Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ପୂର୍ବରୁ କ'ଣ ହୋଇଥିଲା ? ଖୁଲାସା କଲା ପୋଲିସ

Entertainment

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ପୂର୍ବରୁ କ'ଣ ହୋଇଥିଲା ? ଖୁଲାସା କଲା ପୋଲିସ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ପୂର୍ବରୁ କ'ଣ ହୋଇଥିଲା ? ଖୁଲାସା କଲା ପୋଲିସ

ଅର୍ଗସ ବ୍ୟୁରୋ: ବିଳମ୍ବିତ ରାତିରେ ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ହୋଇଛି । ଯାହାକୁ ନେଇ ପ୍ରଂଶସକ ଆତଙ୍କିତ ହୋଇ ପଡ଼ିଥିବା ବେଳେ ସମସ୍ତେ ଜାଣିବାକୁ ବ୍ୟଗ୍ର ଏତେ ବଡ଼ ଘଟଣା କେମିତି ଘଟିଲା । ପୋଲିସ ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ମେଡ୍ (ଚାକରାଣୀ)ଙ୍କ ସହ ଯୁକ୍ତିତର୍କ କରୁଥିଲେ ।


ଯୁକ୍ତିତର୍କ ବେଳେ ସୈଫ ଅଲୀ ଖାନଙ୍କ ଶାନ୍ତ କରିବାକୁ ଆସିଥିଲେ ଓ ସେହି ସମୟରେ ବ୍ୟକ୍ତି ଜଣଙ୍କ ସୈଫଙ୍କୁ ଆକ୍ରମଣ କରିଥିଲେ । ସୈଫଙ୍କ ଶରୀରର ୨ରୁ ୩ଟି ସ୍ଥାନରେ ଆଘାତ ଲାଗିଛି । ପୋଲିସ ଏତଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୁମ୍ବାଇ ପୋଲିସ ଡିସିପି କହିଛନ୍ତି, ଅଜ୍ଞାତ ବ୍ୟକ୍ତିଙ୍କ ସହ ସୈଫ ଅଲ୍ଲୀ ଖାନଙ୍କ ହାତାହାତି ହୋଇଥିଲା । ଅଜ୍ଞାତ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ସୈଫଙ୍କୁ ଆକ୍ରମଣ କରିଥିଲେ । ଏବେ ସୈଫ ଅଲ୍ଲୀ ଖାନ ଲୀଳାବତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୈଫଙ୍କ ସର୍ଜରୀ ଚାଲିଛି । ସୈଫଙ୍କ ବେକ ଓ ପିଠିରେ ଆଘାତ ଲାଗିଥିବା ଜଣାପଡ଼ିଛି ।


ସୈଫଙ୍କ ଟିମ୍ ଅନୁସାରେ, ସୈଫଙ୍କୁ ଗୁରୁତର ଆଘାତ ଲାଗି ନାହିଁ । ହସ୍ପିଟାଲରେ ସୈଫଙ୍କ ସର୍ଜରି ଚାଲିଛି । ପ୍ରଶଂସକ ଧୈର୍ଯ୍ୟ ଧରନ୍ତୁ । ପୋଲିସ ତଦନ୍ତ କରୁଛି । ଆମେ ଆପଣଙ୍କୁ ଡେଭଲପମେଣ୍ଟ ନେଇ ଅବଗତ କରାଇବୁ ।

Argus Whatsapp Channel Mobile Top
Sponsored
Who And Why Stabbed Actor Saif Ali Khan | Argus News