Cold Wave / ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ
·2 months ago·2 min read

Key Points
୬ ଡିଗ୍ରୀ ତଳେ ରହିଛି ୬ଟି ସ୍ଥାନର ତାପମାତ୍ରା । ୭ଟି ସ୍ଥାନରେ ପାରଦ ୬ରୁ ୮ ଡିଗ୍ରୀ ମଧ୍ୟରେ ରହିଛି । ଉପକୂଳରୁ ନେଇ ଉପାନ୍ତ ସବୁଠି ରାଜୁତି କରୁଛି ମାଘ ମାସର ବାଘୁଆ ଶୀତ ।
ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ଼ । ତାପମାତ୍ରା ୨.୬ ଡିଗ୍ରୀକୁ ଖସିଛି । ୬ ଡିଗ୍ରୀ ତଳେ ରହିଛି ୬ଟି ସ୍ଥାନର ତାପମାତ୍ରା । ୭ଟି ସ୍ଥାନରେ ପାରଦ ୬ରୁ ୮ ଡିଗ୍ରୀ ମଧ୍ୟରେ ରହିଛି । ଉପକୂଳରୁ ନେଇ ଉପାନ୍ତ ସବୁଠି ରାଜୁତି କରୁଛି ମାଘ ମାସର ବାଘୁଆ ଶୀତ ।
ଗତ ୨୪ ଘଣ୍ଟାରେ ଅନୁଗୁଳ ଓ ଝାରସୁଗୁଡ଼ାରେ ଭୀଷଣ ଶୀତ ଅନୁଭୂତ ହୋଇଥିବା ବେଳେ ସୁନ୍ଦରଗଡ଼, ଖୋର୍ଦ୍ଧା ଓ କଟକରେ ଶୀତ ଲହରୀ ଲାଗି ରହିଛି । କଳାହାଣ୍ଡିରେ ଅଧିକ ରହିଛି କୁହୁଡ଼ିର ପ୍ରଭାବ । ପ୍ରାୟ ସ୍ଥାନରେ ତାପମାତ୍ରା ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ରହିଛି ।
ଏଥିସହ ପଢ଼ନ୍ତୁ: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ, ଆଜି ରାତିରେ ମଧ୍ୟ ଶୀତ ଲହରୀ ଅନୁଭୂତ ହେବ । ଆଉ ୨ ଦିନ ଲାଗି ରହିବ ହାଡ଼ ଭଙ୍ଗା ଜାଡ଼ । ଆଜି ରାତି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାକୁ ଶୀତ ଲହରୀ ନେଇ ୟେଲୋ ଆଲର୍ଟ ରହିଛି । ସେହିଭଳି ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳରେ ଶୀତ ଲହରୀ ଲଗି ରହିବ ।
ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୪ ଘଣ୍ଟାରେ ରାତି ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।
ସେପଟେ ସମତଳ ଅଞ୍ଚଳ ମଧ୍ୟରେ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରହିଛି । ସର୍ବନିମ୍ନ ରାତି ତାପମାତ୍ରା ଅନୁଯାୟୀ ଦେଶର ଚତୁର୍ଥ ଥଣ୍ଡା ସହର ହେଉଛି ରାଉରକେଲା ।
ଏଥିସହ ପଢ଼ନ୍ତୁ: ୫୦୦ ଟଙ୍କା ପାର୍କିଂ ଫି' ନେଇ ଯୁକ୍ତି ରଖିଲା ଶ୍ରୀମନ୍ଦିର ପ୍ରଶାସନ; 'ହୋଟେଲ୍ଠୁ ଶସ୍ତାରେ ଦେଉଛୁ ରୁମ୍'
ସେହିଭଳି ଟ୍ଵିନ୍ ସିଟି ମଧ୍ୟ ଶୀତରେ ଥରୁଛି । ରାଜଧାନୀ ଭୁବନେଶ୍ଵର ଅପେକ୍ଷା କଟକରେ କମ୍ ରହିଛି ତାପମାତ୍ରା । ଭୁବନେଶ୍ଵରରେ ସର୍ବନିମ୍ନ ରାତି ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୮.୬ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ଦୁଇଦିନ ଧରି ପାରଦ ଚତୁର୍ଥଥର ପାଇଁ ସର୍ବନିମ୍ନ ରହିଥିବା ବେଳେ କଟକରେ ଆଜି ଜାନୁଆରୀ ମାସର ତଥା ସର୍ବକାଳୀନ ପଞ୍ଚମ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।

ଟ୍ୱିନ ସିଟି ଶୀତରେ ଥରହର #ଭୁବନେଶ୍ୱର ରେ ଆଜି ୯.୪ଡ଼ିଗ୍ରୀ ଏବଂ #କଟକ ରେ ୮.୬ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ #ରାଜଧାନୀ ଭୁବନେଶ୍ୱର ରେ ଦୁଇଦିନ ଧରି ୪ତୁର୍ଥ ସର୍ବନିମ୍ନ ଏବଂ #କଟକ ରେ ଆଜି ଜାନୁଆରୀ ମାସର ତଥା ସର୍ବକାଳୀନ ୫ମ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ pic.twitter.com/E4YTdWgfpN
— usd (@usd0705) January 9, 2026
ସେହିଭଳି ଟ୍ଵିନ୍ ସିଟି ମଧ୍ୟ ଶୀତରେ ଥରୁଛି । ରାଜଧାନୀ ଭୁବନେଶ୍ଵର ଅପେକ୍ଷା କଟକରେ କମ୍ ରହିଛି ତାପମାତ୍ରା । ଭୁବନେଶ୍ଵରରେ ସର୍ବନିମ୍ନ ରାତି ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୮.୬ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ଦୁଇଦିନ ଧରି ପାରଦ ଚତୁର୍ଥଥର ପାଇଁ ସର୍ବନିମ୍ନ ରହିଥିବା ବେଳେ କଟକରେ ଆଜି ଜାନୁଆରୀ ମାସର ତଥା ସର୍ବକାଳୀନ ପଞ୍ଚମ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: