Videos
|
Entertainment

Kamal Haasan / କେମିତି ୭୧ ବର୍ଷରେ ସରକାରୀ ଚାକିରି ପାଇଲେ କମଲ ହାସନ ?

Banajyotshna Ray
Browse all articles by Banajyotshna Ray
·9 months ago·3 min read
କେମିତି ୭୧ ବର୍ଷରେ ସରକାରୀ ଚାକିରି ପାଇଲେ କମଲ ହାସନ ?
Kamal

Key Points

୭୧ ବର୍ଷରେ ସରକାରୀ ଚାକିରି ପାଇଲେ କମଲ
ଅଭିନେତା ସେୟାର କଲେ ନିଜର ଅନୁଭୂତି
କୁହାଯାଏ ସରକାରୀ ଚାକିରି ହେଉଛି କଚେ ପୁଅ ବାର। ଏହା କେବଳ ଏକ ଢ଼ଗ ନୁହେଁ । ଏହା ଏଥିପାଇଁ କୁହାଯାଏ ଯେ, ସରକାରୀ ଚାକିରି ଖଣ୍ଡେ ଥିଲେ ଜୀବନ ସାରା ଆପଣ ଖୁସିରେ ରହିବେ। ଠିକ ଏମିତି ଏକ ସରକାରୀ ଚାକିରି ପାଇଛନ୍ତି ଅଭିନେତା କମଲ ହାସନ। ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ତାହା ପୁଣି ୭୧ ବର୍ଷରେ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, କାରଣ ଭାରତରେ ସରକାରୀ ଚାକିରି ଅବସର ବୟସ ୫୮ ରୁ ୬୫ ବର୍ଷ ମଧ୍ୟରେ । ତେଣୁ, ୭୧ ବର୍ଷ ବୟସରେ ଚାକିରି ପାଇବା ଆଶ୍ଚର୍ଯ୍ୟଜନକ ଖବର ନିଶ୍ଚୟ ।

ସରକାରୀ ଚାକିରି ଖଣ୍ଡେ ସମସ୍ତଙ୍କର ସ୍ୱପ୍ନ । ବାପା ମାଆ ହୁଅନ୍ତୁ ବା ଅନ୍ୟ କେହି । ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖନ୍ତି । ପୂର୍ବରୁ ଏହି ପରମ୍ପରା ବଜାୟ ରହିଛି । କାରଣ ସରକାରୀ ଚାକିରି ଦିଏ ଜୀବନ ବ୍ୟାପୀ ସୁରକ୍ଷା । ସେକଥା ଛାଡନ୍ତୁ, ଅଭିନେତା କମଲ ହାସନ କିପରି ପାଇଲେ ସରକାରୀ ଚାକିରି ତାହା ବଡ଼ ପ୍ରଶ୍ନ। ସରକାରୀ ଚାକିରି ପାଇବା କଥା ନିଜେ ଅଭିନେତା । ନିକଟରେ ଅଭିନେତା କମଲ ହାସନ କେରଳରେ ହୋର୍ଟସ୍ କଳା ଓ ସାହିତ୍ୟ ମହୋତ୍ସବରେ ଯୋଗ ଦେଇଥିଲେ । ସେ ଅଭିନେତା ମଞ୍ଜୁ ୱାରିୟରଙ୍କ ସହ ଏକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ଯେଉଁଠାରେ ସେ ସିନେମା ଓ ରାଜନୀତି ବିଷୟରେ ଆଲୋଚନା କରିଥିଲେ। ଯେତେବେଳେ ଆଙ୍କର ପଚାରିଥିଲେ ଯେ, ସେ ରାଜ୍ୟସଭା ସାଂସଦ ହେବା ବିଷୟରେ କିପରି ଅନୁଭବ କରୁଛନ୍ତି । କମଲ ଏକ ହାସ୍ୟରସପୂର୍ଣ୍ଣ ଉତ୍ତର ଦେଇଥିଲେ।

କମଲ ହାସନ କହିଛନ୍ତି ଯେ, ଶେଷରେ ତାଙ୍କ ମାଆ ସ୍ୱପ୍ନରେ ଦେଖିଥିବା ସରକାରୀ ଚାକିରି ତାଙ୍କୁ ମିଳିଛି । କମଲଙ୍କୁ ରାଜ୍ୟସଭା ସାଂସଦ ହେବା ସମୟରେ ତାଙ୍କର ଅନୁଭବ ବର୍ଣ୍ଣନା କରିବାକୁ ପଚରାଯାଇଥିଲା, ଏବଂ ସେ କହିଛନ୍ତି ଯେ ସେ ସେହି ମୁହୂର୍ତ୍ତରେ ତାଙ୍କ ପିତାମାତାଙ୍କୁ ମନେ ପକାଇଥିଲେ। "ମୁଁ ଯାଇଥିଲି, ଏବଂ ଯେତେବେଳେ ମୁଁ ସ୍ୱାକ୍ଷର କରିଥିଲି, ପ୍ରଥମେ ମୋ ବାପା ଏବଂ ମାଆଙ୍କ କଥା ମନେ ପଡ଼ିଥିଲା। ମୁଁ ସ୍କୁଲ ଡ୍ରପ୍ ଆଉଟ୍ ଥିଲି । ମୋ ମାଆ ସବୁବେଳେ ମୋତେ କହୁଥିଲେ ଯେ ଯଦି ମୁଁ ଅତି କମରେ SSLC ପରୀକ୍ଷା ପାସ୍ କରିଥାଆନ୍ତି, ତେବେ ମୁଁ ରେଳବାଇରେ ସରକାରୀ ଚାକିରି ପାଇଥାନ୍ତି। ତେବେ ଏମିତି କରିବା ପରେ ସାଉଥ୍‌ଷ୍ଟାର ନିଜେ ଖୁସି ବ୍ୟକ୍ତି କରିଛନ୍ତି । ସେ କହିଥିଲେ ଯେ ୭୧ ବର୍ଷ ବୟସରେ, ମାଆଙ୍କ ସ୍ୱପ୍ନ ପୂରଣ କରିଛି ।''

ଏଥିସହ ପଢ଼ନ୍ତୁ: ସାମନ୍ଥାଙ୍କ ହିରା ମୁଦିର ରାଜ୍‌, ମୂଲ୍ୟ ଶୁଣିଲେ ଉଡ଼ିଯିବ ହୋସ୍‌...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବଂ ସେ ନିଜ ଉପରେ ଏତେ ଗର୍ବିତ ଥିଲେ ଯେ ସେ ତାଙ୍କୁ ଫୋନ୍ କରି କହିବାକୁ ଚାହୁଁଥିଲେ। "କିନ୍ତୁ 70 ବର୍ଷ ପରେ ଯେତେବେଳେ ମୁଁ ଗୃହ ଭିତରକୁ ଗଲି, ମୁଁ ସ୍ୱାକ୍ଷର କଲି, ଏବଂ ସେମାନେ ମୋତେ ମୋର ଦୈନନ୍ଦିନ ଖର୍ଚ୍ଚ ଦେଲେ। ହଠାତ୍, ମୁଁ ମୋ ମାଆ କିମ୍ବା କାହାକୁ ଡାକିବାକୁ ଚାହୁଁଥିଲି, ମୁଁ ଏକ ସରକାରୀ ଚାକିରିରେ ଅଛି। ମୁଁ ଗର୍ବିତ ଅନୁଭବ କରୁଛି," । ଅଭିନେତା ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ଲୋକମାନଙ୍କର ସେବା କରିବାକୁ ମୁଁ ସମୁବେଳେ ଚାହୁଁଥିଲି। ଯାହା ତାଙ୍କର ପିଲାଟି ଦିନରୁ ଇଚ୍ଛା ଥିଲା ।

କମଲ ଏହି କାର୍ଯ୍ୟକ୍ରମରେ ତାଙ୍କର ରାଜନୈତିକ ଚିନ୍ତାଧାରା ବିଷୟରେ ମଧ୍ୟ କହିଥିଲେ । ସେ ନିଜକୁ ଜଣେ କେନ୍ଦ୍ରବାଦୀ ବୋଲି ମାନିଥାନ୍ତି । ସେ ଦାବି କରିଥିଲେ ଯେ ତାଙ୍କ ପ୍ରଯୋଜନା ସଂସ୍ଥା, ରାଜ କମଲ ଫିଲ୍ମସ୍ ଇଣ୍ଟରନ୍ୟାସନାଲ୍, ସେ ଯେଉଁ ବିଷୟଗୁଡ଼ିକୁ ଆଦର୍ଶଗତ ଭାବରେ ବିଶ୍ୱାସ କରନ୍ତି ତାହାକୁ ସମର୍ଥନ କରନ୍ତି । କମଲ ଶେଷ ଥର ପାଇଁ ଚଳିତ ବର୍ଷ ମଣିରତ୍ନମଙ୍କ ଠଗ୍ ଲାଇଫ୍ ରେ ଅଭିନୟ କରିଥିଲେ, ଯାହାକୁ ଏକ ଉଷ୍ମ ପ୍ରତିକ୍ରିୟା ମିଳିଥିଲା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories