National Film Awards 2026 / ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ କିଏ ?
·1 hour ago·2 min read

Key Points
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ରାଜକୁମାର ରାଓଙ୍କ 'ଶ୍ରୀକାନ୍ତ' ଶ୍ରେଷ୍ଠ ହିନ୍ଦୀ ଫିଲ୍ମ
ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ

ନୂଆଦିଲ୍ଲୀ: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ଭାରତୀୟ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ତାଲିକାରେ ଏଥର ବାଜି ମାରିଛନ୍ତି ବଲିଉଡର ଚକୋଲେଟ୍ ବୟ କାର୍ତ୍ତିକ ଆର୍ଯ୍ୟନ ଓ ସାଉଥ୍ ସୁପରଷ୍ଟାର୍ ମାମୁଟି। ୨୦୨୪ ବର୍ଷ ପାଇଁ ଉଭୟଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଘୋଷଣା କରାଯାଇଛି । ଯାହା ଓଡ଼ିଆ ସିନେମା ପାଇଁ ଜାତୀୟ ସ୍ତରରେ ଗୌରବ ଆଣିଦେଇଛି।
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କାର ଘୋଷଣା ହୋଇଛି । ୨୦୨୪ ଜାନୁଆରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ସିବିଏଫସି ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକୁ ଏହି ପୁରସ୍କାର ପାଇଁ ବିଚାର କରାଯାଇଥିଲା । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଜୟରାଜଙ୍କ ନେତୃତ୍ୱରେ ଗଠିତ ୧୧ ଜଣିଆ ଜୁରୀ ସଦସ୍ୟ ଏହି ବିଜେତାମାନଙ୍କୁ ଚୟନ କରିଛନ୍ତି ।
ପଢନ୍ତୁ ଏହି ଖବର: ରାଘବଙ୍କ ପ୍ରେମରେ ଶେହନାଜ ! ହାତରେ ହାତ ଛନ୍ଦି ଇଭେଣ୍ଟରୁ ବାହାରିଲେ, ଭିଡିଓ ଭାଇରାଲ
ସେହିପରି ଫିଚର ଫିଲ୍ମ, ନନ୍-ଫିଚର ଫିଲ୍ମ, ସିନେମା ଉପରେ ଲେଖା ସହିତ ନିର୍ଦ୍ଦେଶନା, ସ୍କ୍ରିନପ୍ଲେ, ସଙ୍ଗୀତ, ଏଡିଟିଂ ଭଳି ବିଭିନ୍ନ ବୈଷୟିକ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆର୍ଟିକିଲ୍ ୩୭୦ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଥିବାବେଳେ ଏଥିପାଇଁ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।

- କେଉଁ ଫିଲ୍ମ ପାଇଁ କିଏ ପୁରସ୍କୃତ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories