Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Government Jobs / ହିନ୍ଦୀ ଶିକ୍ଷକ ପାଇଁ ପ୍ରିଲିମିନାରି ପରୀକ୍ଷା କରିବାକୁ ଷ୍ଟାଫ୍ ସିଲେକ୍ସନ୍‌ କମିସନ୍‌ଙ୍କୁ ନିର୍ଦ୍ଦେଶ

Rashmita Mishra
Browse all articles by Rashmita Mishra
·9 months ago·2 min read
ହିନ୍ଦୀ ଶିକ୍ଷକ ପାଇଁ ପ୍ରିଲିମିନାରି ପରୀକ୍ଷା କରିବାକୁ ଷ୍ଟାଫ୍ ସିଲେକ୍ସନ୍‌ କମିସନ୍‌ଙ୍କୁ ନିର୍ଦ୍ଦେଶ

Key Points

୭୧୧ ହିନ୍ଦି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ
ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କଲେ ହାଇକୋର୍ଟ
ଷ୍ଟାଫ୍ ସିଲେକ୍ସନ୍ କମିସନଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ

୭୧୧ ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ । ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କଲେ ହାଇକୋର୍ଟ । ପ୍ରିଲିମିନାରୀ ପରୀକ୍ଷା କରିବାକୁ ଷ୍ଟାଫ୍ ସିଲେକ୍ସନ୍ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ପ୍ରାର୍ଥୀ ପ୍ରଥମେ ପ୍ରିଲିମିନାରି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଯେଉଁ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିବେ ସେମାନେ ଲିଖିତ ପରୀକ୍ଷା ଦେବେ । ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ କରାଯିବ । ନିଯୁକ୍ତି ପାଇଁ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଗତବର୍ଷ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।


ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଶିକ୍ଷକ ପଦ ପାଇଁ ପ୍ରିଲିମିନାରି ପରୀକ୍ଷା କରିବାକୁ କମିସନ୍‌ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପୂର୍ବରୁ ଅନୁଷ୍ଠିତ ଲିଖିତ ପରୀକ୍ଷା ମୂଲ୍ୟହୀନ ହୋଇଯାଇଛି। ସମସ୍ତ ପ୍ରାର୍ଥୀ ପ୍ରଥମେ ପ୍ରିଲିମିନାରି ପରୀକ୍ଷାରେ ଅଂଶଗ୍ରହଣ କରିବେ। ଯେଉଁ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିବେ ‌ସେମାନେ ଲିଖିତ ପରୀକ୍ଷା ଦେବେ। ଏଥି ସହିତ ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ପରୀକ୍ଷାରେ ଦ୍ବିଭ‌ାଷୀ (ହିନ୍ଦୀ ଓ ଇଂରାଜୀ) ସୁବିଧା ପ୍ରାର୍ଥୀଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ କରାଯିବ। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଫିରୋଜ କୁମାର ମହାପାତ୍ର, ରାକେଶ କୁମାର ବାରିକ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।


ଏଥିସହ ପଢ଼ନ୍ତୁ: ଏହି ଟିପ୍ସ୍ ଆପଣାନ୍ତୁ UGC NET କ୍ଲିଅର ହେବ ସୁନିଶ୍ଚିତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାମଲାର ବିବରଣୀରୁ ପ୍ରକାଶ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ ମାଧ୍ୟମିକ ସ୍କୁଲରେ ହିନ୍ଦୀ ସହିତ ଅନ୍ୟ ବିଭାଗରେ ଶିକ୍ଷକ ନିଯୁକ୍ତି ପାଇଁ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ୨୦୨୪, ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯଦି ପ୍ରାର୍ଥୀଙ୍କ ସଂଖ୍ୟା ‌‌ପୂରଣ ହେବାକୁ ଥିବା ପଦବି ସଂଖ୍ୟାର ୫ଗୁଣ ବା ତା’ଠାରୁ ଅଧିକ ହୁଏ ତେବେ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ ବୋଲି ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।


ପ୍ରିଲିମିନାରି ପରୀକ୍ଷାର ଫଳ ଆଧାରରେ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀ ଲିଖିତ ପରୀକ୍ଷା ଦେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ଏଥି ସହିତ ପରୀକ୍ଷାରେ ଉଭୟ ଇଂରାଜୀ ଓ ହିନ୍ଦୀରେ ପ୍ରଶ୍ନ ପଡ଼ିବ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରିଲିମିନାରି ପରୀକ୍ଷା ନ କରି ସିଧାସଳଖ ଲିଖିତ ପରୀକ୍ଷା କରାଯାଇଥିଲା। ଏଥି ସହିତ ଦ୍ବିଭାଷୀ ସୁବିଧା ମଧ୍ୟ ପରୀକ୍ଷାରେ ପ୍ରଦାନ କରାଯାଇ ନଥିଲା। କେବଳ ହିନ୍ଦୀ ଭାଷାରେ ପ୍ରଶ୍ନ ପଡ଼ିଥିଲା। ପଦବି ସଂଖ୍ୟାଠାରୁ ୫ ଗୁଣରୁ ଅଧିକ ପ୍ରାର୍ଥୀ ଥିବା ବେଳେ ମୂଳ ନିଯୁକ୍ତି ବିଜ୍ଞପ୍ତିର ଉଲ୍ଲଂଘନ କରି ପ୍ରିଲିମିନାରି ପରୀକ୍ଷା କରାଯାଇ ନଥିବା ଅଭିଯୋଗ ହୋଇଥିଲା।


ଏଥିସହିତ ଦ୍ବିଭାଷୀ ସୁବିଧା ମଧ୍ୟ ପ୍ରଦାନ କରାଯାଇ ନଥିଲା। ତେଣୁ ନିଯୁକ୍ତି ପ୍ରକ୍ରିୟାକୁ ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହିନ୍ଦୀ ଶିକ୍ଷକ ୭୧୧ଟି ପଦବି ଥିବା ବେଳେ ଏଥିପାଇଁ ୪୪୯୩ ପ୍ରାର୍ଥୀ ଆବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଶ୍ବବିହାରୀ ମହାନ୍ତି ଓ ଜ୍ଞାନରଞ୍ଜନ ସେଠୀ ମାମଲା ପରିଚାଳନା କରୁଥିଲେ।

Sponsored
Government Jobs | SSC Directed to Conduct Preliminary Exam for Hindi Teacher Recruitment | Argus News | Argus News