Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଜୁଲାଇ ୫ରେ ମୁକ୍ତିଲାଭ କରିବ "ସୀତା" , ଓଡ଼ିଶାର ମୌଳିକ କାହାଣୀ ନେଇ ଫିଲ୍ମ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜୁଲାଇ ୫ରେ ମୁକ୍ତିଲାଭ କରିବ "ସୀତା" , ଓଡ଼ିଶାର ମୌଳିକ କାହାଣୀ ନେଇ ଫିଲ୍ମ

ଅର୍ଗସ ବ୍ୟୁରୋ : ଚାଷୀ ଓ ଚାଷର କରୁଣ କାହାଣୀ କହିବ ଓଡ଼ିଆ । ଜୁଲାଇ ୫ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ସୀତା । ଓଡ଼ିଶା ଏବଂ  ଭାରତରେ ହେଉଥିବା ଚାଷୀ ମୃତ୍ୟୁ ଓ ଚାଷୀ ପାଇଁ ଥିବା ଯୋଜନା କିଭଳି ବାଟମାରଣା ହୁଏ ତାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି। ମୌଳିକ କାହାଣୀର ଏହି ଚଳଚ୍ଚିତ୍ର ପରଦାକୁ ଆସିବା ପୂର୍ବରୁ ରିଲିଜ ତାରିଖ ସହ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ପଥରଗଡ଼ିଆର ହିଲ୍ ଭିଓ କାଫେରେ ଏହି ରିଲିଜ ହୋଇଛି।

ଅଧିକ ପଢନ୍ତୁ : ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ

ଏଥିରେ ଗାଁ ଓ ତାର ପରିବେଶ ସହ  ଗାଁ ରାଜନୀତିକୁ ସ୍ଥାନିତ କରାଯାଇଛି । ଓଡ଼ିଶାର ଦାଦନ ଶ୍ରମିକ ପ୍ରଥା  ଓ ଚାଷୀ ଦୁଃଖ, ଆନ୍ଦୋଳନ  ଓ ସମ୍ମାନ ସହ ଚାଷର କାହାଣୀ କହିବ ଏହି ସିନେମା। ଚାଷୀ ଘରର ବାପ ଝିଅ ସମ୍ପର୍କର ଏକ କରୁଣ  କାହାଣୀ ଦେଖିବ ପୁରା ଓଡିଶା। ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି  ଅଶ୍ବିନୀ ତ୍ରିପାଠୀ। ସଂଳାପ ଡାକ୍ତର ରଜନୀରଂଜନ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଅଭିନେତା ସମରେଶ ରାଉତରାୟ ଓ ଅଭିନେତ୍ରୀ ଦେବଯାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Sita", a film based on the basic story of Odisha, will release on July 5 | Argus News