ସଲମାନ୍ ଖାନଙ୍କୁ ପୁଣି ଧମକ, ୫ କୋଟି ଦିଅ....ନହେଲେ
·1 year ago

ଅର୍ଗସ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ଧମକ । ୫ କୋଟି ଟଙ୍କା ଚାନ୍ଦା ଦେବାକୁ ସେମାନେ ଧମକପୂର୍ଣ୍ଣ କଲ୍ କରିଛନ୍ତି । ଯଦି ବଞ୍ଚିବାକୁ ଚାହୁଁଛ ୫କୋଟି ଟଙ୍କା ଦିଅ ନହେଲେ ମନ୍ଦିରରେ କ୍ଷମା ମାଗିବାକୁ ସେମାନେ ଧମକ ଦେଇଛନ୍ତି । ନଚେତ୍ ପରିଣାମ ଭୟାବହ ହେବ ବୋଲି ମୁମ୍ବାଇ ପୋଲିସକୁ ଫୋନ କରି ଧମକ ଦେଇଛନ୍ତି । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଏଭଳି ଧମକପୂର୍ଣ୍ଣ କଲ୍ ହୋଇଥିବା ସନ୍ଦେହ କରାଯାଉଛି । ସପ୍ତାହକ ଭିତରେ ସଲମାନ୍ ଖାନଙ୍କୁ ଦ୍ବିତୀୟ ଥର ପାଇଁ ଏଭଳି ଧମକ ମିଳିଛି । ପୂର୍ବରୁ ଅକ୍ଟୋବର ୩୦ରେ ସଲମାନ ଖାନଙ୍କୁ ୨ କୋଟି ଟଙ୍କା ଚାନ୍ଦା ଦେବାକୁ ଧମକ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: