Aamir Khan / ଆମୀର ଖାନଙ୍କ ସଂଘର୍ଷମୟ କାହାଣୀ, କେମିତି ହେଲେ କୋଟିପତି...
·7 months ago·3 min read

Key Points
ସଂଘର୍ଷରୁ ଷ୍ଟାରଡମ ଯାଏ
ଜାଣନ୍ତୁ ଆମୀର ଖାନଙ୍କ ପୁରା କାହାଣୀ
ଜାଣନ୍ତୁ ଆମୀର ଖାନଙ୍କ ପୁରା କାହାଣୀ
ଆମୀର ଖାନ। ବଲିଉଡରେ ତାଙ୍କୁ ସମସ୍ତେ ଜାଣନ୍ତି ମିଷ୍ଟର ପରଫେକ୍ସନିଷ୍ଟ ହିସାବରେ। ତାଙ୍କର ବର୍ଷକୁ ଗୋଟେ ଫିଲ୍ମ ଆସେ ଆଉ ସବୁ ସୁପରହିଟ୍ ହୋଇଥାଏ। ଆମୀର ୧ହଜାର ୮ଶହ ୬୨ କୋଟି ସଂପତ୍ତିର ମାଲିକ । ସେ ଫିଲ୍ମ ଛଡା ଟିଭି ସୋ, ନିଜର ପ୍ରଡକ୍ସନ ହାଉସ ଜରିଆରେ ମୋଟା ଅଙ୍କର ଆୟ କରନ୍ତି । ରିପୋର୍ଟ ମୁତାବକ ସେ ଏକ କମରସିଆଲ ସୁଟ୍ ପାଇଁ ୧୦ରୁ ୧୨ କୋଟି ଫି ଚାର୍ଜ କରନ୍ତି । ଗୋଟିଏ ଫିଲ୍ମ ପାଇଁ ସେ ୫୦ କୋଟି ଡିମାଣ୍ଡ କରନ୍ତି ।କିନ୍ତୁ ଆପଣ ଜାଣନ୍ତି କି ଆମୀରଙ୍କ ପ୍ରକୃତ ନାଁ କଣ ? ତାଙ୍କ ପ୍ରକୃତ ନାମ ମହମ୍ମଦ ହୁସେନ ଆମୀର ଖାନ୍ ।
କିନ୍ତୁ ଫିଲ୍ମ ଇଣ୍ଟଷ୍ଟ୍ରିକୁ ଏଣ୍ଟ୍ରି କରିବା ପରେ ନିଜ ନାଁକୁ ଛୋଟ କରି ରଖିଥିଲେ ଆମୀର ଖାନ । ଆମୀର ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧିକ ଟାକ୍ସ ଭରୁଥିବା ଅଭିନେତା ଲିଷ୍ଟରେ ସାମିଲ ଅଛନ୍ତି । ଆମୀରଙ୍କ ପପୁଲାରିଟି ଏହି କଥାରୁ ଅନୁମାନ ଲଗାଇ ହେବ କି ଇଣ୍ଡଷ୍ଟ୍ରିରେ ସେ ପ୍ରଥମ ଅଭିନେତା ଯାହାଙ୍କ ଫିଲ୍ମ ଶହେ କ୍ଲବରେ ଏଣ୍ଟ୍ରି ହୋଇଥିବା ପ୍ରଥମ ଫିଲ୍ମ ଅଟେ । ଫିଲ୍ମଟି ଥିଲା ୨୦୦୮ରେ ରିଲିଜ ହୋଇଥିବା ଗଜନି । ଗୋଟିଏ ସମୟ ଥିଲା ତାଙ୍କୁ ୬ ଟଙ୍କା ପାଇଁ ଅପମାନିତ ହେବାକୁ ପଡିଛି । ତାଙ୍କର ଓ ଭାଇଉଉଣୀଙ୍କ ସ୍କୁଲ ଫି ଡେରିରେ ଜମା ହେଉଥିଲା ।ପ୍ରିନ୍ସପାଲ ସବୁ ପିଲାଙ୍କ ଭିତରେ ତାଙ୍କ ନାଁକୁ ଜୋରରେ ଡାକୁଥିଲେ ।ଆଜି ଆଉ ସେ ସମୟ ନାହିଁ । ବର୍ତ୍ତମାନ ସେ କୋଟି କୋଟି ସମ୍ପତ୍ତିର ମାଲିକ।
ଅଟୋମୋବାଇଲ କଥା ଦେଖିଲେ ଆମୀର ଖାନଙ୍କୁ ଲବଜୁରୀ ଗାଡିର ବହୁତ ସଉକ ରହିଛି । ତାଙ୍କ କାର୍ କଲେକ୍ସନ ଅନେକଙ୍କ ପାଇଁ ସ୍ବପ୍ନ । ତାଙ୍କ ଗ୍ୟାରେଜରେ ଶୋଭା ବଢାଏ ରୋଲ୍ସ-ରଏସ ଘୋଷ୍ଟ ପରି ଦାମୀ କାର । ଏହାର ମୂଲ୍ୟ ୫.୨୫ କୋଟିରୁ ୭.୯୫ ଟଙ୍କା ରହିଛି । ସେହିପରି ୧୦.୫୦ କୋଟି ମୂଲ୍ୟର Mercedes Benz S600 Guard ଯାହାର ଡିଜାଇନ,ଇଞ୍ଜିନ ସବୁକିଛି ବେଶ ଆକର୍ଷଣୀୟ । ଫାଇନାନସିଆଲ ଏକ୍ସପ୍ରେସ ଅନୁଯାୟୀ ୨୦୧୨ରେ ଆମୀର ଖାନ ତାଙ୍କ ମାମୁଁଙ୍କ ଠାରୁ ହରଦୋଇ ଜିଲ୍ଲାର ଶାହାବାଦରେ ୨୨ଟି ଘର କିଣିଥିଲେ । ରିପୋର୍ଟ କୁହେ ଏହି ପୈତୃକ ସଂପତ୍ତି ଖାନ ଓ ତାଙ୍କ ଭଇଭଉଣୀ-ନିଖତ, ଫରହତ ଏବଂ ଫୈସଲ ଖାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ଆମୀରଙ୍କ ପିଲାଦିନ ଥିବା ସଂଘର୍ଷପୂର୍ଣ୍ଣ । କିନ୍ତୁ ବର୍ତ୍ତମାନ ମୁମ୍ବାଇ ବାନ୍ଦ୍ରାରେ ଏକ ସି-ଫେସିଂ ଡ୍ୟୁପ୍ଲେକ୍ସ ରହିଛି ।
ଏହାସହ ପଢ଼ନ୍ତୁ: କେମିତି ୭୧ ବର୍ଷରେ ସରକାରୀ ଚାକିରି ପାଇଲେ କମଲ ହାସନ ?
ଏହା ୫ହଜାର ବର୍ଗଫୁଟରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ । ଯେଉଁଠି ବସିଲେ ଆରବ ସାଗରର ସୁନ୍ଦର ଦୃଶ୍ୟ ଦେଖିହେବ । ଏହି ଆଲିସାନ ଘରର ପ୍ରାଇସ ପ୍ରାୟ ୬୦ କୋଟି ଟଙ୍କା । ଆମୀରଙ୍କ ପାଖରେ ଏକ ଫାର୍ମ ହାଉସ ବି ରହିଛି । ଯାହାର ନାଁ ପଞ୍ଚଗନି ଫାର୍ମ ହାଉସ । ଏହା ମହାରାଷ୍ଟ୍ର ପାହାଡରେ ଥିବା ସବୁଠାରୁ ସୁନ୍ଦର ହିଲ ଷ୍ଟେସନ ମଧ୍ୟରୁ ଗୋଟିଏ । ତଥ୍ୟ ମୁତାବକ ୨୦୧୩ରେ କିଣିବା ସମୟରେ ସଂପତ୍ତିର ମୂଲ୍ୟ ଥିଲା ୭ କୋଟି । ଫାର୍ମହାଉସ ଚାରିକଡରେ ସବୁଜ ବନାନି ଘେରି ରହିଛି । ଯାହା ବ୍ୟସ୍ତବହୁଳ ଜୀବନରୁ ବାହାରୁ ଏକ ଉତ୍ତମ ଆରାମ ଦେଇଥାଏ । କେବଳ ସେତିକି ନୁହେଁ ଆମୀରଙ୍କ ପାଲି ହିଲ୍ରେ ୨ଟି ସଂଲଗ୍ନ କୋଠାରେ ଅନେକ ସଂପତ୍ତି ଅଛି । ସୂଚନାନୁସାରେ, ୨୦୨୪ ଜୁନ୍ରେ ଖାଲ ବେଲା ଭିସ୍ତାରେ ୯.୭୫ କୋଟି ଟଙ୍କାରେ ୧,୦୨୭ ବର୍ଗଫୁଟ୍ ଫ୍ଲାଟ୍ କିଣିଥିଲେ । ରିପୋର୍ଟରୁ ଜଣାପଡିଛି ସେ ଷ୍ଟାମ୍ପ ଡ୍ୟୁଟିରେ ୫୮.୫ ଲକ୍ଷ ଟଙ୍କା ଏବଂ ପଞ୍ଜିକରଣ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ । ପରେ ସେ ବେଲା ଭିସ୍ତା ଓ ମାରିନା ଆପାର୍ଟମେଣ୍ଟରେ ୨୪ଟି ଆପାର୍ଟମେଣ୍ଟରୁ ୧୦ଟି କିଣିଥିଲେ ।
ଆମୀରଙ୍କ ପର୍ସନାଲ ଲାଇଫ:
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମୀର ଖାନ କେବଳ ପ୍ରଫେସନାଲ ଲାଇଫ ନୁହେଁ ପର୍ସନାଲ ଲାଇଫକୁ ନେଇ ଏବେ ବେଶ ଚର୍ଚ୍ଚିତ । ଦୀର୍ଘ ସମୟ ଧରି ସେ ଫିଲ୍ମରୁ ଦୂରରେ ଅଛନ୍ତି । ତଥାପି ବଡ ପରଦାକୁ କମ୍ବ୍ୟାକ ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ଆମୀର ଖାନ ୨ଟି ବିବାହ କରିଛନ୍ତି ଓ ୨ ପତ୍ନୀଙ୍କ ଠାରୁ ଛାଡପତ୍ର ମଧ୍ୟ ନେଇସାରିଛନ୍ତି । କିନ୍ତୁ ୟାରି ଭିତରେ ପୁଣି ପ୍ରେମରେ ପଡିଛନ୍ତି ଏ ସୁପରଷ୍ଟାର । ଆଉ ଏହି ସଂପର୍କକୁ ନେଇ ବେଶ ସିରିୟସ ଅଛନ୍ତି । ରୀନା ଦତ୍ତ ଓ କିରଣ ରାଓଙ୍କ ପରେ ଆମୀରଙ୍କ ଜୀବନର ତୃତୀୟ ମହିଳା ହେଉଛନ୍ତି ୫୯ ବର୍ଷୀୟା ଗୌରୀ । ଯାହାଙ୍କୁ ନେଇ ଅଧିକ ସିରିୟସ ଅଛନ୍ତି ଆମୀର ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories