୨୦୨୪ ମସିହାରେ ଫିଲ୍ମପ୍ରେମୀଙ୍କୁ ବଡ଼ ଉପହାର
·2 years ago·1 min read

ଅର୍ଗସ ବ୍ୟୁରୋ: ଚଳିତ ୨୦୨୪ ବର୍ଷରେ ବଡ଼ ପ୍ରୋଜେକ୍ଟର ୯ଟି ଧମାକେଦାର ଫିଲ୍ମ ରିଲିଜ ହେବାକୁ ଯାଉଛି। ଯାହାର ଫ୍ୟାନ ମାନେ ଅପେକ୍ଷା କରି ରହିଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ବଡ଼ ପ୍ରୋଜେକ୍ଟର ୯ଟି ଫିଲ୍ମ ବିଷୟରେ। ଆସନ୍ତା ଜୁଲାଇ ୧୨ ତାରିଖରେ କମଳ ହାସନଙ୍କ `ଇଣ୍ଡିଆନ ୨' ମୁଭି ରିଲିଜ ହେବାକୁ ଯାଉଛି। ସେହିପରି ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ `ସ୍ତ୍ରୀ ୨' ଅଗଷ୍ଟ ୧୫ରେ ରିଲିଜ ହେବ। ଫିଲ୍ମ `ଦେବରା ପାର୍ଟ ୧' ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ରିଲିଜ ହେବ। ଆଲିଆଙ୍କ ଅଭିନୀତ `ଜିଗରା' ମୁଭି ଅକ୍ଟୋବର ୧୧ରେ ରିଲିଜ ହେବ।
ରଜନୀକାନ୍ତଙ୍କ ଅଭିନୀତ ମୁଭି `ଭେଟାୟାଁ' ଅକ୍ଟୋବର ୧୦ ତାରିଖରେ ରିଲିଜ ହେବ। `କଙ୍ଗୁବା' ମୁଭି ଅକ୍ଟୋବର ୧୦ ତାରିଖରେ ରିଲିଜ ହେବ। ଅଜୟ ଦେବଗନଙ୍କ ଅଭିନୀତ ସିଘଂମ ଅଗେନ ନଭେମ୍ବର ୧ ତାରିଖରେ ରିଲିଜ ହେବ। ସେହିପରି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ମୁଭି `ପୁଷ୍ପା ୨' ଡିସେମ୍ବର ୬ ତାରିଖରେ ରିଲିଜ ହେବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: