ଯାଏଁ ଥିଲା । ପରବର୍ତ୍ତୀ ସମୟରେ ଏହାକୁ ମାସେ ବୃଦ୍ଧି କରାଯାଇଥିଲା । ଏବେ ପରୀକ୍ଷା ତାରିଖକୁ ମଧ୍ୟ ବୃଦ୍ଧି କରାଯାଇଛି । ପରୀକ୍ଷାକୁ ଆଉ କିଛି ଦିନ ଥିବାରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମସ୍ତେ ଭଲ ଭାବରେ ପରୀକ୍ଷା ଦେଇ ସଫଳତାର ସହିତ କୃତକାର୍ଯ୍ୟ ହୁଅନ୍ତୁ ସେ ସୋସିଆଲ ମିଡିଆରେ ଲେଖିଛନ୍ତି ।

ପଢନ୍ତୁ ଏହି ଖବର: Argus Education Next କନକ୍ଲେଭ୍‌; ଆଜି ହିଁ କରନ୍ତୁ ଆବେଦନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OTET Exam Date 2026 Revised: Check New Exam Date, Shift Timings And Full Schedule | Argus News