Videos
|
Education-employment

School Half Day Monday / ସୋମବାର ମଧ୍ୟାହ୍ନ ୧୨.୧୫ଟାରୁ ସ୍କୁଲ ଛୁଟି; ଏଇଠି ହାଫ୍ ଡେ ଘୋଷଣା

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ସୋମବାର ମଧ୍ୟାହ୍ନ ୧୨.୧୫ଟାରୁ ସ୍କୁଲ ଛୁଟି; ଏଇଠି ହାଫ୍ ଡେ ଘୋଷଣା
School Half Day Monday

Key Points

ଅଗଷ୍ଟ ୧୨ ତାରିଖ ଯାଏଁ ସ୍କୁଲ ଛୁଟି
ସୋମବାର ମଧ୍ୟାହ୍ନ ୧୨.୧୫ଟା ଯାଏଁ ପାଠପଢା
ଏଇଠି ସ୍କୁଲ ହାଫ୍ ଡେ ଘୋଷଣା
ଆସନ୍ତାକାଲି ଅର୍ଥାତ ସୋମବାର ଅନେକ ଜିଲ୍ଲାର ସ୍କୁଲରେ ମଧ୍ଯାହ୍ନ ୧୨.୧୫ଟା ଯାଏଁ ହେବ ପାଠପଢା । ତା' ପରେ ସ୍କୁଲ ଛୁଟି ଘୋଷଣା ହୋଇଛି । ଶ୍ରାବଣ ମାସରେ ଲକ୍ଷ ଲକ୍ଷ କାଉଡିଆଙ୍କ ଯାତ୍ରା ପାଇଁ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋମବାର ଅଧାରୁ ସ୍କୁଲ ଛୁଟି ହେବ ବୋଲି ଘୋଷଣା ହୋଇଛି । ଏହାସହିତ ଗାଜିଆବାଦରେ ଅଗଷ୍ଟ ୧୨ ତାରିଖ ଯାଏଁ ସମସ୍ତ ସ୍କୁଲ ଛୁଟି ।

ଶ୍ରାବଣ ମାସ ଆରମ୍ଭ ହୋଇସାରିଥିବାବେଳେ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ବହୁ ସଂଖ୍ୟାରେ କାଉଡ଼ିଆମାନେ ଆସୁଛନ୍ତି । ଏଥିଲାଗି ରାସ୍ତାରେ ପ୍ରବଳ ଭିଡ଼ ଜମୁଛି । ଟ୍ରାଫିକ୍ ଜାମ୍ ଯୋଗୁଁ ସ୍କୁଲ ଛୁଟି ନେଇ ବଡ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ରାସ୍ତା ବହୁ ସମୟ ଧରି ଜାମ୍ ରହୁଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯାତାୟାତରେ ମଧ୍ୟ ସମସ୍ୟା ହେଉଛି । ଏଥିଲାଗି ଅଗଷ୍ଟ ୧୨ ତାରିଖ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

  • ଅଗଷ୍ଟ ୧୨ ଯାଏଁ ସ୍କୁଲ ବନ୍ଦ
ଆଉ ଏକ ଭିନ୍ନ ନିର୍ଦ୍ଦେଶନାମାରେ କାଉଡ଼ିଆ ଯାତ୍ରା ପାଇଁ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ ଓ ଅନ୍ୟାନ୍ଯ ଶିକ୍ଷାନୁଷ୍ଠାନକୁ ଅଗଷ୍ଟ ୪ ତାରିଖଠାରୁ ଅଗଷ୍ଟ ୧୨ ତାରିଖ ଯାଏଁ ବନ୍ଦ ରଖାଯାଇଛି । ଏହି ନିର୍ଦ୍ଦେଶ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହୋଇଛି । ଏହି ଛୁଟି ନର୍ସରୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହୋଇଛି । ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେଉଁଠି ପୂର୍ବରୁ ପରୀକ୍ଷା ନେଇ ନୋଟିସ୍ ଆସି ସାରିଛି, ସେଠାରେ ଏହି ନିୟମ ଲାଗୁ ହେଉନାହିଁ ।

  • ଏହି ସବୁ ଜିଲ୍ଲାରେ ସ୍କୁଲ ବନ୍ଦ
ଉତ୍ତର ପ୍ରଦେଶର ମୁଜ୍ଜଫରନଗର, ଗାଜିଆବାଦ, ମିରଟ ଜିଲ୍ଲାରେ ଅଗଷ୍ଟ ୪ ତାରିଖରୁ ସ୍କୁଲ କଲେଜ ବନ୍ଦ ରହିଛି । କାଉଡିଆ ଯାତ୍ରା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ଶିକ୍ଷା ଅଧିକାରୀମାନେ କହିଛନ୍ତି ଯେ ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି । ଆଗାମୀ ନିଷ୍ପତ୍ତି ସମ୍ପର୍କରେ ତୁରନ୍ତ ସୂଚନା ଦିଆଯିବ । ଏଠାରେ କହିରଖୁଛୁ କି, ଶ୍ରାବଣ ମାସ ଜୁଲାଇ ୩୦ ତାରିଖଠାରୁ ଆରମ୍ଭ ହୋଇସାରିଛି, ଯାହାକି ଅଗଷ୍ଟ ୧୧ ତାରିଖ ଯାଏଁ ରହିଛି । ଏହି ସମୟରେ ଉତ୍ତର ପ୍ରଦେଶରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀମାନେ ଆସିଥାନ୍ତି । ଲୋକଙ୍କ ସୁରକ୍ଷା, ସ୍ଵାଭାବିକ ଟ୍ରାଫିକ୍ ବ୍ଯବସ୍ଥା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Kanwar Yatra 2026: Schools to Remain Open Till Noon on Monday; Check Half-Day Timing | Argus News