Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Dharmendra Pradhan / ସମଗ୍ର ଶିକ୍ଷା ଯୋଜନାକୁ 'ଫଳାଫଳ ଭିତ୍ତିକ' ଏବଂ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରାଯିବ: ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·6 months ago·3 min read
ସମଗ୍ର ଶିକ୍ଷା ଯୋଜନାକୁ 'ଫଳାଫଳ ଭିତ୍ତିକ' ଏବଂ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରାଯିବ: ଧର୍ମେନ୍ଦ୍ର ପ୍ରଧାନ
Big push for school education reform

Key Points

ସମଗ୍ର ଶିକ୍ଷା ଯୋଜନାକୁ ପୁନଃକଳ୍ପନା କରି 'ବିକଶିତ ଭାରତ'ର ଲକ୍ଷ୍ୟ ସହିତ ସମାନ କରିବା ସହ ଏକ ଶିକ୍ଷା ବ୍ୟବସ୍ଥା ଗଠନ କରିବ । ଯାହା ଫଳାଫଳ ଭିତ୍ତିକ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ, ଭାରତୀୟତା ସହ ଜଡ଼ିତ ।
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ମିଳିତ ଅଧ୍ୟକ୍ଷତାରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ 'ସମଗ୍ର ଶିକ୍ଷା ୩.୦' ଉପରେ 'ସମଗ୍ର ଶିକ୍ଷାର ନୂତନ ରୂପରେଖ’ ପାଇଁ ଏକ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇ ସ୍କୁଲ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଉପରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଜିର ଏହି ମିଳିତ ପ୍ରୟାସ ଏବଂ ଏହି ବୈଠକରୁ ନିଷ୍କର୍ସ ଅଭିନବ ଚିନ୍ତାଧାରା ଆମ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସାମଗ୍ରିକ ଭାବେ ସଦୃଢ଼ କରିବା ପାଇଁ ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟକ ହେବ ।"

ଏଥିସହ ପଢ଼ନ୍ତୁ: ୨୦୩୬ ସୁଦ୍ଧା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ଏହା ସହିତ ସମଗ୍ର ଶିକ୍ଷା ଯୋଜନାକୁ ପୁନଃକଳ୍ପନା କରି 'ବିକଶିତ ଭାରତ'ର ଲକ୍ଷ୍ୟ ସହିତ ସମାନ କରିବା ସହ ଏକ ଶିକ୍ଷା ବ୍ୟବସ୍ଥା ଗଠନ କରିବ । ଯାହା ଫଳାଫଳ ଭିତ୍ତିକ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ, ଭାରତୀୟତା ସହ ଜଡ଼ିତ । ଆମର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ସମସ୍ତଙ୍କ ପାଇଁ ୨୦୪୭ ସୁଦ୍ଧା 'ବିକଶିତ ଭାରତ'ର ଏକ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପରିକଳ୍ପନା ସେତେବେଳେ ବାସ୍ତବରେ ରୂପାନ୍ତରିତ ହେବ, ଯେତେବେଳେ ଭାରତର ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ଆମେ ଯୁକ୍ତ ୨ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷାରେ ଶତପ୍ରତିଶତ ନାମଲେଖା ହାସଲ କରିପାରିବା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।


ପାଠପଢ଼ାରେ ରହୁଥିବା ବ୍ୟବଧାନକୁ କମାଇବା, ଡ୍ରପ୍-ଆଉଟ୍ ହାର ହ୍ରାସ କରିବା, ଗୁଣାତ୍ମକ ଶିକ୍ଷାଦାନ ସହ ଅପପୁଷ୍ଟି ସମସ୍ୟାର ସମାଧାନ କରିବା ଆମର ମିଳିତ ଦାୟିତ୍ୱ ହେବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, "ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି କରିବା, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଡିଜାଇନ ଥିଙ୍କିଂ, କ୍ରିଟିକାଲ ଥିଙ୍କିଂ ବିକଶିତ କରିବା, ଆମର 'ଅମୃତ ପିଢ଼ି'କୁ ମାକାଉଲେ ମାନସିକତାରୁ ବାହାର କରି ଆଣିବା ଏବଂ ବିକଶିତ ଭାରତ ପାଇଁ ଏକ ମାନବ ସମ୍ବଳ ଗଠନ କରିବା ପାଇଁ ମଧ୍ୟ ସମସ୍ତେ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ।"
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, "ଆମକୁ ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିତ୍ତିକ’ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରିବାକୁ ହେବ, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ର ଉଦ୍ଦେଶ୍ୟ ସହିତ ଜଡ଼ିତ ।"

ଏଥିସହ ପଢ଼ନ୍ତୁ: ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ

ସମସ୍ତ ଏକାଡେମିକ ବିଶେଷଜ୍ଞ, ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୦୨୬-୨୦୨୭ ଶିକ୍ଷା ବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହା ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେବା ଉଚିତ୍ । ଯେତେବେଳେ ଆମର ‘ବିଚାର’ ଗୁଡ଼ିକ ଏକାଠି ହେବ, ସେତେବେଳେ ଆମର ‘ଦକ୍ଷତା’ ମଧ୍ୟ ବୃଦ୍ଧିପାଇବ ବୋଲି କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, "ଆମକୁ ବିଦ୍ୟାଳୟଗୁଡ଼ିକୁ ସମାଜକୁ ଫେରାଇବାକୁ ହେବ। ସରକାର ବ୍ୟବସ୍ଥା ଏବଂ ଦରମା ପାଇଁ ଦାୟିତ୍ଵ ନେବେ, କିନ୍ତୁ ବିଦ୍ୟାଳୟର ପରିଚାଳନା ଦାୟିତ୍ଵରେ ସମାଜର ସକ୍ରିୟ ଅଂଶଗ୍ରହଣ ରହିବା ଆବଶ୍ୟକ ।"

ଏହାବ୍ୟତୀତ ଟେକ୍ନୋଲୋଜି ଏବଂ ଡିଜିଟାଇଜେସନର ସଠିକ୍ ବ୍ୟବହାର ଦ୍ୱାରା ପରୀକ୍ଷା ବୋଝ କମାଇ ଶିକ୍ଷାକୁ ସହଜ କରିବା ପାଇଁ ସେ ସମସ୍ତ ରାଜ୍ୟଙ୍କୁ ସେମାନଙ୍କର ‘ଶ୍ରେଷ୍ଠ ଅଭ୍ୟାସ’ ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Samagra Shiksha to Become Outcome-Based: Dharmendra Pradhan | Argus News | Argus News