Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଁ ସର୍ବଦା ଖରାପଲୋକମାନଙ୍କଠୁ ଦୂରେଇ ରୁହେ: ଐଶ୍ୱର୍ଯ୍ୟା

Entertainment

Bollywood News / ମୁଁ ସର୍ବଦା ଖରାପଲୋକମାନଙ୍କଠୁ ଦୂରେଇ ରୁହେ: ଐଶ୍ୱର୍ଯ୍ୟା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୁଁ ସର୍ବଦା ଖରାପଲୋକମାନଙ୍କଠୁ ଦୂରେଇ ରୁହେ: ଐଶ୍ୱର୍ଯ୍ୟା
Bollywood

Key Points

ଡାଏରୀ ପୃଷ୍ଠାଗୁଡ଼ିକ ପଢିଲେ ଐଶ୍ୱର୍ଯ୍ୟାଙ୍କ ବାବଦରେ ଆପଣ ଅଧିକ ଜାଣି ପାରିବେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଡାଏରୀ ପୃଷ୍ଠା ଐଶ୍ୱଙ୍କୁ ପୁଣିଥରେ ଲାଇମଲାଇଟକୁ ଆଣିଛି ।

ଅର୍ଗସ ବ୍ୟୁରୋ:  ଭାଇରାଲ ହେଉଛି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଡାଏରୀ। ଯେଉଁଥିରେ ସେ ଅନେକ କିଛି ଲେଖିଛନ୍ତି। ବିବାହ ପୂର୍ବରୁ ସେଥିରେ ଯାହା ବିଷୟରେ ଯାହା ଯାହା ଲେଖିଥିଲେ ତାହା ବର୍ତ୍ତମାନ ଭାଇରାଲ। ଏହି ଡାଏରୀ ହେଉଛି ଐଶ୍ୱଙ୍କର। ଡାଏରୀ ପୃଷ୍ଠାଗୁଡ଼ିକ ପଢିଲେ ଐଶ୍ୱର୍ଯ୍ୟାଙ୍କ ବାବଦରେ ଆପଣ ଅଧିକ ଜାଣି ପାରିବେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଡାଏରୀ ପୃଷ୍ଠା ଐଶ୍ୱଙ୍କୁ ପୁଣିଥରେ ଲାଇମଲାଇଟକୁ ଆଣିଛି । ସେ ତାଙ୍କ ଡାଏରୀରେ ଲେଖିଛନ୍ତି, ଅପବାଦ ଓ ଗାଳିଗୁଲଜ କରିବାର କୌଣସି ସୁଯୋଗ ଛାଡୁ ନ ଥିବା ଲୋକମାନଙ୍କ ବାବଦରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମୁଁ ସର୍ବଦା ଖରାପ ଉଦ୍ଦେଶ୍ୟ ଥିବା ଲୋକଙ୍କଠାରୁ ଦୂରେଇ ରୁହେ କାରଣ ସେ ସେମାନଙ୍କ ଲେଭଲରେ ପହଞ୍ଚି ପାରିବେ ନାହିଁ। ଭାଇରାଲ ହେଉଥିବା ପେଜରେ ଏହା ମଧ୍ୟ ଲେଖା ଯାଇଛି, ମୁଁ ମୋର ଦୁଃଖକୁ ନିଜ ପାଖରେ ରଖିବାକୁ ପସନ୍ଦ କରେ। କହିରଖୁଛୁ କି, ଡାଏରୀର ଏହି ପୃଷ୍ଠାଟି ବହୁତ ପୁରୁଣା, ତେଣୁ ଅନେକ ଲୋକ ଏହାକୁ ସଲମାନ ଖାନ ଓ ତାଙ୍କର ଅନ୍ୟ ସମ୍ପର୍କ ସହିତ ଜଡିତ କରୁଛନ୍ତି। ସଲମାନଙ୍କ ସହ ବ୍ରେକଅପ ପରେ ତାଙ୍କ ନାମ ବିବେକ ଓବରୟଙ୍କ ସହ ଯୋଡାଯାଇଥିଲା ।

ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ ଛାଡପତ୍ର ବିଷୟରେ ଗୁଜବ ଜାରି ରହିଛି। ତଥାପି, ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି। ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଏପରି ଗୁଜବକୁ ନେଇ ମଧ୍ୟ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଐଶ୍ୱର୍ଯ୍ୟା, ଅଭିଷେକ ଓ ବଚ୍ଚନ ପରିବାର ମଧ୍ୟରେ କିଛି ଠିକ୍‌ ଚାଲିନାହିଁ। ଐଶ୍ୱର୍ଯ୍ୟା ଏପରି ଜଣେ ଯିଏକି ତାଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି । ବିବାହ ପୂର୍ବରୁ ତାଙ୍କ ନାମ ସହ ୨ ଜଣ ଷ୍ଟାରଙ୍କ ନାମ ଯୋଡା ହେଉଥିଲା । କିନ୍ତୁ ବିବାହ ପରେ ସେ ଅନ୍ୟ କୌଣସି ସମ୍ପର୍କ ରଖିନଥିଲେ। 

ସୋସିଆଲ ମିଡିଆରେ ସର୍ବଦା ବଚ୍ଚନ ପରିବାର ସଭିଁଐ ପ୍ରଶଂସା କରିଥାନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଅଭିନେତ୍ରୀଙ୍କ ଡାଏରୀର ଏକ ପୃଷ୍ଠାର ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

Related Topics

Explore more stories

Argus Whatsapp Channel Mobile Top
Sponsored
A page from Aishwarya Rai Bachchan's diary goes viral amid her divorce rumours with Abhishek Bachchan | Argus News