Videos
|
Entertainment

Ramayana / ‘ରାମାୟଣ’ର ତୃତୀୟ ଭାଗକୁ ନେଇ ବଡ଼ ଖୁଲାସା କଲେ ରଣବୀର କପୁର, କହିଲେ...

Rashmita Mishra
Browse all articles by Rashmita Mishra
·53 mins ago·2 min read
‘ରାମାୟଣ’ର ତୃତୀୟ ଭାଗକୁ ନେଇ ବଡ଼ ଖୁଲାସା କଲେ ରଣବୀର କପୁର, କହିଲେ...
Ramayana

Key Points

ରାମାୟଣର ତୃତୀୟ ଭାଗକୁ ନେଇ ରଣବୀରଙ୍କ ବଡ଼ ବୟାନ, କ’ଣ ହେବ ଆଗକୁ?
ରାମାୟଣ-୩ ଆସିବ କି? ରଣବୀରଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚ୍ଚା
ଦୁଇ ଭାଗ ପରେ ଆସିବ ରାମାୟଣ-୩! ତୃତୀୟ ଭାଗକୁ ନେଇ ମୁହଁ ଖୋଲିଲେ ରଣବୀର
ରାମାୟଣର ତୃତୀୟ ଭାଗକୁ ନେଇ ବଡ଼ ଖୁଲାସା, ରଣବୀରଙ୍କ ବୟାନରେ ହଲଚଲ

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଶୀର୍ଷରେ । ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମାଣ ହେଉଥିବା ଏହି ଫିଲ୍ମକୁ ଦୁଇଟି ଭାଗରେ ରିଲିଜ୍ କରିବାର ଯୋଜନା ରହିଛି । ଫିଲ୍ମରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଭଳି ଷ୍ଟାର ଅଭିନୟ କରୁଛନ୍ତି । ଏବେ ଏହି ଫିଲ୍ମର ତୃତୀୟ ଭାଗକୁ ନେଇ ରଣବୀରଙ୍କ ଏକ ବୟାନ ଚର୍ଚ୍ଚା ସୃଷ୍ଟି କରିଛି ।

କ’ଣ କହିଲେ ରଣବୀର ?
ରିଭ୍ୟୁ ନେସନ୍‌ ସହ ଏକ ସାକ୍ଷାତକାର ସମୟରେ ରଣବୀର କପୁର ଫିଲ୍ମର ସୁଟିଂ ଅନୁଭୂତି ବାଣ୍ଟିଥିଲେ । ଏହି ସମୟରେ ସେ କହିଥିଲେ ଯେ, ‘ରାମାୟଣ ପାର୍ଟ-୨’ ପାଇଁ ତାଙ୍କ ଅଂଶର ପ୍ରାୟ ୫୦ ପ୍ରତିଶତ ସୁଟିଂ ଶେଷ ହୋଇଛି । ଏହା ସହିତ ସେ ଦ୍ୱିତୀୟ ଭାଗ ଏବଂ ଆଗକୁ ଆସିବାକୁ ଥିବା ତୃତୀୟ ଭାଗର ସୁଟିଂ କଥା ମଧ୍ୟ କହିଦେଇଥିଲେ ।
ରଣବୀରଙ୍କ କହିବା ଅନୁଯାୟୀ, ଏହି କାହାଣୀ ସବୁବେଳେ ତାଙ୍କ ସହ ରହିବ । ଏଭଳି ବଡ଼ ପ୍ରୋଜେକ୍ଟର ଅଂଶ ହେବା ଜୀବନରେ ଥରେ ମିଳୁଥିବା ସୁଯୋଗ । ଫିଲ୍ମର ଫଳାଫଳ ଯାହା ବି ହେଉ, ଏତେ ବଡ଼ ପରିସରରେ ରାମାୟଣକୁ ପରଦାରେ ଦେଖାଇବା ତାଙ୍କ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ସେ କହିଛନ୍ତି ।

ତୃତୀୟ ଭାଗ ନେଇ ନାହିଁ ଅଫିସିଆଲ୍ ଘୋଷଣା
ତେବେ ରଣବୀରଙ୍କ ଏହି ବୟାନ ପରେ ଫିଲ୍ମର ତୃତୀୟ ଭାଗ ନେଇ ଚର୍ଚ୍ଚା ଜୋର୍ ଧରିଛି । କିନ୍ତୁ ନିର୍ମାତା ନମିତ ମଲହୋତ୍ରା କିମ୍ବା ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ତୃତୀୟ ଭାଗକୁ ନେଇ କୌଣସି ଅଧିକାରିକ ଘୋଷଣା ହୋଇନାହିଁ । ବର୍ତ୍ତମାନ ଫିଲ୍ମର ଦୁଇଟି ଭାଗ ନିର୍ମାଣ ହେବା ନେଇ ସୂଚନା ରହିଛି ।

ପ୍ରଥମ ଭାଗ ନଭେମ୍ବର ୫ରେ ରିଲିଜ୍ ହେବାକୁ ଥିବାବେଳେ ଦ୍ୱିତୀୟ ଭାଗ ୨୦୨୮ ଦୀପାବଳିରେ ରିଲିଜ୍ ହେବା ନେଇ ଚର୍ଚ୍ଚା ହେଉଛି । ଫିଲ୍ମରେ ରଣବୀର, ସାଇ ପଲ୍ଲବୀ ଓ ୟଶଙ୍କ ବ୍ୟତୀତ ରବି ଦୁବେ, ଅରୁଣ ଗୋଭିଲ, ରକୁଲ ପ୍ରୀତ ସିଂହ, ବିବେକ ଓବରୟ, ଲାରା ଦତ୍ତା, ଫୈଜଲ ମଲିକ ଓ କୁନାଲ କପୁରଙ୍କ ଭଳି କଳାକାର ନଜର ଆସିବେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: