Aamir Khan Marriage / ଆମିର ଖାନଙ୍କ ତୃତୀୟ ବିବାହ; ଖର୍ଚ୍ଚ ହେବନି କୋଟି କୋଟି ଟଙ୍କା, ଜାଣନ୍ତୁ ପୂରା ପ୍ଲାନ୍
·2 months ago·3 min read

Key Points
୬୧ବର୍ଷ ବୟସରେ ଆମିର ଖାନ ତୃତୀୟ ବିବାଗ
ଜୁଲାଇ ୫ରେ ପ୍ରେମିକା ଗୌରୀଙ୍କ ଧରିବେ ହାତ
ସାମିଲ ହେବେ ପିଲାଙ୍କ ସହ ପୂରା ପରିବାର
ଜୁଲାଇ ୫ରେ ପ୍ରେମିକା ଗୌରୀଙ୍କ ଧରିବେ ହାତ
ସାମିଲ ହେବେ ପିଲାଙ୍କ ସହ ପୂରା ପରିବାର
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଅଭିନେତା ୬୧ ବର୍ଷ ବୟସରେ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ସାତ ଜନ୍ମର ସାଥୀ କରିବେ । ଆସନ୍ତା ଜୁଲାଇ ୫ ତାରିଖରେ ଉଭୟ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଏଥର ବିବାହ ମୁମ୍ବାଇରେ ହେବ । ବିନା ଧୁମଧାମରେ କେବଳ ପରିବାର ଉପସ୍ଥିତ ରହିବେ । ତୃତୀୟ ବିବାହକୁ ନେଇ ଆମିରଙ୍କ କଣ ରହିଛି ପୂରା ପ୍ଲାନ ?
ବିଶ୍ୱାସ କରାଯାଉଛି ଯେ ବଲିଉଡର କୌଣସି ଅଭିନେତା କି ଅଭିନେତ୍ରୀ ଅତିଥି ଭାବେ ଉପସ୍ଥିତ ରହିବେ ନାହିଁ । ଏପରିକି ଆମିରଙ୍କ ପାଖରେ ତାଙ୍କ ଘନିଷ୍ଠ ବନ୍ଧୁ ସଲମାନ ଖାନ ଏବଂ ଶାହରୁଖ ଖାନ ମଧ୍ୟ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି । କେବଳ ପରିବାରର ସଦସ୍ୟ ଏହି ଉତ୍ସବରେ ଯୋଗଦେବେ । ଆମିରଙ୍କ ପୂର୍ବ ପତ୍ନୀଙ୍କ ସନ୍ତାନ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇପାରନ୍ତି ।
- ତୃତୀୟ ଥର ବର ସାଜିବେ ଆମିର୍

- ଗୌରୀଙ୍କୁ ଡେଟ୍ କରୁଥିଲେ ଆମିର୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହିରୋ-ହିରୋଇନଙ୍କ ମଧ୍ୟରେ ଏପରି ହୁଏ... ଗୋବିନ୍ଦାଙ୍କ ଆଫେୟାର୍ସ ଉପରେ ପତ୍ନୀଙ୍କ ବଡ଼ ବୟାନ
ଆମିର ଏବଂ ଗୌରୀ ପରସ୍ପର ପ୍ରତି ନୂଆ ନୁହେଁ । ସେମାନେ ପ୍ରାୟ ୨୫ ବର୍ଷ ଧରି ପରସ୍ପରକୁ ଜାଣନ୍ତି । ତଥାପି କିଛି ବର୍ଷ ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନଙ୍କ ସମ୍ପର୍କ ଧୀରେ ଧୀରେ ମଜବୁତ ହୋଇଥିଲା । ରିପୋର୍ଟ ଅନୁସାରେ ଗୌରୀ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ଅଛି । ଅନ୍ୟପଟେ ଦୁଇଟି ବିବାହ ପରେ ଆମିର ଖାନ ଏବେ ଏକ ନୂତନ ଜୀବନ ଆରମ୍ଭ କରୁଛନ୍ତି। ସେମାନଙ୍କ ପରିବାର ପରସ୍ପରକୁ ଭେଟିଛନ୍ତି ଏବଂ ଗୌରୀ ଆମିରଙ୍କ ପିଲାମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତି । ଆମିର ତାଙ୍କର ୬୦ତମ ଜନ୍ମଦିନରେ ଗୌରୀଙ୍କୁ ଗଣମାଧ୍ୟମ ସାମ୍ନାରେ ପରିଚିତ କରାଇ କହିଥିଲେ ଯେ ସେ ଏପରି ଜଣେ ଜୀବନସାଥୀ ପାଇଛନ୍ତି ଯାହାଙ୍କ ସହିତ ସେ ଅତ୍ୟନ୍ତ ଆରାମଦାୟକ ଏବଂ ଖୁସି ଅନୁଭବ କରୁଛନ୍ତି । ସେବେଠାରୁ ଦୁହେଁ ଅନେକ ଥର ଏକାଠି ଦେଖାଯାଇଛନ୍ତି ।

- ଆମିରଙ୍କ ପୂର୍ବ ପତ୍ନୀ କିଏ ?
Related Topics
Explore more stories