ପ୍ରଥମ ସପ୍ତାହରେ ୨୫କୋଟି ଟପିଲା ‘ଆର୍ଟିକିଲ ୩୭୦’ର ବକ୍ସ ଅଫିସ ଆୟ

ଅର୍ଗସ ବ୍ୟୁରୋ: ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲସ’ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା, ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ବର୍ତ୍ତମାନ ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ଥିଏଟରରେ ରିଲିଜ ହୋଇଛି, ଯେଉଁଥିରେ ଆର୍ଟିକିଲ ୩୭୦ ଉଚ୍ଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିଛି।
ଫିଲ୍ମର ପ୍ରଯୋଜନା ଆଦିତ୍ୟ ଧର କରିଥିବା ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଏଥିରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି।
ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଏବେ ଦର୍ଶକଙ୍କ ମନ କିଣୁଥିବା ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଫିଲ୍ମଟି ୬.୧୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୯.୫୦ କୋଟିରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ, ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ମୋଟ ୨୫.୪୫କୋଟି ଟଙ୍କା ସଂଗ୍ରହ କରିସାରିଲାଣି। ଫିଲ୍ମର ଆୟକୁ ଦେଖି ଲାଗୁଛି, ଏହା ସୁପରହିଟ୍ ହେବ।
ୟାମୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ପ୍ରିୟା ମଣି, ଅରୁଣ ଗୋଭିଲ ଏବଂ ବୈଭବ ତତୱାୱାଡି ମଧ୍ୟ ଅଭିନୟ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର