Videos
|
Entertainment

୨୨ ବର୍ଷର ଚନ୍ଦ୍ର ପ୍ରକାଶ ଜିତିଲେ ୧ କୋଟି ଟଙ୍କା

Ritu Das
Browse all articles by Ritu Das
·2 years ago·1 min read
୨୨ ବର୍ଷର ଚନ୍ଦ୍ର ପ୍ରକାଶ ଜିତିଲେ ୧ କୋଟି ଟଙ୍କା

ଅର୍ଗସ ବ୍ୟୁରୋ: ସୋନି ଟିଭିର ପପୁଲାର ଶୋ କୌନ ବାନେଗା କରୋଡପତି। ବର୍ତ୍ତମାନ ଏହାର ୧୬ ତମ ସିଜିନ୍‌ ଚାଲିଛି। ଏହି ରିଏଲିଟି ଶୋ'କୁ ପ୍ରତ୍ୟେକ ପିଢିର ଲୋକ ପସନ୍ଦ କରନ୍ତି । ଏହି ସିଜିନ୍‌ର ଟେଲିକାଷ୍ଟ ୧୨ ଅଗଷ୍ଟ ୨୦୨୪ରୁ ଆରମ୍ଭ ହୋଇଥିଲା। ଏହାର ଛୋଟ କ୍ଲିପିଂ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୁଏ । ବର୍ତ୍ତମାନ ଏହି ଶୋ'ର ନୂଆ କୋଟିପତି ମିଲିଯାଇଛି। ତାଙ୍କ ନାମ ଚନ୍ଦ୍ର ପ୍ରକାଶ । ସେ ନିଜର ବୁଦ୍ଧି ସହିତ କୋଟିପତି ହୋଇଥିଲେ ଏବଂ ୭ କୋଟି ପାଇଁ ଥିବା ପ୍ରଶ୍ନ ମଧ୍ୟ ଖେଳିଥିଲେ । ଯେଉଁ କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି। 

ବର୍ତ୍ତମାନ ଶୋ’ର ପ୍ରଥମ କୋଟିପତି ମିଳିଛି।  ସୋନି ଲିଭ୍ ଏହାର ଏକ ପ୍ରୋମୋ ସେୟାର କରିଛନ୍ତି । ଜାମ୍ମୁ କାଶ୍ମୀରର ବାସିନ୍ଦା ୨୨ ବର୍ଷୀୟ ଚନ୍ଦ୍ର ପ୍ରକାଶ ଏହି କୁଇଜ୍ ସୋ’ରେ ବିପୁଳ ପରିମାଣର ଟଙ୍କା ଜିତିଛନ୍ତି। ହଟ୍‌ ସିଟ୍‌ରେ ଥିବା ଚନ୍ଦ୍ର ପ୍ରକାଶ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୧କୋଟି ଟଙ୍କା ଜିତିବା ଥିଲେ। ଏହା ପରେ ତାଙ୍କ ପାଇଁ ୭ କୋଟି ଟଙ୍କାର ଏକ ଜ୍ୟାକପଟ୍ ପ୍ରଶ୍ନ ମଧ୍ୟ ଖୋଲିଥିଲା।

ତେବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିବାରୁ ଚନ୍ଦ୍ର ପ୍ରକାଶ ୭ କୋଟି ଟଙ୍କା ପାଇ ପାରିନଥିଲେ। ତାଙ୍କ ପ୍ରତିଭା ଦେଖି ବିଗ୍ ବି ବହୁତ ପ୍ରଶଂସା କରିବା ସହ ଖୁସି ହୋଇ ଆଲିଙ୍ଗନ କଲେ । ଚନ୍ଦ୍ର ପ୍ରକାଶ ଏକ କୋଟି ପୁରସ୍କାର ରାଶି ସହ ଏକ ଚମତ୍କାର କାର ମଧ୍ୟ ଜିତିଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
22-year-old | Argus News Odia