|
logo
Live

Argus News - `ବାପା ହେବା ପରେ ସବୁ ବଦଭ୍ୟାସ ଛାଡ଼ିଦେଇଛି'

Entertainment

`ବାପା ହେବା ପରେ ସବୁ ବଦଭ୍ୟାସ ଛାଡ଼ିଦେଇଛି'

Ritu Das
Browse all articles by Ritu Das
·1 year ago·1 min read
`ବାପା ହେବା ପରେ ସବୁ ବଦଭ୍ୟାସ ଛାଡ଼ିଦେଇଛି'

ଅର୍ଗସ ବ୍ୟୁରୋ: ଆନିମଲ ଷ୍ଟାର ରଣବୀର କପୁରଙ୍କ କଥା କଣ କହିବା। ବଲିଉଡର ହ୍ୟାଣ୍ଡସମ ହଙ୍କ ସହ ଅଭିନୟରେ ଫ୍ୟାନମାନଙ୍କ ହୃଦୟ ଜିତନ୍ତି। ବର୍ଷକୁ ଗୋଟିଏ କିମ୍ବା ଦୁଇଟି ଫିଲ୍ମରେ କାମ କରନ୍ତି ରଣବୀର। କିନ୍ତୁ ଏମିତି ମୁଭି କରନ୍ତି ଯେ, ବକ୍ସଅଫିସରେ କଲେକ୍ସନ ରେକର୍ଡ ଭାଙ୍ଗିଥାଏ। ନିକଟରେ ଆନିମଲ ମୁଭିରେ ରଣବୀରଙ୍କ ଆକ୍ଟିଂକୁ ସମସ୍ତେ ପ୍ରଶଂସା କରିଥିଲେ। 

ବର୍ତ୍ତମାନ ରଣବୀର ନିତେଶ ତିଓ୍ବାରୀଙ୍କ ଫିଲ୍ମ `ରାମାୟଣ'ରେ କାମ କରୁଛନ୍ତି। କିଛିଦିନ ତଳେ ନିଖିଲ କମର୍ଥଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଇଣ୍ଟରଭ୍ୟୁ ଦେଇଥିଲେ। ଏହି କାଜୁଆଲ ଇଣ୍ଟରଭ୍ୟୁ ଫ୍ୟାନମାନଙ୍କୁ ବେଶ ପସନ୍ଦ ଆସିଛି। ସେ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମୁଁ ଯେବେଠୁ ପିତା ହୋଇଛି ସେବେଠାରୁ ସବୁ ବଦଭ୍ୟାସ ଛାଡ଼ିଦେଇଛି। ରାହା ମୋ ଜୀବନର ସବୁଠୁ ସୁନ୍ଦର ଗିଫ୍ଟ। ତା' ପାଇଁ ମୁଁ ସବୁକିଛି କରିବାକୁ ପ୍ରସ୍ତୁତ। ସେ ମୋ ଜୀବନ। ବାପା ହେବାପରେ ଯେତେବେଳେ ତାକୁ କୋଳରେ ଧରିଲି ବହୁତ ଖରାପ ଅଭ୍ୟାସ ଆପେ ଆପେ ପରିବର୍ତ୍ତନ ହୋଇଗଲା।

ମୁଁ ବହୁତ ସ୍ମୋକିଙ୍ଗ କରେ। କିନ୍ତୁ ଆଜି ମୁଁ ସିଗାରେଟକୁ ହାତ ବି ଲଗାଉନି। ଆଲିଆ ଏବଂ ମୁଁ ଓ୍ବିକେଣ୍ଡରେ ରହିଲେ ସବୁଯାକ ସମୟ ରାହା ସହିତ ବିତାଇଥାଉ। ମୋ ଝିଅ ସତରେ ବହୁତ ଆଡୋରେବଲ। ତାର ପ୍ରତିଟି ମୁଭମେଣ୍ଟ ଆମ ଦୁହିଁଙ୍କ ପାଇଁ ସ୍ପେଶିଆଲ। ଏବେ ସେ ଟିକେ ଟିକେ ଚାଲୁଛି। ସତରେ ତାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବିନି। ମୁଁ ତା' ବିନା ଗୋଟିଏ ମୁହୂର୍ତ୍ତ ରହିପାରୁନି। ନିକଟରେ ମୁମ୍ବାଇର ଏକ ପାର୍କରେ ରାହାଙ୍କ ସହ ରଣବୀରଙ୍କୁ ସ୍ପଟ କରାଯାଇଥିଲା। ସାଥୀରେ ଥିଲା ତାଙ୍କ କୁକୁର। ରାହା ପାର୍କରେ ଖେଳୁଥିଲେ। ପାର୍କରେ ଫ୍ୟାନ୍ସମାନେ ଦେଖି ଖୁସି ହୋଇଯାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
`ବାପା ହେବା ପରେ ସବୁ ବଦଭ୍ୟାସ ଛାଡ଼ିଦେଇଛି' | Argus News