Saifali khan Revealed / ୫୬ ବର୍ଷରେ ୫ମ ସନ୍ତାନର ବାପା ହେବେ ସୈଫ୍? କହିଲେ ଗୁମର କଥା
·2 hours ago·2 min read

Key Points
୫୬ ବର୍ଷରେ ୫ମ ସନ୍ତାନର ବାପା ହେବେ ସୈଫ୍?
କରୀନାଙ୍କ ସହ ପ୍ରେମ ଜୀବନର ଗୁପ୍ତ କଥା ଖୋଲିଲେ ସୈଫ୍
ବଲିଉଡ୍ର ଚର୍ଚ୍ଚିତ ଷ୍ଟାର୍ କପଲ୍ କରୀନା କପୁର ଖାନ୍ ଏବଂ ସୈଫ୍ ଅଲ୍ଲୀ ଖାନ୍

ମୁମ୍ବାଇ,୧୮/୧୦: ବଲିଉଡ୍ର ଚର୍ଚ୍ଚିତ ଷ୍ଟାର୍ କପଲ୍ କରୀନା କପୁର ଖାନ୍ ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ପ୍ରେମ ଓ ରୋମାନ୍ସକୁ ନେଇ ପୁଣି ଚର୍ଚ୍ଚା। ବିବାହର ୧୪ ବର୍ଷ ପରେ ମଧ୍ୟ ଏହି ଯୋଡ଼ିଙ୍କ ମଧ୍ୟରେ ଥିବା ମଜାଳିଆ କେମେଷ୍ଟ୍ରି ପ୍ରଶଂସକଙ୍କ ମନ ଜିଣୁଛି। ନିକଟରେ କମେଡିଆନ୍ କପିଲ ଶର୍ମାଙ୍କ ଶୋ’ରେ ଯୋଗ ଦେଇ ଦୁହେଁ ନିଜ ପ୍ରେମ ଜୀବନର ଅନେକ ରୋଚକ କଥା ସେୟାର କରିଛନ୍ତି।
ଘିଅ ଖାଇବା ସହ ପାଦରେ ଘିଅ ମାଲିସ୍!
ଶୋ’ରେ କପିଲ ଶର୍ମା ମଜାଳିଆ ଅନ୍ଦାଜରେ କରୀନା ଓ ସୈଫ୍ଙ୍କୁ ପଚାରିଥିଲେ, ୧୪ ବର୍ଷର ବିବାହ ପରେ ମଧ୍ୟ ଦୁହେଁ ଏତେ ଫ୍ରେସ୍ ଓ ରୋମାଣ୍ଟିକ୍ କିପରି ରହିଛନ୍ତି? ଏହାର ଉତ୍ତରରେ ସୈଫ୍ କହିଥିଲେ, ଆଜିକାଲି ତାଙ୍କ ଘରେ ବହୁତ ଘିଅ ଅଛି।
କରୀନା ମଧ୍ୟ ମଜାରେ କହିଥିଲେ ଯେ ତାଙ୍କ ଘରେ ଘିଅର ବହୁତ ବ୍ୟବହାର ହୁଏ। ସେମାନେ ଘିଅ ଖାଇବା ସହ ପିଲାମାନେ ମଧ୍ୟ ଖାଆନ୍ତି। ଏହାପରେ ସୈଫ୍ କହିଥିଲେ ଯେ କରୀନା ରାତିରେ ତାଙ୍କ ପାଦରେ ଘିଅ ମାଲିସ୍ କରନ୍ତି। ଏହା ଶୁଣି କରୀନା ହସି କହିଥିଲେ ଯେ ଏହା ତାଙ୍କୁ ଭଲ ନିଦରେ ଶୋଇବାରେ ସାହାଯ୍ୟ କରେ।
ପଢନ୍ତୁ ଏହି ଖବର: କାଷ୍ଟିଂ କାଉଚ୍ର ତିକ୍ତ ଅନୁଭୂତି ବଖାଣିଲେ ସୋନାଲି, ମୋତେ ଅନ୍ଧାର କୋଠରୀକୁ ଡାକି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତିନି ଥର ପ୍ରପୋଜ୍ କରିଥିଲେ ସୈଫ୍!
ନିଜ ପ୍ରେମ କାହାଣୀ ବିଷୟରେ କରୀନା ଏକ ରୋଚକ ଖୁଲାସା କରିଥିଲେ। ସୈଫ୍ ତାଙ୍କୁ ଥରେ ନୁହେଁ, ବରଂ ତିନି ଥର ପ୍ରପୋଜ୍ କରିଥିଲେ। ପ୍ରଥମେ ମୁମ୍ବାଇରେ, ପରେ ଗ୍ରୀସ୍ରେ ଏବଂ ଶେଷରେ ପ୍ୟାରିସ୍ରେ ସୈଫ୍ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ଯାଇ କରୀନା ରାଜି ହୋଇଥିଲେ। ଏହାକୁ ନେଇ ସୈଫ୍ ମଜାରେ କହିଥିଲେ, ଯଦି କରୀନା ମୁମ୍ବାଇରେ ହିଁ ରାଜି ହୋଇଯାଇଥାନ୍ତେ, ତେବେ ତାଙ୍କର ଅନେକ ଟଙ୍କା ବଞ୍ଚିଯାଇଥାନ୍ତା।
ଘୁଙ୍ଗୁଡ଼ିକୁ ନେଇ ବି କଲେ ମଜା
ଶୋ’ରେ ସୈଫ୍ ଓ କରୀନା ପରସ୍ପରଙ୍କ ଘୁଙ୍ଗୁଡ଼ି ମାରିବା ଅଭ୍ୟାସକୁ ନେଇ ମଧ୍ୟ ମଜା କରିଥିଲେ। କରୀନାଙ୍କ ଘୁଙ୍ଗୁଡ଼ି ଶୁଣି ସୈଫ୍ ଆଶ୍ଚର୍ଯ୍ୟ ହୋଇଥିବା କଥା କହିଥିଲେ। ତାଙ୍କ ମଜାଳିଆ କଥାବାର୍ତ୍ତା ଶୋ’ରେ ହସର ମାହୋଲ ସୃଷ୍ଟି କରିଥିଲା।
ପିଲାଙ୍କ ବିଷୟରେ ଆଲୋଚନା ବେଳେ କପିଲ କହିଥିଲେ ଯେ ସୈଫ୍ଙ୍କ ପ୍ରତି ଦଶନ୍ଧିରେ ଗୋଟିଏ ସନ୍ତାନ ରହିଛି। ଏହାକୁ ନେଇ କରୀନା ମଜାରେ ଭବିଷ୍ୟତରେ ଆଉ ଏକ ସନ୍ତାନ ହେବା କଥା ଉଠାଇଥିଲେ। ଏଥିରେ ସୈଫ୍ ଲାଜେଇ ଯାଇଥିବା ବେଳେ ଶୋ’ରେ ସମସ୍ତେ ହସି ଉଠିଥିଲେ।
ଶୋ’ରେ ଏହି ଷ୍ଟାର୍ ଯୋଡ଼ିଙ୍କ ରୋମାଣ୍ଟିକ୍ ନୃତ୍ୟ ମଧ୍ୟ ଦର୍ଶକଙ୍କ ଆକର୍ଷଣ ପାଲଟିଥିଲା। ବୟସ ଓ ବିବାହର ବର୍ଷ ବଢ଼ିବା ସହ ପ୍ରେମ କମିଯାଏ ବୋଲି ଧାରଣାକୁ ଭୁଲ୍ ପ୍ରମାଣିତ କରୁଛି ସୈଫ୍ ଓ କରୀନାଙ୍କ ଏହି ମଜାଳିଆ କେମେଷ୍ଟ୍ରି।

Related Topics
Explore more stories