Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Krrip Kapur Suri / ୧୧ ବର୍ଷ ରହିଲି ଆଉ ରହିପାରିବିନି, ମୋତେ ନୂଆ ଆରମ୍ଭ କରିବାର ଅଛି: ଅଭିନେତାଙ୍କ ପତ୍ନୀ

Banajyotshna Ray
Browse all articles by Banajyotshna Ray
·6 months ago·2 min read
୧୧ ବର୍ଷ ରହିଲି ଆଉ ରହିପାରିବିନି, ମୋତେ ନୂଆ ଆରମ୍ଭ କରିବାର ଅଛି: ଅଭିନେତାଙ୍କ ପତ୍ନୀ
Krrip Kapur Suri

Key Points

୧୧ ବର୍ଷ ପରେ ଅଲଗା ହେଲେ କୃପ ଏବଂ ସିମରନ୍‌
୨୦୨୬ର ପ୍ରଥମ ଛାଡପତ୍ର
ସରିଛି ବର୍ଷ ୨୦୨୫ ଆଉ ଆରମ୍ଭ ହୋଇଛି ନୂଆ ବର୍ଷ। ୨୦୧୫ରେ ସମସ୍ତେ ଅନେକ କିଛି ଘଟଣା ଦୁର୍ଘଟଣା ଭଲ ଏବଂ ଖରାପ ସମୟ ଦେଇ ଗତି କରିଛନ୍ତି। କିନ୍ତୁ ୨୦୨୬ରେ ସବୁକିଛି ଭଲ ହେଉ ବୋଲି ସମସ୍ତଙ୍କର ଇଚ୍ଛା ଥିବାବେଳେ ଅଲଗା ହୋଇଛନ୍ତି ଦୁଇ ସେଲିବ୍ରିଟି। ବର୍ଷର ପ୍ରଥମ ଛାଡପତ୍ର। ଆଜ୍ଞା ହଁ, ଷ୍ଟାରପ୍ଲସ୍‌ର ପପୁଲାର ଶୋ’ ଉଡନେ କି ଆଶା । ଏହି ଶୋ’ରୁ ପପୁଲାରିଟି ହାସଲ କରିଥିବା କୃପ କପୁର ସୁରୀ ଘରେ ଘରେ ପରିଚିତ । ଵର୍ତ୍ତମାନ କୃପ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି ।ଏହି ଅଭିନେତା ୧୧ ବର୍ଷର ବିବାହରେ ପତ୍ନୀ ସିମରନ୍ କୌରଙ୍କୁ ଛାଡପତ୍ର ଦେଇଛନ୍ତି। ଯେଉଁଥିପାଇଁ ସେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି।

କୁହାଯାଉଛି ଏହା ହେଉଛି ବର୍ଷର ପ୍ରଥମ ଛାଡପତ୍ର। ହେଲେ ଦୁହେଁ ୧୧ ବର୍ଷ ଧରି ଏକାଠି ଥିଲେ ଏମିତି କଣ ହେଲା ଯେ, ହଠାତ୍‌ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି। କୃପ୍ ଏବଂ ସିମରନ୍‌ ଛାଡପତ୍ର ଖବର ସେମାନଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନଙ୍କୁ ଟିଭିର ସବୁଠାରୁ ସୁନ୍ଦର ଦମ୍ପତିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା। ସେମାନଙ୍କ ମଧ୍ୟରେ ଏପରି କିଛି ଘଟିବ ବୋଲି କେହି ଆଶା କରିନଥିଲେ।କୃପ୍‌ଙ୍କ ପୂର୍ବ ପତ୍ନୀ ତାଙ୍କୁ ପୋଷ୍ଟରେ ଟ୍ୟାଗ୍ କରି ଲେଖିଥିଲେ, "ତୁମଠାରୁ ଅଲଗା ହେବା ମୋର ଦୁର୍ବଳତା ନଥିଲା।" ନିଜ ପ୍ରତି ସଚ୍ଚୋଟ ରହିବା ମୋର ସାହସିକତା ଥିଲା। ମୋତେ ପୁଣି ଥରେ ନୂଆ ଆରମ୍ଭ କରିବାକୁ ଅନୁମତି ଅଛି। ମୋତେ ଦୋଷହୀନ ଭାବରେ ହସିବାକୁ ଅନୁମତି ମିଳିଛି। ମୋ ଝିଅ ରେ'କୁ ଧରି ଆଗକୁ ବଢିବି …ଏହି ପ୍ରେମ ବିବାହର ଅଧ୍ୟାୟ ମର୍ଯ୍ୟାଦାର ସହିତ ଶେଷ ହୋଇଛି।

ଏଥିସହ ପଢ଼ନ୍ତୁ: ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକାରେ ଅଟକ, ଟ୍ରମ୍ପ କହିଲେ ଏବେ କଣ ହେବ ?

ଇତି ମଧ୍ୟରେ ବହୁତ ଦିନ ଧରି ସମସ୍ୟା ଚାଲିଥିଲା, କିନ୍ତୁ ଶେଷରେ ଏହି ଦମ୍ପତି ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। କୃପ ଏବଂ ସିମରନ୍ ୬ ଡିସେମ୍ବର ୨୦୧୪ରେ ବିବାହ କରିଥିଲେ। ୨୦୨୦ରେ, ଏହି ଦମ୍ପତି କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ। ଯାହାର ନାମ ସେମାନେ ରେ କପୁର ସୁରୀ ରଖିଥିଲେ। ବର୍ତ୍ତମାନ ଅଭିନେତା ତାଙ୍କ ଝିଅର ଯତ୍ନ ନେଉଛନ୍ତି। କୃପ୍ ଏବଂ ସିମରନ୍ ବହୁତ ଦିନ ଧରି ପରସ୍ପର ଠାରୁ ଅଲଗା ରହୁଛନ୍ତି। କିନ୍ତୁ ଏବେ, ଉଭୟ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇଛନ୍ତି। ସିମରନ୍ ୧ ଜାନୁଆରୀ ୨୦୨୬ ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୃପ କପୁର ସୁରୀଙ୍କ ଠାରୁ ତାଙ୍କର ଛାଡପତ୍ର ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Krrip Kapur Suri | Krrip Kapur Suri Divorces Wife, Simran After 11 Years Of Marriage | Argus News | Argus News