Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CHSE / ଯୁକ୍ତ ୨ ପରେ ଛାତ୍ରଛାତ୍ରୀଙ୍କୁ ମିଳିବ ରୋଜଗାର, CHSE ସାମିଲ କଲା ୭ ପାଠ୍ୟକ୍ରମ

Sushanta Sahoo
Browse all articles by Sushanta Sahoo
·9 months ago·1 min read
ଯୁକ୍ତ ୨ ପରେ ଛାତ୍ରଛାତ୍ରୀଙ୍କୁ ମିଳିବ ରୋଜଗାର, CHSE ସାମିଲ କଲା ୭ ପାଠ୍ୟକ୍ରମ

Key Points

CHSE ପକ୍ଷରୁ ଆଉ ୭ଟି ପାଠ୍ୟକ୍ରମ ସାମିଲ୍ କରାଯାଇଛି । ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମ ପଢ଼ିବେ । ପୁରୁଣା ପାଠ୍ୟକ୍ରମ ସହ ଏହାକୁ ମିଶାଯିବ ।

ଭୁବନେଶ୍ଵର: ଯୁକ୍ତ ଦୁଇ ପରେ ମିଳିବ ନିଯୁକ୍ତି । ରୋଜଗାର ପାଇବେ ଛାତ୍ରଛାତ୍ରୀ । ଏଥିପାଇଁ CHSE ପକ୍ଷରୁ ଆଉ ୭ଟି ପାଠ୍ୟକ୍ରମ ସାମିଲ୍ କରାଯାଇଛି । ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମ ପଢ଼ିବେ । ପୁରୁଣା ପାଠ୍ୟକ୍ରମ ସହ ଏହାକୁ ମିଶାଯିବ ।


ଏଥିସହ ପଢ଼ନ୍ତୁ: ଦଶମ, ଦ୍ଵାଦଶ ପରୀକ୍ଷା ପାଇଁ CBSE ଜାରି କଲା ସୂଚୀ


୨୦୨୬ ବାର୍ଷିକ ପରୀକ୍ଷା ଦେବାକୁ ଥିବା ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ଏହା ଦ୍ଵାରା ଶିକ୍ଷାର୍ଥୀ ଯୁକ୍ତ ଦୁଇ ପଢ଼ିବା ସହ ନିଜକୁ ସ୍ଵାବଲମ୍ବୀ କରି ପାରିବେ । ପାଠ ପଢ଼ା ପରେ ପରେ ନିଯୁକ୍ତି ମିଳିବ । ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ୭ଟି ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ୨୦୨୪ ଜୁଲାଇ ୪ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି କରାଯାଇଥିଲା । ଯେଉଁଥିରେ ଗଣଶିକ୍ଷା ବିଭାଗ CHSEର ଏକାଡେମିକ କମିଟି ଆଣ୍ଡ କାଉନସିଲ୍ ମିଟିଂକୁ ଅନୁମତି ମାଗିଥିଲା । ଏବେ CHSE ଏନେଇ ଅନୁମତି ପ୍ରଦାନ କରିଛି ।


ଏଥିସହ ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ଡାକ୍ତରୀ ପଢ଼ିବା ଆଶାୟୀଙ୍କ ପାଇଁ ନୂଆ ସୁଯୋଗ


ଏଣିକି ଯୁକ୍ତ ୨ ଧନ୍ଦାମୂଳକ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ସୋଲାର ପ୍ଯାନେଲ୍ ଇନଷ୍ଟଲେସନ ଟେକ୍ନିସିଆନ୍‍, ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ. ଡ୍ରେସ୍ ମେକିଂ. ଡ୍ରୋନ୍ ପାଇଲଟ୍, କମ୍ପ୍ୟୁଟର୍ ଅପରେଟର୍ ଆଣ୍ଡ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ (COPA), ସ୍ମାର୍ଟ ଫୋନ୍ ଟେକ୍ନିସିଆନ୍ କମ୍ ଆପ୍ ଟେଷ୍ଟର, ପ୍ଲମ୍ବର ଜେନେରାଲ୍ ଭଳି ନିଯୁକ୍ତି ଭିତ୍ତିକ ଶିକ୍ଷା ପାଇବେ ।

Related Topics

Explore more stories

Sponsored
Odisha CHSE Adds 7 New Vocational Courses for +2 Students | Argus News | Argus News