Videos
|
Entertainment

ଶାଶୁଘରେ ପ୍ରଥମ ରୋଷେଇର ଫଟୋ ଶେୟାର କଲେ ଆରତୀ ସିଂ

Ritu Das
Browse all articles by Ritu Das
·2 years ago·1 min read
ଶାଶୁଘରେ ପ୍ରଥମ ରୋଷେଇର ଫଟୋ ଶେୟାର କଲେ ଆରତୀ ସିଂ

ଅର୍ଗସ ବ୍ୟୁରୋ: ଗୋବିନ୍ଦାଙ୍କ ଭାଣଜୀ ଆରତୀ ସିଂ ଏପ୍ରିଲ ୨୫ ତାରିଖରେ ଦୀପକ ଚୌହାନଙ୍କ ସହ ଧୁମଧାମରେ ବିବାହ କରିଛନ୍ତି। ଆରତୀଙ୍କ ବିବାହର ପ୍ରାୟ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନମାନେ ଆରତୀଙ୍କ ବିବାହର ସବୁ ଫଙ୍କସନକୁ ଖୁବ ଲାଇକ କରୁଛନ୍ତି। ଆଉ କହୁଛନ୍ତି ବଲିଉଡର ସବୁଠୁ ସଂସ୍କାରୀ ବିବାହ। ଆରତୀଙ୍କ ଶାଶୁଘର ଲୋକେ ଆରତୀଙ୍କ ସ୍ବାଗତ ମଧ୍ୟ ଧମାକେଦାର ଭାବେ କରିଛନ୍ତି। ଶାଶୁଘର ଲୋକଙ୍କ ପାଇଁ ପ୍ରଥମ ରୋଷେଇରେ ମିଠା କ୍ଷୀରି କରି ପରଷିଛନ୍ତି। ଆଉ ଫ୍ୟାନମାନଙ୍କୁ ମିଠା ସ୍ବାଦ କରିବାକୁ ନିମନ୍ତ୍ରଣ କରିଛନ୍ତି। ଆରତୀ ଇନଷ୍ଟାରେ ଫଟୋ ଶେୟାର ଆମ ଦୁଇଜଣଙ୍କୁ ଆପଣମାନେ ଏମିତି ଭଲ ପାଉଥାନ୍ତୁ।  

ଆଉ ରୋଷେଇ ଘରେ ସୁନ୍ଦର ପୋଜ ଦେଇ ଫ୍ୟାନମାନଙ୍କ ପାଇଁ ଫଟୋ ଶେୟାର କରିଛନ୍ତି। ଲାଲ ଯୋଡ଼ାରେ ଆରତୀ ଖୁବ ସୁନ୍ଦର ଦିଶୁଛନ୍ତି। ଦୀପକ ଆରତୀଙ୍କର କିଛି ରୋମାଣ୍ଟିକ ମୋମେଣ୍ଟର ଫଟୋ ମଧ୍ୟ ଆରତୀ ଇନଷ୍ଟାରେ ଶେୟାର କରିଛନ୍ତି। ଫ୍ୟାନମାନେ ଦୁହିଁଙ୍କ ଯୋଡିକୁ ଢେର ସାରା ଭଲ ପାଇବା ଦେବାସହ। ନୂଆଯୋଡାଙ୍କ ମଧ୍ୟରେ ସବୁବେଳେ ଏମିତି ଭଲ ପାଇବା ରହୁ ବୋଲି ଫ୍ୟାନମାନେ ଶୁଭକାମନା ମଧ୍ୟ ଜଣାଇଛନ୍ତି।  

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Aarti Singh | Argus News