ନତାଶାଙ୍କୁ ମିଳିଗଲା ନୂଆ ଜୀବନସାଥୀ

Key Points
- ନତାଶାଙ୍କୁ ମିଳିଗଲା ନୂଆ ଜୀବନସାଥୀ
- ହାର୍ଦ୍ଦିକଙ୍କୁ ଭୁଲିଗଲେ, ଆଲେକ୍ସଜାଣ୍ଡରଙ୍କୁ ଆପଣାଇଲେ
- ନୂଆ ଯୋଡିଙ୍କୁ ଦେଖି ଫ୍ୟାନ୍ସ ଖୁସି
ଅର୍ଗସ ବ୍ୟୁରୋ: ଥମୁନି ହାର୍ଦ୍ଦିକ ନତାଶା କ୍ରେଜ। କେତେବେଳେ ହାର୍ଦ୍ଦିକ କାହା ସହ ବୁଲୁଥିବାବେଳେ ନତାଶା ପୁଅକୁ ଧରି କେଉଁଆଡେ ବୁଲୁଛନ୍ତି। ଏଭଳି ପରିସ୍ଥିତିରେ ନତାଶାଙ୍କୁ ମିଳିଛି ନୂଆ ଜୀବନ ସାଥି ।ଯାହା ଭାଇରାଲ ହେଉଛି। ଛାଡପତ୍ର ପରେ ହାର୍ଦ୍ଦିକଙ୍କ ନାମ ବ୍ରିଟିଶ ଗାୟକ ଜସ୍ମିନ ଓ୍ୱାଲିଆଙ୍କ ସହ ଜଡିତ ଥିବାବେଳେ ନତାଶା ମଧ୍ୟ ହାର୍ଦ୍ଦିକଙ୍କୁ ଭୁଲି ଯାଇ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି। ଯେତେବେଳେ ସେ ଭାରତକୁ ଫେରିଲେ ଆଲେକ୍ସଜାଣ୍ଡରଙ୍କୁ ଭେଟିଥିଲେ। ଏହି ସମୟରେ, ସେମାନଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଛି। କିନ୍ତୁ ଏହା କେତେଦୂର ସତ ତାହା ଦୁହେଁ ସ୍ପଷ୍ଟ କରିନାହାନ୍ତି। ଏପଟେ ନତାଶାଙ୍କ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଜିମରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହ ଆଲେକ୍ସଜାଣ୍ଡର ମଧ୍ୟ ନଜର ଆସିଛନ୍ତି। ଦୁହେଁ ଏକାଠି ବହୁତ ଖୁସି ଦେଖାଯାଉଛନ୍ତି। ନତାଶଙ୍କ ମୁହଁରେ ହସ ଦେଖି ଏହା ସ୍ପଷ୍ଟ ଯେ ହାର୍ଦ୍ଦିକଙ୍କ ଠାରୁ ଅଲଗା ହେବା ପରେ ସେ ଏକ ନୂଆ ସାଥୀ ପାଇଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ନତାଶାଙ୍କୁ ୟୁଜର୍ସ ଟାର୍ଗେଟ କରିଛନ୍ତି। ଏହି ଜଣେ ୟୁଜର୍ସ ଲେଖିଛନ୍ତି, ହାର୍ଦ୍ଦିକଙ୍କ ପତ୍ନୀ ଦରକାର ଥିଲା ତାଙ୍କୁ। ଅନ୍ୟ ଜଣେ ଲେଖକ ଲେଖିଛନ୍ତି, ଏହି ଦୁଇଜଣ ଭାଇ ଓ ଭଉଣୀଙ୍କ ପରି ଲାଗୁଛନ୍ତି। ଆଉ ଜଣେ ଲେଖିଛନ୍ତି ନୂଆ କପଲ।
ନତାଶା ଷ୍ଟାନକୋଭିକ୍ ବର୍ତ୍ତମାନ ମୁମ୍ୱାଇରେ ଅଛନ୍ତି। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଛାଡପତ୍ର ପରେ ଅଭିନେତ୍ରୀ ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆ ଯାଇଥିଲେ। ଏକ ମାସ ପରେ ନତାଶା ପୁଅ ସହିତ ଭାରତ ଫେରିଥିଲେ। ସେ ଫେରିବା ପରଠାରୁ ନତାଶା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି। ପ୍ରଶଂସକଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅପଡେଟ୍ ଗୁଡିକ ସେୟାର କରୁଛନ୍ତି।
ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଅପଡେଟ୍ ଉପରେ ମଧ୍ୟ ନଜର ରଖିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ନତାଶାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଅଭିନେତ୍ରୀ ତାଙ୍କ ବନ୍ଧୁ ଆଲେକ୍ସଜାଣ୍ଡରଙ୍କ ସହ ନଜର ଆସିଛନ୍ତି। ଉଭୟଙ୍କ ଏକାଠି ଚିଲ୍ କରୁଥିବାର ଦେଖିବାକୁ ମିଳିଛି। କିଛି ଫ୍ୟାନ୍ସ ମଧ୍ୟ ଏହା କହୁଛନ୍ତି ଯେ, ନତାଶା ଖୁସିରେ ରହିବା ଦରକାର। ତାଙ୍କୁ ବେଟର ମିଳିବା ଦରକାର। ତେବେ ଏହି ଯୋଡିକୁ ଫ୍ୟାନ୍ସଙ୍କ ମହଲରେ ପ୍ରଶଂସା କରାଯାଉଛି।
📱 Get Argus News App
✨
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: