Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମତେ ଏକା ରହିବାକୁ ଭଲ ଲାଗେ ନାହିଁ: ଅମୀର

Entertainment

ମତେ ଏକା ରହିବାକୁ ଭଲ ଲାଗେ ନାହିଁ: ଅମୀର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମତେ ଏକା ରହିବାକୁ ଭଲ ଲାଗେ ନାହିଁ: ଅମୀର

ଅର୍ଗସ ବ୍ୟୁରୋ:  ପୁଣି ଏକ ବିବାହ କରିବାକୁ ଯାଉଛନ୍ତି କି ମିଷ୍ଟରପରଫେକ୍ଟନିଷ୍ଟ ଅମୀର ଖାନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଲାଇମଲାଇଟ୍‌ ଠାରୁ ଦୂରରେ ରୁହନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କଥା ହେଉଥିବା ଦେଖିବାକୁ ମିଳେ। ଅମୀରଙ୍କ ଏହି କଥା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହା କେତେଦୂର ସତ କି ମିଛ ତାହା ଜଣାନାହିଁ। କିନ୍ତୁ ଅମୀର କହିଥିଲେ ଯେ, ମୋ ଜୀବନରେ ଏବେ ବହୁତ ସାରା ସମ୍ପର୍କ ଅଛି।

ଅମୀରଙ୍କୁ ଆହୁରି ପଚରାଯାଇଥିଲା କି ସେ ତୃତୀୟ ଥର ବିବାହ କରିବାକୁ ଚିନ୍ତା କରୁଛନ୍ତି କି ? ଏହାର ଉତ୍ତରରେ ଅଭିନେତା କହିଛନ୍ତି, ''ମୋର ବୟସ ୫୯, ଏବେ ମୁଁ କେମିତି ବିବାହ କରିବି ? ମୋ ଜୀବନରେ ଏବେ ବହୁତ ସାରା ସମ୍ପର୍କ ଅଛି। ମୋର ପିଲାଛୁଆ ଅଛନ୍ତି, ମୋର ଭାଇ ଓ ଭଉଣୀମାନେ ଅଛନ୍ତି। ଯେଉଁମାନେ ମୋର ଅତି ନିକଟତର ସେମାନଙ୍କ ସହିତ ମୁଁ ବହୁତ ଖୁସି ଅଛି। ମୁଁ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରୁଛି। ''ଏକ 'ପୋଡକାଷ୍ଟ'ରେ, ଅମୀରଙ୍କ ବିବାହକୁ ନେଇ ତାଙ୍କ ବ୍ୟକ୍ତିଗତ ମତ ପଚରାଯାଇଥିଲା। ସେ ଉତ୍ତରରେ କହିଥିଲେ, ' ମୋର ବିବାହ ଦୁଇଥର ବିଫଳ ହୋଇଛି। ମୋଠାରୁ ପରାମର୍ଶ ନିଅନ୍ତୁ ନାହିଁ। ମୁଁ ଏକୁଟିଆ ରହିବାକୁ ପସନ୍ଦ କରେ ଦାହିଁ। ମତେ ଏବେ ପାର୍ଟନର ଦରକାର। ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ ମୁଁ। ମୁଁ ରୀନା ଏବଂ କିରଣଙ୍କ ସହ ନିକଟତର। ଆମେ ଗୋଟିଏ ପରିବାର। ହେଲେ ମୋର ନିଜ ଜୀବନ ଉପରେ ବିଶ୍ୱାସ କରେ ନାହିଁ, ତେବେ ମୁଁ କିପରି ଅନ୍ୟର ଜୀବନ ୁପରେ ବିଶ୍ୱାସ କରିପାରିବି ? ଯଦି ବିବାହ ଭଲ ହୁଏ ତେବେ ଏହା ଦୁଇ ଜଣଙ୍କ ଉପରେ ନିର୍ଭର କରେ।'

ନିକଟରେ ଅମୀର ଖାନ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ନିକଟତର ହୋଇଛନ୍ତି। ଛାଡପତ୍ର ସତ୍ତ୍ୱେ ତାଙ୍କର ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। କିନ୍ତୁ ସେ ତୃତୀୟ ବିବାହ କରିବାକୁ ଚାହୁଁ ନାହାନ୍ତି ବୋଲି ସିଧା ସିଧା ଉତ୍ତର ରଖିଥିଲେ। ସେ କେବଳ ଜଣେ ଭଲ ମଣିଷ ହୋଇ ରହିବାକୁ ଚାହୁଁଛନ୍ତି ଏବଂ ତାଙ୍କ ପ୍ୟାମିଲି ସହ ରହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଅମୀର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
 

Sponsored
Aamir Khan Opens Up Of Wanting to Get Settled For The Third Time? ‘I Don’t Like Living Alone, I Need A Partner’ | Argus News