Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Venezuela President / ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକାରେ ଅଟକ, ଟ୍ରମ୍ପ କହିଲେ ଏବେ କଣ ହେବ ?

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକାରେ ଅଟକ, ଟ୍ରମ୍ପ କହିଲେ ଏବେ କଣ ହେବ ?
Venezuela President

Key Points

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି
ଆମେରିକା କବଜାରେ ଭେନେଜୁଏଲା ରାଷ୍ଟ୍ରପତି
ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଲେ ଏବେ ରାଷ୍ଟ୍ରପତି ଆମ କବଜାରେ। ଆଜ୍ଞା ହଁ, ବର୍ତ୍ତମାନ ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 'ଏକ୍ସ'ରେ ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।କହିଲେ, ଆମେରିକା କବଜାରେ ଭେନେଜୁଏଲା ରାଷ୍ଟ୍ରପତି। ଦେଶଛାଡ଼ି ପଳାଇବାକୁ ଉଦ୍ୟମ କଲାବେଳେ କାବୁ କଲା ଆମେରିକା ସେନା। ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, ‘ଯୁକ୍ତରାଷ୍ଟ୍ର ଭେନେଜୁଏଲାର ଏବଂ ଏହାର ନେତା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୁଦ୍ଧରେ ଏକ ବଡ଼ ଆକ୍ରମଣ ସଫଳତାର ସହ ଆରମ୍ଭ କରିଛି। ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଧରାଯାଇ ଦେଶରୁ ବାହାରକୁ ନିଆଯାଇଛି। ଏହି ଅପରେଶନ ଆମେରିକାର ଆଇନ ପ୍ରବର୍ତ୍ତନକାରୀଙ୍କ ସହଯୋଗରେ କରାଯାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ବିବରଣୀ ଖୁବ ଶୀଘ୍ର ପ୍ରକାଶ କରାଯିବ।’

ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭେନେଜୁଏଲାର ରାଜଧାନୀ କାରାକାସ ଶନିବାର ସକାଳେ (ଜାନୁଆରୀ ୩,୨୦୨୬) ଅନେକ ବଡ଼ ବିସ୍ଫୋରଣରେ ଥରି ଉଠିଥିଲା। ଭେନେଜୁଏଲାର ସରକାର ଏହି ଆକ୍ରମଣକୁ ନିନ୍ଦା କରି ଆମେରିକା ଏହାର ନାଗରିକ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ବର୍ତ୍ତମାନ ଆମେରିକାର ହେପାଜତରେ ଅଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହଟାଇବା ପାଇଁ ତାଙ୍କ ରଣନୀତିର ଅଂଶ ସ୍ବରୂପ ଭେନେଜୁଏଲାରେ ସ୍ଥଳ ଅଭିଯାନର ସମ୍ଭାବନା ବିଷୟରେ ପୂର୍ବରୁ ଅନେକ ଥର ଚେତାବନୀ ଦେଇଥିଲେ। ଏହି ଚେତାବନୀ ପରେ, ଭେନେଜୁଏଲାରେ ଅନେକ ବିସ୍ଫୋରଣ ଶୁଣାଯାଇଥିଲା। ଚାପ ପ୍ରୟୋଗ କରିବା ପାଇଁ, ଆମେରିକାର ରାଷ୍ଟ୍ରପତି ଭେନେଜୁଏଲା ଉପରେ କଟକଣା ବୃଦ୍ଧି କରିଛନ୍ତି, ଏହି ଅଞ୍ଚଳରେ ଆମେରିକୀୟ ସାମରିକ ଉପସ୍ଥିତି ବୃଦ୍ଧି କରିଛନ୍ତି ଏବଂ କାରିବିଆନ ଏବଂ ପ୍ରଶାନ୍ତ ମହାସାଗର ଉଭୟରେ ଜାହାଜ ଉପରେ ନିଶା କାରବାରର ଅଭିଯୋଗ କରିଛନ୍ତି।

ଏଥିସହ ପଢ଼ନ୍ତୁ: ଲୁହରେ ଭାସିଲା KBC ଶୋ', ବିଗ୍‌ ବି କହିଲେ ପରବର୍ତ୍ତୀ ଏପିସୋଡରେ...

ବର୍ଷ ଆରମ୍ଭରୁ ବିଶ୍ୱରେ ଆଉ ଏକ ଯୁଦ୍ଧର ଆରମ୍ଭ । ଭେନେଜୁଏଲା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ କରିଛି । ପ୍ରଚଣ୍ଡ ଆକ୍ରମଣରେ ଥରି ଉଠିଲା ରାଜଧାନୀ କାରାକାସ । ମିଲିଟାରୀ ବେସ ଉପରେ ବି ବୋମାମାଡ଼ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସରେ ଥିବା ଏକ ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ ହୋଇଛି । କାରାକାସରେ ଥିବା ନୌସେନା ଘାଟି ଉପରେ ଏହି ଆକ୍ରମଣ ହୋଇଛି । ଯାହା ଫଳରେ ଭେନେଜୁଏଲା ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ। ଯେଉଁ ସମୟରେ ତାଙ୍କୁ ଆମେରିକା ସେନା କବଜା କରିଛି। ତଥାପି, ଏହି NOTAM ଆମେରିକୀୟ ସାମରିକ ଓ ସରକାରୀ ବିମାନ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଏହା ବ୍ୟତୀତ, ସ୍ୱତନ୍ତ୍ର ଅନୁମତି ପରେ କିଛି ବିମାନକୁ ଛାଡ କରାଯାଇପାରେ। ଜରୁରୀକାଳୀନ ପରିସ୍ଥିତିରେ, ବିମାନ ସୁରକ୍ଷା ପାଇଁ ପାଇଲଟ୍ ଅସ୍ଥାୟୀ ଭାବରେ ଏହି ନିର୍ଦ୍ଦେଶରୁ ବିଚ୍ୟୁତ ହୋଇପାରିବେ । ତେବେ ଆଗକୁ ଏହା କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Venezuelan President | Trump confirms ‘US successfully carried out strikes,' says Maduro, wife captured | Argus News | Argus News