How will be future of the earth / ସୁପର କମ୍ପ୍ୟୁଟର ଦେଖାଇଲା ପୃଥିବୀର ଭବିଷ୍ୟତ; କହିଲା ପ୍ରଥମେ ଶେଷ ହୋଇଯିବ...
·1 hour ago·2 min read

Key Points
ସୁପର କମ୍ପ୍ୟୁଟର ନୂତନ ମଡେଲ ପୂର୍ବାନୁମାନ କରିଛି ଯେ କେଉଁ ଶତାବ୍ଦୀରେ ପୃଥିବୀ ପୃଷ୍ଠରୁ ଅମ୍ଳଜାନ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବ ଏବଂ ମଣିଷ ଯନ୍ତ୍ରଣାରେ ପ୍ରାଣ ତ୍ୟଗ କରିବ।
କିପରି ରହିବ ପୃଥିବୀର ଭବିଷ୍ୟତ? ତାହାର ପୂର୍ବନୁମାନ କରିଛି ଏକ ସୁପର କମ୍ପ୍ୟୁଟର। କେବେ ଆପଣ ଏକଥା କଳ୍ପନା କରିଛନ୍ତି କି ଆମେ ଯେଉଁ ପୃଥିବୀରେ ବସବାସ କରୁଛେ, ତାହା ସବୁ ଦିନ ପାଇଁ ସମାନ ରହିବ କି? ଏହାର ଉତ୍ତର ଦେଇ ବିଜ୍ଞାନ କହିଛି ନାଁ। ସଦ୍ୟ ଏକ ସୁପର କମ୍ପ୍ୟୁଟର ପୃଥିବୀର ଭବିଷ୍ୟତ ସମ୍ପର୍କରେ ଏକ ଭୟଙ୍କର ଭବିଷ୍ୟବାଣୀ କରିଛି ଏହି ଭବିଷ୍ୟବାଣୀ ଅନୁସାରେ, ଦିନେ ପୃଥିବୀ ପୃଷ୍ଠରୁ ଅମ୍ଳଜାନ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବ। ଯାହା ଦ୍ୱାରା ମଣିଷ ଏବଂ ଜୀବ ଜଗତ ଅସ୍ତିତ୍ୱ ପ୍ରାୟତଃ ଶେଷ ହୋଇଯିବ। ଗତ ୨୦୨୧ ରେ ବୈଜ୍ଞାନିକ କାଜୁମି ଓଜାକି ଏବଂ କ୍ରିଷ୍ଟୋଫର ଟି. ରେନହାର୍ଡ ଏକ ସୁପର କମ୍ପ୍ୟୁଟର ବ୍ୟବହାର କରି ପୃଥିବୀର ଭବିଷ୍ୟତ କିପରି ହେବ ତାହାର ଏକ ମଡ଼େଲ ସୃଷ୍ଟି କରିଥିଲେ। ଏହି ଗବେଷଣା ଅନୁଯାୟୀ ଆମ ଶ୍ୱାସକ୍ରିୟ କରିବା ସମୟରେ ଗ୍ରହଣ କରୁଥିବା ଅମ୍ଳଜାନ କେବଳ ପରବର୍ତ୍ତୀ ୧୦୮ କୋଟି ବର୍ଷ ପାଇଁ ମହଜୁଦ ରହିବ। ଏହା ପରେ, ପୃଥିବୀର ବାୟୁମଣ୍ଡଳ ଏତେ ଅସ୍ଥିର ହୋଇଯିବ ଯେ କୌଣସି ଜୀବ ପାଇଁ ବଞ୍ଚି ରହିବା ଅସମ୍ଭବ ହୋଇଯିବ।
ବୈଜ୍ଞାନିକ କହିଛନ୍ତି ଯେ ସୂର୍ଯ୍ୟର ଉତ୍ତାପ ଏବଂ ଆଲୋକ ବୃଦ୍ଧି ପାଇବା ସହିତ, ପୃଥିବୀ ପୃଷ୍ଠର ସମଗ୍ର ଜଳବାୟୁ ଏବଂ କାର୍ବନ ଚକ୍ର ବାଧାପ୍ରାପ୍ତ ହେବ। ଯାହାର ଫଳସ୍ୱରୂପ ଉଦ୍ଭିଦ ଏବଂ ଗଛ ପାଇଁ ଆବଶ୍ୟକ କାର୍ବନ ଡାଇଅକ୍ସାଇଡ୍ ପ୍ରଥମେ ହ୍ରାସ ପାଇବ। ଯାହା ଫଳରେ ସେମାନେ ପ୍ରାଣ ହରାଇବେ। ଗଛ ବିନା ଅମ୍ଳଜାନ ଉତ୍ପାଦନ ମଧ୍ୟ ବନ୍ଦ ହୋଇଯିବ। ସମଗ୍ର ପୃଥିବୀ ଏକ ପ୍ରାଚୀନ ଯୁଗକୁ ଫେରିଯିବ। ଯେତେବେଳେ କେବଳ କ୍ଷୁଦ୍ର ଅଣୁ ଜୀବ ବଞ୍ଚି ରହୁଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ମହାସାଗର ଶୁଖିଯିବାର ବହୁତ ପୂର୍ବରୁ ଅମ୍ଳଜାନ ସ୍ତର ପୃଥିବୀ ପୃଷ୍ଠରୁ ସରିଯିବ।
ଯେବେ ଜଳି ଉଠିବ ପୃଥିବୀ
କାହାଣୀ ଏଠାରେ ଶେଷ ହେଉ ନାହିଁ। ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ କୁହାଯାଉଛି ଯେ ଅମ୍ଳଜାନ ଶେଷ ହେବାର ବହୁତ ପୂର୍ବରୁ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟିପାରେ। କମ୍ପ୍ୟୁଟର ମଡେଲିଂ ଅନୁସାରେ, ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ, ପୃଥିବୀର ସମସ୍ତ ମହାଦେଶ ଏକାଠି ହୋଇ ଏକ ବିଶାଳକାୟ ମହାଦେଶ (Super Continents) ଗଠନ କରିବେ। ଯାହାକୁ "ପାଞ୍ଜିଆ ଅଲ୍ଟିମା" (Pangea Ultima) କୁହାଯିବ।
ଏହା ସହ ପଢନ୍ତୁ: Google Maps ଠାରୁ ନେଇ ସ୍କୁଲ ବହି ପର୍ଯ୍ୟନ୍ତ ବଦଳିବ World Map; ଜାତିସଂଘର ନୂତନ ମାନଚିତ୍ରରେ କିପରି ନଜର ଆସିବ ଭାରତ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେତେବେଳେ ଏହି ମହାଦେଶ ସୃଷ୍ଟି ହେବ, ସେତେବେଳେ ଆଗ୍ନେୟଗିରି ଉଦଗୀରଣ ସାଧାରଣ ହୋଇଯିବ। ଆର୍ଦ୍ରତା ଏବଂ ପ୍ରଚଣ୍ଡ ଗରମ ସବୁଆଡ଼େ ବ୍ୟାପିଯିବ। ତାପମାତ୍ରା ୪୦ ଡିଗ୍ରୀ ଠାରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। କେତେକ ଅଞ୍ଚଳରେ ତାତି ରେକର୍ଡ଼ ଭାଙ୍ଗିବ। ଏହି ପ୍ରଚଣ୍ଡ ତାପରେ ମଣିଷ ଏବଂ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ଥଣ୍ଡା ରହିବା ଏବଂ ଭୋଜନ- ପାଣି ମିଳିବା କଷ୍ଟକର ହୋଇପଡ଼ିବ।
ଏହି ବୈଜ୍ଞାନିକ ଚେତାବନୀର ସରଳ ଅର୍ଥ ହେଉଛି ଯେ କୌଣସି ଗ୍ରହରେ ଜୀବନ ବଞ୍ଚି ରହିବାର ଅର୍ଥ ଏହା ନୁହେଁ ଯେ ଏଠାରେ ସର୍ବଦା ଅମ୍ଳଜାନ ରହିବ। ବ୍ରହ୍ମାଣ୍ଡରେ ଜୀବନ ଖୋଜୁଥିବା ବୈଜ୍ଞାନିକଙ୍କୁ ଏବେ ଅମ୍ଳଜାନ ବ୍ୟତୀତ ଅନ୍ୟ ସଙ୍କେତ ଉପରେ ଧ୍ୟାନ ଦେବାକୁ ପଡିବ। ପୃଥିବୀର ଅନ୍ତ ପ୍ରାୟତଃ ନିଶ୍ଚିତ! ହେଲେ ଏହା ଦେଖିବା ବାକି ରହିଲା ଯେ ପ୍ରଥମେ ଅମ୍ଳଜାନ ନାଁ ସୂର୍ଯ୍ୟର ଉତ୍ତାପ ଗାଏବ ହେବ।
ଏହି ବୈଜ୍ଞାନିକ ଚେତାବନୀର ସରଳ ଅର୍ଥ ହେଉଛି ଯେ କୌଣସି ଗ୍ରହରେ ଜୀବନ ବଞ୍ଚି ରହିବାର ଅର୍ଥ ଏହା ନୁହେଁ ଯେ ଏଠାରେ ସର୍ବଦା ଅମ୍ଳଜାନ ରହିବ। ବ୍ରହ୍ମାଣ୍ଡରେ ଜୀବନ ଖୋଜୁଥିବା ବୈଜ୍ଞାନିକଙ୍କୁ ଏବେ ଅମ୍ଳଜାନ ବ୍ୟତୀତ ଅନ୍ୟ ସଙ୍କେତ ଉପରେ ଧ୍ୟାନ ଦେବାକୁ ପଡିବ। ପୃଥିବୀର ଅନ୍ତ ପ୍ରାୟତଃ ନିଶ୍ଚିତ! ହେଲେ ଏହା ଦେଖିବା ବାକି ରହିଲା ଯେ ପ୍ରଥମେ ଅମ୍ଳଜାନ ନାଁ ସୂର୍ଯ୍ୟର ଉତ୍ତାପ ଗାଏବ ହେବ।
Related Topics
Explore more stories